ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ବଧିରର ଦୂରବସ୍ଥା

ବଧିରର ଦୂରବସ୍ଥା

2 mins
443


     ଭୋଜନ କରିବା ପରେ ବାବା ଅଗଣାରେ ଆରାମ ଚେୟାର ପକାଇ ବସିଲେ l ଜହ୍ନରାତି l ବାବା ନାସ ଟିକେ ନାକରେ ପକାଇ ହାତ ଝାଡୁ ଝାଡୁ ଶ୍ଳୋକ ଶୁଣାଇଲେ ;

             “ପରୋକ୍ତ ସାଧ୍ୟାକର୍ଣ୍ଣ

             ନ ୟୁକ୍ତି ପ୍ରତିଭାଷିତୁଂ

             ବହିର୍ନିଷ୍କାସିତଃ କୋପି

             ବଧିରଃ ପ୍ରତିକୁଳବାକ୍ l “

ବାବାଙ୍କ ଚାରିପଟେ ବସିଥିବା ପିଲାମାନେ ପଚାରିଲେ - “ବାବା, ଏହି ଶ୍ଳୋକର ଅର୍ଥ

କଣ ?”

     “ଶ୍ଳୋକର ଅର୍ଥ ? ଶୁଣ l କହୁଛି l ଏହାର ଅର୍ଥ କୌଣସି କଥା ସମ୍ପୂର୍ଣ୍ଣ ଭାବରେ ନ ଶୁଣି ଜବାବ ଦେବା ଠିକ୍ ନୁହେଁ l କାରଣ ଥରେ ଜଣେ ବଧିର ବ୍ୟକ୍ତି ଏମିତି ଉତ୍ତେଜିତ ହୋଇ କଥାବାର୍ତ୍ତା କଲେ ଯେ, ଲୋକେ ତାଙ୍କୁ ବାଡେଇ ବାଡେଇ ତଡିଦେଲେ l ” ବାବା ଧୀର ସ୍ୱରରେ କହିଲେ l

“ଏହି ବଧିର ବ୍ୟକ୍ତି କିଏ ଥିଲା, ବାବା ସେ କଣ କହିଥିଲା ? ତାକୁ କାହିଁକି ପିଟିପିଟି ବାହାର କରିଦିଆଗଲା ? ଏ କଥା କାହିଁକି କହୁନାହାନ୍ତି ?” ପିଲାମାନେ ପ୍ରଶ୍ନର ବୃଷ୍ଟି କଲେ l 

ଏକଥା କାଞ୍ଚିପୁରରେ ଦେବ ଶର୍ମା ଏବଂ ହରି ଶର୍ମା ନାମକ ଦୁଇ ଜଣ ବନ୍ଧୁ ରହୁଥିଲେ l ପିଲାଦିନେ ସେମାନଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ରହିଥିଲା l ବଡ ହେବା ପରେ ମଧ୍ୟ ସେମାନଙ୍କର ବନ୍ଧୁତା ଅତୁଟ ରହିଥିଲା l 

ଦେବଶର୍ମାଙ୍କୁ କୌଣସି କାରଣରୁ ବଧିରତା ଗ୍ରାସ କଲା l ସବୁବେଳେ ତାଙ୍କ ମନରେ ଭୟ ରହିଲା ଯେ, ଏ କଥା ସମସ୍ତେ ଜାଣିଗଲେ ଅସୁବିଧା ହେବ l 

ଥରେ ହରି ଶର୍ମା ଅସୁସ୍ଥ ହେଲା l ବହୁତ ଚିକିତ୍ସା କରାଗଲା l କିନ୍ତୁ ରୋଗ ଦୂର ହେଲା ନାହିଁ l ହରି ଶର୍ମା ନିରାଶ ହୋଇଗଲେ l  କୌଣସି ପ୍ରକାରରେ ରୋଗ ଦୂର ହେଉ ନାହିଁ l 

ଦେବ ଶର୍ମା ଜାଣିବାକୁ ପାଇଲେ ଯେ ହରି ଶର୍ମା ରୋଗରେ ପଡିଛି l ତାଙ୍କୁ ଭେଟିବାକୁ ଗଲେ l 

     ସେ ବଧିର ଥିଲା ତେଣୁ ଅଧିକା ସମୟ କଥାବାର୍ତ୍ତା କରିବା ଠିକ୍ ନଥିଲା l ସେ ଅନ୍ୟମାନଙ୍କ କଥା ଶୁଣି ପାରୁନଥିଲେ l କାଳେ କେ ଜାଣିଯିବ ତାକୁ ଭୟ ଲାଗୁଥିଲା l ତେଣୁ ସେ ସାଙ୍ଗକୁ ତିନୋଟି ପ୍ରଶ୍ନ ପଚାରି ଆସିବାକୁ ମନସ୍ଥ କଲା l

     ଏହି କଥା ମନରେ ରଖି ଦେବ ଶର୍ମା ବନ୍ଧୁଙ୍କୁ ଦେଖିବାକୁ ଗଲା l ହରି ଶର୍ମା ଖୁସି ହୋଇ ତାଙ୍କୁ ବସିବାକୁ କହିଲେ l

“ଦେହ କିପରି ଅଛି ?”ଦେବ ଶର୍ମା ପଚାରିଲେ l 

“ଏହା ତ ଭଲହେଲା ପରି ମନେ ହେଉନାହିଁ l ” ହରି ଶର୍ମା କହିଲା l

ଏ କଥା ଦେବଶର୍ମାକୁ ଶୁଭିଲା ନାହିଁ l ସେ କହିଲା- “ଭଗବାନଙ୍କ କୃପାରୁ ଏହା ହେବା ଉଚିତ୍ l ଓୌଷଧ କଣ?” ଦେବ ଶର୍ମା ପଚାରିଲା l “ମୃତ୍ୟୁ ହିଁ କେବଳ ଏକମାତ୍ର ଓୌଷଧ I ?” ହରି ଶର୍ମା କହିଲେ I

“ତେବେ ତ ଏହା ବଢିଆ ଓୌଷଧ l କିନ୍ତୁ ଚିକିତ୍ସକ କିଏ?” ଦେବ ଶର୍ମା ପଚାରିଲେ l

“କିଏ? ଯମରାଜ ଆଉ କିଏ?” ହରି ଶର୍ମା ରାଗରେ ବିରକ୍ତ ହୋଇ କହିଲେ l “ଏବେ ତାଙ୍କ ଉପରେ ଭରସା କର, ସେ ହି ଏକମାତ୍ର ଭରସା l ” ଦେବ ଶର୍ମା କହିଲେ

ଏ କଥା ହରି ଶର୍ମାଙ୍କର ବନ୍ଧୁମାନେ ଶୁଣୁଥିଲେ l ସେମାନେ ରାଗରେ ନାଲି ପଡିଗଲେ l ଦେବ ଶର୍ମାକୁ ପିଟି ପିଟି ଘରୁ ଧକାମାରି ବାହାର କରିଦେଲେ l 

“ଦେଖିଲ କଥା ନ ଶୁଣି ଉତ୍ତର ଦେବା କେତେ ଭୟଙ୍କର ହେଲା l ” ବାବା କହିଲେ I



Rate this content
Log in

Similar oriya story from Inspirational