Er. Suchismita Satpathy

Classics Inspirational Children

4.0  

Er. Suchismita Satpathy

Classics Inspirational Children

ଏ ଯୁଗର ବିକ୍ରମ ବେତାଳ

ଏ ଯୁଗର ବିକ୍ରମ ବେତାଳ

3 mins
270


ଅନେକ ଦିନ ହେଲା ମୋତିକୁ ଗାଁ ଲୋକ ଦେଖିବାକୁ ପାଉ ନଥିଲେ।ପ୍ରତ୍ୟକ ଦିନ ଗାଁ ର ଗୋଟେ ଘେରା ନମାରିଲେ ତାର ଭାତ ହଜମ ହୁଏନି ବୋଲି କୁହେ୍

ମୋତି ,ବାପା ମାଆ ଛେଉଣ୍ଡ ।ପିଲାଟି ଦିନରୁ ଜେଜେବାପା ପାଖରେ ଚଳି ଆସିଛି।ବାପାମାଆ ନ ଥିବାରୁ ଓ ଏକ ମାତ୍ର କୁଳଦୀପକ ହୋଇଥିବାରୁ ଜେଜେବାପା କେବେ କିଛି କୁହନ୍ତି ନାହିଁ।ଅଷ୍ଟମ ଶ୍ରେଣୀରେ ପାଠ ପଢାରେ ଡୋରୀ ବନ୍ଧାହୁଏ ତାର।କୁହେ କଣ ନା ପାଠ ପଢି କଣ କରିବ।


ଚାଷ ତ କରିବାର ଅଛି।


ନପଢିଲେ ବି ଧାନ ଗଛ ବୋଲ ମାନିବ।ବେଶି ପାଠ ପଢିଲେ ଗଛ ଗୁଡିକ ପେଣ୍ଟସାର୍ଟ ଦେଖି ଡରିଯିବେ ଆଉ ଉଧେଇବେନି।


ଲୁଙ୍ଗି ଗାମୁଛା କୁ ଖଣ୍ଡିଆ ଛତା।,

ଡଗ ଡଗ ଚାଲି ପାଦରେ ଜୋତା।।

 ଏପରି ଚିନ୍ତାଧାରା ରେ ତା ଜୀବନ ଅତିବାହିତ।

ମାତ୍ର କିଛି ଦିନ ହେବ ତାକୁ ଦେଖିବାକୁ ମିଳୁନି।ରଘୁଆ ବାପା (ମୋତିର ଜେଜେବାପା, ସ୍ନେହରେ ସମସ୍ତେ ଡାକନ୍ତି) ଙ୍କୁ ପଚାରିବାରେ ସେ ମଧ୍ୟ ବିରକ୍ତ ହେଲେ।କହିଲେ ସେ ଟୋକାଟା କଥା ମତେ ଆଉ କହନି।ଏତେ ବଡ ଭେଣ୍ଡିଆଟା ହେଲାଣି ,ମୁଁ ରାନ୍ଧି ଲେ ସେ ଖାଇବ।ମୁଁ ବୁଢା ହେଲିଣି ,କେତେବେଳେ ଉପରୁ ଡକରା ଅସିବ ଜଣାନାହିଁ।ଚାଷବାସ ତ ଭଲ ବୁଝୁଛି।ଦି ପଇସା ରୋଜଗାର କରୁଛି।ଅସୁବାଧା କଣ।ହାତ କୁ ଦିହାତ କରିଦେଲେ ମୋ କାମ ସରିଯାଆନ୍ତା।କହୁଛି କଣ ନା, ମୋ ଉପରେ ସବୁଦିନ ନାଉ ହୋଇ ବସିବ।ହଇହୋ,ଏ ବୁଢାଲୋକଟାକୁ କଣ ର ଜା ବିକ୍ରମାଦିତ୍ୟ ଭାବିଲା ନା ନିଜକୁ ବେତାଳ ଯେ ସବୁବେଳେ ମୋ ଉପରେ ନାଉ ହେବ।ଏ ଟୋକାଟାକୁ ଏଥର ଘରୁ ତଡିଦେବି।ଖାଇବାକୁ ନପାଇଲେ ବଳେ ମୋ କଥାରେ ରାଜି ହୋଇଯିବ।

ରଘୁଆ ବାପାଙ୍କ ରାଗ ଦେଖି ଗାଁ ଲୋକ ପୁରା ଚୁପ।ଏହିପରି କିଛି ଦିନ ଗଲା।ମୋତି ବିଲକୁ ଯାଏ।କାମସାରି ଘରେ ମନମାରି ବସିରହେ।ଦିନେ ଗାଁ ଲୋକ କିଛି ତା ଘରକୁ ଗଲେ ଯେତେବେଳେ ରଘୁଆବାପା ଘରେ ନଥିଲେ।ମୋତି ମୁହଁ ମାଡି ଶୋଇଛି।ସମସ୍ତ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଉଠି ବସିଲା।


ଏତେ ଲୋକ ହଠାତ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା ,କଣ ହେଲା ,ଏତେ ଲୋକ ,ମୋ ଜେଜେର କିଛି ହେଲାକି।ଏହା କହି ଧଡପଡ ଉଠି ଗାମୁଛା କାନ୍ଧରେ ପକାଇ ଵାହାରକୁ ଯିବାକୁ ଉଦ୍ୟତ ହୁଅନ୍ତେ ଅନ୍ୟମାନେ ଅଟକାଇଲେ।କହିଲେ ନା ତୋ ଜେଜେର କିଛି ହୋଇନାହିଁ।ଆମେ ଆସିଛୁ ତୋ ସହ କଥା ହେବାପାଇଁ।ଏକଥା ଶୁଣି ଏକ ଦୀର୍ଘ ଶ୍ୱାସ ପକାଇ କହିଲା ,ଓହୋ,ସେଇ ଖଥା ଆଗରୁ କହିଲନି,ମୁଁ ଖାଲାଟାରେ ଛାନିଆ ହେଲି।ମତେ ଭୋକ ଲାଗିଲା ।ଏଣେ ଜେଜେ ତ ଖାଇବାକୁ ଦଉନି।ଦି ଥର ଖିଆରେ ମୋ ପେଟ ପୁରୁନି।ସେ ମୋ ଉପରେ ରାଗିକି ଖାଇବା କୁ ଦଉନି।ମୋତି ଠାରୁ ଏକଥା ଶୁଣି ଗାଁ ଲୋକ କହିଲେ, ହଇରେ ମୋତି ତୁ ଏତେ ବଡ ହେଲୁଣି ନିଜେ ରୋଷେଇ କରି ଖାଉନୁ।ବୁଢା ଜେଜେ ଉପରେ କେତେ ନିର୍ଭର ହେବୁ।ତତେ ଯଦି ନ ଆସୁଛି,ତେବେ ତୁ ବାହା ହେଇଯାଆ।ତୋ ଭାରିଜା ଆସିଲେ ଦିଟା ଫୁଟେଇ ବ ତିନିହେଁ ଖାଇବ।ତୋର ଏଥିରେ କଣ ଅସୁବିଧା ହେବ କହିଲୁ।ବିଚରା ବୁଢାଟା କେତେ ହଇରାଣ ହଉଛି ।


ସମସ୍ତଙ୍କ କଥା ଶୁଣିଲା। ତା ପରେ ମୋତି କହିଲା,ସମସ୍ତେ କହିଲ, ଏବେ ମୋ କଥା ଶୁଣ।ପିଲାଦିନୁ ମୁଁ ବାପାମାଆ ଛେଉଣ୍ଡ।ମୋ ଜେଜେ ମତେ କୋଳେଇ କାଖେଇ ଏତେ ବଡ କରିଛି।ତା ପାଇଁ ମୁଁ ଆଜି ବଞ୍ଚିଛି। ଆଉ ଆଜି ତାର ବୁଢା ବୟସ।ସେ ଦିଟା ରାନ୍ଧୁଛି ଆମେ ଖାଉଛୁ। ମୁଁ ଯଦି ବାହା ହେଲି ଆଉ ମୋ ଭାରିଜା ଆମ ଆର ସାଇର ହରିଆ ର ଭାରିଜା ପରି ଯଦି ବାହା ହେଇ ଆସି ତା ବୁଢା ବାପାକୁ ଘରୁ ତଡିଦେଲା,ଖାଇବାକୁ ଦେଲାନି ,ସେ ଯେମିତି ଗାଁ ଦାଣ୍ଡ ବରଗଛ ମୂଳେ ଲୋକଙ୍କ ଠାରୁ ମାଗି ଖାଇ ତାର ପ୍ରାଣଟି ହରାଇଲା ସେମିତି ହେବ ତେବେ ମୋ ଜେଜେ କଣ କରିବ।କୁଆଡେ ଯିବ।ଖାଇବ କଣ।ମୁଁ କାହା ଉପରେ ନାଉ ହେବି କହିଲ ଦେଖି। 

ମୋତି ର ଏପରି କଥା ଶୁଣି ଗାଁ ଲୋକ ଆବାକ୍ ହୋଇଗଲେ।ବଖହାରେ ଥାଇ ଜେଜେ ସବୁ ଶୁଣୁଥିଲେ।ମୋତିର କଥା ଶୁଣି ତାଙ୍କ ଆଖିରୁ ଧାର ଧାର ଲୁହ ବହିଗଲା।ଭିତରକୁ ଆସି କୋହ ଭରା କଣ୍ଠରେ କହିଲେ, ମୋ ଜୀବନ ଧନ୍ୟ ହୋଇଗଲାରେ ମୋତି। ତୁ ପାଠ କମ ପଢି ଆଜି ଯେଉଁ କଥା କହିଲୁସେଥିରେ ମୋ ପେଟ ପୁରିଗଲା। ଭଗବାନ କରନ୍ତୁ ମୋ ଅନ୍ତେ ତତେ ଭଲ ଜୀବନ ସଙ୍ଗିନୀଟିଏ ମିଳୁ।ତାଙ୍କ ଆଖିରୁ ଧାର ଧାର ଲୁହ ବହିଗଲା। 


ମୋତିକୁ ଆଉଁସି ଦଉଦଉ କହିଲେ ମୋ ଧନକୁ ମୁଁ କେତେଦିନ ହେଲା ଭଲକି ଗଣ୍ଡେ ଖାଇବାକୁ ଦେଇନି।ଆସେ ଆଜି ଭଲକି ଅରୁଆ ,ଡାଲମା କରିବି ଖାଇବୁ।ଏହା ଶୁଣି ମୋତି ଖୁସିରେ ଦଉଡି ଆସି ଜେଜେଙ୍କ ଉପରେ ନାଉ ହୋଇଗଲା।ଏହା ଦେଖି ଗାଁ ଲୋକ ଖୁସି ହୋଇ କହିଲେ ଏମାନେ ପ୍ରକୃତରେ ଆଧୁନିକ ଯୁଗର ବିକ୍ରମ ଓ ବେତାଳ।


Rate this content
Log in

Similar oriya story from Classics