Sunanda Mohanty

Horror Thriller Others

4  

Sunanda Mohanty

Horror Thriller Others

ଗପ ଭିତରେ ଗପ

ଗପ ଭିତରେ ଗପ

3 mins
13


  ଶୀତ ଋତୁରେ ବ୍ରତଘର ସରିବା ପରେ ନାତି ବୁବୁନ ଭିତରେ ଅନେକ ପରିବର୍ତ୍ତନ. ସତେ ଯେମିତି ସେ ଆପେ ଆପେ ଅନେକ କଥା ବୁଝିପାରୁଛି. ଦାଇତ୍ୱ କର୍ତ୍ତବ୍ୟ ବଢିଯାଇଛି ଯେମିତି ତାର. ସ୍କୁଲରେ ମଧ୍ୟ ଆଉ ପଛବେଞ୍ଚ ପିଲାରେ ଗଣତି ହେଉନି ଅର୍ଥାତ ପାଠ ବହି ସବୁକୁ ପଢି ମନେରଖି କହୁଛି ଉତ୍ତର. ସେଦିନ ବିଜ୍ଞାନ ସାର ପିଲାଙ୍କୁ ପଚାରୁ ଥାଆନ୍ତି ଆଛା କହିଲ ପିଲାମାନେ ଆମ ହାତରୁ ପିମ୍ପୁଡି କାହିଁକି ଖସିପଡ଼ୁ ନାହିଁ ତଳକୁ,ତ ନାତି ବୁବୁନ ଠିଆ ହୋଇ ପଡି କହିଲା ସୂର୍ଯ୍ୟ ସ୍ଥିର ଓ ତାଙ୍କ ଚାରିପଟେ ନଅ ଗୋଟି ଗ୍ରହ ଘୁରୁଛନ୍ତି. ସୂର୍ଯ୍ୟ ଏତେ ବଡ଼ ଯେ ତାଙ୍କ ଚାରିପଟେ ଗ୍ରହ ଗୁଡିକ ଘୁର୍ଣ୍ଣନ କରିବା ଜଣାଅପଡୁନି. ପୁଣି ଆମ ଗ୍ରହ ପୃଥିବୀ, ଅନ୍ୟ ଗ୍ରହମାନଙ୍କ ଭଳି ନିଜ କକ୍ଷ ପଥରେ ଘୁରୁଥିଲେ ମଧ୍ୟ ମଣିଷ ଓ ଜୀବଜଗତ, ପଶୁପକ୍ଷୀ, ବୃକ୍ଷଲତା ତଥା ପ୍ରକୃତିର କୌଣସି ଜିନିଷ ଘୁରୁନାହିଁ କାରଣ ପ୍ରତ୍ୟେକ ସଜୀଵ ଓ ନିର୍ଜୀଵ ପୃଥିବୀ ଠାରୁ ବହୁଗୁଣରେ କ୍ଷୁଦ୍ରରୁ କ୍ଷୁଦ୍ରତ୍ତର ହୋଇଥିବାରୁ ଏପରି ହୁଏ. ଠିକ ସେହିଭଳି ଆମ ହାତ, ପିମ୍ପୁଡି ଅପେକ୍ଷା ଢେର ଗୁଣ ବଡ଼ ଫଳରେ କ୍ଷୁଦ୍ର ପିମ୍ପୁଡି ହାତ ଉପରେ ଖସିନପଡି ଅନ୍ୟାୟାସରେ ଯିବା ଆସିବା କରି ପାରୁଛି. ସାର ସେଦିନ ଖୁବ ପ୍ରଶଂସା କରିଥିଲେ ବୁବୁନର. ବୁବୁନ ଏବେ ଖୁବ ଭଲ ପଢି ଜେଜେ ଓ ମୃତ ଅଜାଙ୍କ ନାମ ରଖିଥିଲା ।

   ବୁବୁନର ମାଟ୍ରିକ ପରୀକ୍ଷା ସରିବା ପରେ ଅଜାଙ୍କ ମୃତ୍ୟୁ ବାର୍ଷିକୀ ପଡିଥିଲା. ଅଜାଙ୍କର ତିନି ଝିଅ ଥିଲେ ଓ ତିନି ଝିଅଙ୍କ ଭିତରେ ବୁବୁନ ଥିଲା ଏକମାତ୍ର ନାତି. ଅନ୍ୟମାନେ ସବୁ ନାତୁଣୀ ଥିଲେ. ତେଣୁ ଅଜାଙ୍କ କାମ ସବୁ ବୁବୁନକୁ ହିଁ କରିବାକୁ ପଡିଥିଲା. ସେ ନାମକୁ ମାତ୍ର କର୍ତ୍ତା କିନ୍ତୁ ତା ବାପା ମାଆ ସବୁ କରିଥିଲେ କାରଣ ସେ ନାଵାଳକ ଥିଲା. ତଥାପି ସବୁ କାମ ସାରି ବୁବୁନ ଯେବେ ତା ପଢାଘରକୁ ଆସେ ଅଜା ତା ଟେବୁଲରେ ବସିଛନ୍ତି ବୋଲି ଦେଖିବାକୁ ପାଇ ଡାକ ଛାଡିଥିଲା. ସମସ୍ତେ ଦୌଡ଼ି ଆସି ଦେଖିଥିଲେ ବୁବୁନର ମାଉସୀ ଝିଅ ଭଉଣୀ ଲଲୁ ଅଜାଙ୍କ ପୋଷାକ, ଚଷମା ପିନ୍ଧି ଅଜାଙ୍କ ପରି ବୁବୁନର ପଢା ଟେବୁଲ ଉପରେ ବସି ରହିଥିଲା.ବୁବୁନକୁ ଡରେଇବା ପାଇଁ ସେ ଏମିତି କରିଥିବାରୁ ଅନ୍ୟମାନଙ୍କ ଠାରୁ ଗାଳି ଶୁଣିବା ଭିତରେ ବୁବୁନ ଗୋଟେ ବଡ଼ ବୁଦ୍ଧିମାନ ମଣିଷ ଭଳି କହୁଥିଲା ଏଣିକି ଏମିତି କରିବୁନି ନହେଲେ ଯେଉଁ ମୃତ ଲୋକଙ୍କର ନକଲ କରିବ ସେ ଆସି ତୁମ ଦେହରେ ପ୍ରବେଶ କରି ପାରନ୍ତି.ତାର ଏକଥା ଶୁଣି ଶୀତରେ ମଧ୍ୟ ସମସ୍ତଙ୍କର ଝାଳ ବୋହିଯାଉଥିଲା ।

  ଏହା କହିସାରିବା ପରେ ବୁବୁନ ଗୋଟେ ଗପ କହିଥିଲା. ସେ କହିଥିଲା ଅଜା ତାକୁ ଏ ଗପଟି କହିଥିଲେ. ଗୋଟେ ଗାଁରେ ଜଣେ ଦୁଷ୍ଟ ବାଳକ ରହୁଥିଲା.ତା ନାମ ନଟ.ସେ ଥରେ ମିଛି ମିଛିକା ଭୂତ ହୋଇ ଲୋକଙ୍କୁ ଡରାଇବାରୁ ଧରାପଡି ଗାଳି ମାଡ଼ ଖାଉଥିଲା କିନ୍ତୁ ତା ପ୍ରକୃତି ଛାଡୁ ନଥିଲା.ଥରେ ଶୀତ ଦିନେ ସେ ତା ବାପାଙ୍କ ପାଇଁ ଭାତ ନେଇ ବିଲକୁ ଯାଉଥାଏ. ମୁହଁ ସଞ୍ଜ ହୋଇ ଆସୁଥାଏ ସେ ଦେଖିଲା ପାଳଭୂତ ତା ପଛେ ପଛେ ଚାଲୁଛି. ସେ ନିର୍ଭିକ ଥିଲା ସତ କିନ୍ତୁ ପାଳଭୂତ ଯେବେ ତା ହାତରୁ ଭାତ ନେଇ ଖାଇବାକୁ ଲାଗିଲା ସେ ଡରି ଗଲା. ତା ଚିତ୍କାର ଶୁଣି ବାପା ତାର ଦୌଡ଼ି ଆସିଥିଲେ ମଧ୍ୟ ତାକୁ ବହୁତ ଦିନ ଧରି ଜ୍ୱର ହେଲା.ଜ୍ୱର ଭଲ ହେବା ପରେ ତା ବାପା ତାକୁ ମିଛୁଆ ରାଧୁଆ ଗପ କହିଥିଲେ. ମିଛ କହି ରାଧୁଆ ଡାକ ପକାଏ ମତେ ବାଘ ଖାଇଗଲା ଦୌଡ଼ି ଆସ ତ ଲୋକମାନେ ଠେଙ୍ଗା,ବାଡ଼ି, ଫାର୍ସା କଟୁରୀ, ଖଣ୍ଡା ଇତ୍ୟାଦି ନେଇ ଆସିଲା ବେଳକୁ ରାଧୁଆ ତାଳି ମାରି ହସୁଥାଏ. କିଛି ଦିନ ପରେ ପୁଣି ସେମିତି କରେ ତ ଲୋକମାନେ ରାଧୁଆକୁ ମିଛୁଆ ରାଧୁଆ ଡାକନ୍ତି. ପ୍ରକୃତରେ ଯୋଉଦିନ ସତକୁ ସତ ବାଘ ଆସି ରାଧୁଆର ଛେଳି ନେଇଯିବାକୁ ବସିଲା ରାଧୁଆ ଯେତେ ଡାକିଲେ ବି କେହି ଆସିନଥିଲେ. ତେଣୁ ମିଛ କହିଲେ ଦିନେ ପାଳଭୂତ ପରି ସତ ଭୂତର ସାମ୍ନା କରିବାକୁ ପଡେ ନଟ ଭଳି ଓ ରାଧୁଆର ଛେଳିକୁ ବାଘ ନେଲାବେଳେ କେହି ପିଠିରେ ପଡନ୍ତିନି ମିଛ ଭାବି.ସେହିଦିନଠାରୁ ବୁବୁନ କଥା ଶୁଣି ଲଲୁ ସହ ତା ଭଉଣୀମାନେ ମିଛ କହୁନଥିଲେ କି କାହାକୁ ଡରାଉନଥିଲେ ।



Rate this content
Log in

Similar oriya story from Horror