Lalita Mohan Mishra

Children Stories Classics Others

3  

Lalita Mohan Mishra

Children Stories Classics Others

ଜୀବନର ପ୍ରକୃତ ଖୁସି

ଜୀବନର ପ୍ରକୃତ ଖୁସି

2 mins
184



ଥରେ ରେଡିଓରେ ଜଣେ ଉଚ୍ଚ କୋଟୀର ବ୍ୟକ୍ତିଙ୍କ ସାକ୍ଷାତକାର ଶୁଣୁଥିଲି । ତାଙ୍କୁ ପଚାରିଥିଲେ - ସାର୍, ଆପଣ ଆପଣଙ୍କ ଜୀବନରେ ସବୁଠାରୁ ପ୍ରକୃତ ସୁଖ କେଉଁଠି ପାଇଛନ୍ତି , ମନେ ଅଛି କି ? ସେ କହିଥିଲେ - ମୁଁ ଜୀବନରେ ସୁଖର ଚାରୋଟି ପର୍ଯ୍ୟାୟ ଦେଇ ଗତି କରିଛି । ପ୍ରଥମଟି ଥିଲା ଅର୍ଥ ଏବଂ ସମ୍ବଳ ସଂଗ୍ରହ କରିବା, କିନ୍ତୁ ଏହି ସ୍ତରରେ ମୁଁ ପ୍ରକୃତ ସୁଖ ପାଇଲି ନାହିଁ । ଦ୍ୱିତୀୟଟି ମୂଲ୍ୟବାନ ସାମଗ୍ରୀ ସଂଗ୍ରହ, କିନ୍ତୁ ମୁଁ ହୃଦୟଙ୍ଗମ କଲି ଯେ ଏହି ଜିନିଷ ଗୁଡିକ ଅସ୍ଥାୟୀ ଏବଂ ଏହି ମୂଲ୍ୟବାନ ଜିନିଷ ଗୁଡିକ ଅଧିକ ଦିନ ତିଷ୍ଠି ପାରିବ ନାହିଁ । ତୃତୀୟଟି ଏକ ବଡ଼ ପ୍ରକଳ୍ପ ପାଇବା, ଏବଂ ଦେଶର ସବୁଠାରୁ ବଡ ଶିଲ୍ପପତି ଭାବରେ ସୁନାମ ଅର୍ଜନ କରିବା । ମାତ୍ର ଏଠାରେ ମଧ୍ୟ ମୁଁ କଳ୍ପନା କରିଥିବା ସୁଖ ପାଇଲି ନାହିଁ । ଚତୁର୍ଥଟି ଥିଲା ଯେତେବେଳେ ମୋର ଜଣେ ବନ୍ଧୁ କହିଲେ - କିଛି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ହ୍ୱିଲ୍ ଚେୟାର ଦାନ କରିବାକୁ । ମୁଁ ତୁରନ୍ତ ହ୍ୱିଲ୍ ଚେୟାର କିଣି ପଠାଇ ଦେଉଥିଲି । କିନ୍ତୁ ବନ୍ଧୁ ଜିଦ୍ ଧରି କହିଲେ - ତୁମେ ନିଜ ହାତରେ ପିଲାମାନଙ୍କୁ ହ୍ୱିଲ୍ ଚେୟାର ଦେବ । ମୁଁ ବାଧ୍ଯ ହୋଇ ସେଠିକୁ ଯାଇଥିଲି । ପିଲାମାନଙ୍କୁ ହ୍ୱିଲ୍ ଚେୟାରଗୁଡ଼ିକ ମୋ ହାତରେ ଦେଇଥିଲି । ମୁଁ ସେହି ପିଲାମାନଙ୍କ ମୁହଁରେ ଖୁସିର ଏକ ଅଦ୍ଭୁତ ଆଭା ଦେଖିଥିଲି । ମୁଁ ଦେଖିଲି ସମସ୍ତ ପିଲା ହ୍ୱିଲ୍ ଚେୟାରରେ ବସି ବୁଲୁଛନ୍ତି ଏବଂ ମଜା କରୁଛନ୍ତି । ଏହା ଏକ ପିକନିକ୍ ସ୍ପଟ୍ ରେ ପହଞ୍ଚିଲା ପରି ମନେ ହେଲା । ମୁଁ ସେମାନଙ୍କୁ ଦେଖି ନିଜ ଭିତରେ ଜୀବନର ପ୍ରକୃତ ସୁଖ ଅନୁଭବ କଲି । ଯେତେବେଳେ ମୁଁ ଯିବାକୁ ସ୍ଥିର କଲି, ଗୋଟିଏ ପିଲା ମୋ ଗୋଡକୁ ଧରି ପକାଇଲା । ମୁଁ ଯେତେବେଳେ ମୁକ୍ତି ପାଇବାକୁ ଚେଷ୍ଟା କଲି, ଶିଶୁଟି ମୋ ମୁହଁକୁ ଚାହିଁ ପାଦକୁ ଜୋରରେ ଭିଡି ଧରିଲା । ମୁଁ ତଳେ ପଡ଼ି ପିଲାଟିକୁ ପଚାରିଲି: ତୁମେ ଆଉ କିଛି ଚାହୁଁଛ କି ? ପିଲାଟି ଦେଇଥିବା ଉତ୍ତର କେବଳ ମୋତେ ଚକିତ କଲାନାହିଁ ବରଂ ଅଭିଭୂତ କରିଦେଲା, ଜୀବନ ପ୍ରତି ଥିବା ମୋର ମନୋଭାବକୁ ବଦଳାଇ ଦେଲା । ପିଲାଟି କହିଲା: ମୁଁ ଆପଣଙ୍କର ଚେହେରାକୁ ମନେ ରଖିବାକୁ ଚାହୁଁଛି । ଯାହା ଦ୍ବାରା ମୁଁ ଆପଣଙ୍କୁ ସ୍ୱର୍ଗରେ ଭେଟିବି ଏବଂ ପୁଣି ଥରେ ଧନ୍ୟବାଦ ଜଣାଇବି । ତେଣୁ ଆମେ ସମସ୍ତେ ଆମର ଅନ୍ତର୍ନିହିତ ଆତ୍ମାକୁ ଦେଖିବା ଏବଂ ଏହି ଜୀବନର ସମସ୍ତ ସାଂସାରିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ।



Rate this content
Log in