Kalpana Kumari Pradhan

Horror

4.5  

Kalpana Kumari Pradhan

Horror

ମାୟାବିନୀ

ମାୟାବିନୀ

2 mins
309


ସୁଜିତ୍ ଆଉ ସରୋଜ୍ ଦୁଇ ଜଣ ନିବିଡ ବନ୍ଧୁ l ବିଭିନ୍ନ ଜାଗାରେ ସଙ୍ଗୀତ ପ୍ରୋଗ୍ରାମ୍ କରନ୍ତି l ତାଙ୍କ ସ୍ବର ର ଯାଦୁକରୀ ରେ ସମସ୍ତଙ୍କ ମନ ମୋହନ୍ତି l ତେଣୁ ପ୍ରାୟ ଏହି ଶୀତ ଦିନ ରେ ତାଙ୍କ ର ପ୍ରତ୍ୟେକ ଦିନ ସଙ୍ଗୀତ ଆସର ଥାଏ l

ସେଦିନ ମୁକୁତା ପୁର ମନ୍ଦିର ପ୍ରାଙ୍ଗଣରେ ସଙ୍ଗୀତ ଆସର ଥିଲା l ସେମାନଙ୍କ ଯିବା ଆସିବା ପାଇଁ ଗାଁ ଲୋକେ ବ୍ୟବସ୍ଥା କରିଥାନ୍ତି l କାର୍ଯ୍ୟକ୍ରମ ସରୁ ସରୁ ରାତି ଦୁଇଟା l ସେମାନେ ରହିବା ପାଇଁ ବ୍ୟବସ୍ଥା କରିଥାନ୍ତି, କିନ୍ତୁ ସୁଜିତ୍ କହିଲା ଚାଲ ଏବେ ବାହାରିଯିବା କାଲି ପୁଣି କାର୍ଯ୍ୟକ୍ରମ ଅଛି l ସେମାନଙ୍କ ବାରଣ ସତ୍ତ୍ୱେ ଆମେ ଡ୍ରାଇଭର୍ ନେଇ ବାହାରି ପଡ଼ିଲୁ l ମୋତେ କିନ୍ତୁ ଭାରି ଭୟ ଲାଗୁଥିଲା, ସହରରେ ପହଞ୍ଚିବା ପାଇଁ ନିଛାଟିଆ ବନ ଭୂମି ଅତିକ୍ରମ କରିବାକୁ ପଡିବ l ଗାଁ ରୁ ବାହାରିଲା ବେଳେ ସାଢେ ଦୁଇଟା ହେବଣି l କିଛି ବାଟ ଅତିକ୍ରାନ୍ତ କରିଛୁ ଡ୍ରାଇଭର୍ କହିଲା ଦେଖ ଦେଖ ସ୍ତ୍ରୀ ଲୋକଟିଏ ସେ ବରଗଛ ମୂଳେ ବସିଛି, ଏତେ ରାତ୍ରିରେ ! କାହିଁ କେଉଁଠି ପଚାରିବା ବେଳକୁ ଡ୍ରାଇଭର୍ ଗାଡି ରଖି ଆକ୍ରମଣ କଲା ସୁଜିତ୍ କୁ ସେ ତା ପାଖେ ବସିଥିଲା l ଆଖି ଗୁଡିକ ତାର ସାମାନ୍ୟ ଠାରୁ ବଡ଼ ହୋଇଯାଇଥାଏ l ମୁଁ କିଛି ବୁଝି ନ ପାରି ମୁଁ ପିନ୍ଧିଥିବା ଜଗନ୍ନାଥ ଲକେଟ୍ ଟି ଲଗାଇ ଦେଲି ତା ମଥାରେ l ସେ ଶାନ୍ତ ପଡିଗଲା କିନ୍ତୁ ଏ କଣ ସୁଜିତ୍ ଗାଡିର ଡୋର୍ ଖୋଲି ଚାଲିଲାଣି ବଣ ଭିତରକୁ l ମୁଁ ତା ପଛରେ ଦୌଡିଲି, ଯେତେ ଡାକୁଥାଏ "ସୁଜିତ୍ "  , "ସୁଜିତ୍ " ସେ ପଛକୁ ବୁଲି ଚାହୁଁ ନ ଥାଏ l ଲାଗୁ ଥିଲା କେହି ଯେପରି  ତା ହାତ ଧରି ଟାଣି ଟାଣି ନେଉଛି l ସେ ଯାଇ ଏକ ଜଳାଶୟ ପାଖରେ ପହଞ୍ଚି ସାରିଥିଲା l କଣ କରିବି କିଛି ଉପାୟ ନାହିଁ l ହଠାତ୍ ମୋ ଆଖିରେ ପଡିଲା ଏକ ଛୋଟିଆ ମନ୍ଦିର ଯେଉଁଠି ଏକ ଦୀପ ଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଛି l ତା ପାଖରେ ଏକ ବୃକ୍ଷ ରେ ମା ଙ୍କ ଛିଟ କନା ଗୁଡା ହୋଇ ଥାଏ l ସେହି କନା କୁ ଆଣି ବାନ୍ଧି ଦେଲି ତା ହାତରେ l ନିଦରୁ ଉଠିଲା ପରି ପଚାରିଲା ସରୋଜ୍ ଏଠି କୁ କଣ ଆସିଛୁ ଏତେ ରାତିରେ l ସବୁ କହିବି ତୁ ଚାଲେ l ମୋ ପରି ଭୟାଳୁ ଏତେ ସାହାସ କେଉଁଠୁ ଆଣିଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ l ସବୁ ପରିସ୍ଥିତି ର ଆବଶ୍ୟକ ନେଇ ହୋଇଯାଏ ତଥା ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ l



Rate this content
Log in

Similar oriya story from Horror