Sabitri Mohapatra

Tragedy

3.8  

Sabitri Mohapatra

Tragedy

ମିଲି ଅପା

ମିଲି ଅପା

4 mins
188


ଆଜି ମିଲି ଅପାର ବାହାଘର। ଏ ଦିନଟିର ଆଗମନକୁ ଅପେକ୍ଷା କରି କେତେ ଯେ ରଙ୍ଗୀନ ସ୍ଵପ୍ନ ରେ ସେ ବୁଡି ଯାଇଥିଲା, ତାର କଳନା ନାହିଁ। ଦେଖୁଥିଲା ସେ ନୂଆ ରୂପରେ ଏ ଦୁନିଆକୁ।ସପ୍ନ ରେ ଭାଷି ଭାଷି,ଆଉ କେଉଁ ଏକ ଅଗନା ଅଗନି ବନସ୍ତ ମଧ୍ୟରେ ପହଞ୍ଚି ଯାଉଥିଲା , ଆଉ ଏକ ରାଜକୁମାର ର ଘୋଡା ଉପରେ ବସି ହସି ହସି ବୁଲୁଥିଲା ସାରା ଦୁନିଆ। ହଁ, କାହିଁକି ବା ନ ଦେଖିବ?ବଡ ଲୋକର ଝିଅ, ତିନି ଭାଇରେ ଗୋଟିଏ ଭଉଣୀ ପୁଣି ଘରର ବଡ ଝିଅ। ଏମିତି ଦିନେ ସ୍ଵପ୍ନ ଦେଖୁ ଦେଖୁ ତାର ପ୍ରକୃତ ସ୍ଵପ୍ନର ରାଜକୁମାର ତା ଜୀବନରେ ଆସି ଦେଖା ଦେଇଥିଲେ।

ସେଦିନ ମିଲିଅପା ର ଶାଶୁଘର ଲୋକ ମିଲିଅପା କୁ ଦେଖିବାକୁ ଆସିଥିଲେ,ମିଲିଅପା କୁ ଦେଖିକରି ଗଲେ। ପୁଅର ବାପ,ମା ଆଉ ଭଉଣୀ ଆସିଥିଲେ।ସେମାନେ କହିଲେ ଆମେ ଦେଖି ପସନ୍ଦ କରିଗଲେ,ପୁଅ ଆସିବ । ବହୁତ ଦେଖାଚାହାଁ ପରେ ଏ ପ୍ରସ୍ତାବ ଟି ଟିକେ ଆଗେଇଲା ଭଳି ଲାଗୁଥିଲା। ଘରେ ମିଲିଅପା ର ବାପ,ମା ବହୁତ ବ୍ୟସ୍ତ । ମା' ତା'ର ତାରିଣୀଙ୍କର ପାଖରେ ନଡିଆ ଯାଚିଥାନତି।ହେ ମା ଏ ଜାଗାରେ ମୋ ଝିଅ ର ବାହାଘର ଠିକ୍ ହୋଇଗଲେ, ତୋତେ ଯାଇ ଦର୍ଶନ କରିବି ଓ ତୋ ପାଇଁ ଏ ନଡିଆ ରହିଲା।ସତକୁ ସତ ବାପ, ମା ଝିଅ ଦେଖି ରାଜିହୋଇ ଗଲେଏବଂ କହିକି ଗଲେ,ଆର ରବିବାର ଦିନକୁ ପୁଅ ତାର ସାଙ୍ଗକୁ ନେଇ ଆସିବ । ବାରମ୍ବାର ପ୍ରସ୍ତାବ ଭାଙ୍ଗି ଭାଙ୍ଗି ଶେଷରେ ଏ ପ୍ରସ୍ତାବ ଟି ଆସିଛି। ପୁଅ ଇଞ୍ଜିନିଅର ଓ ଘର ମଧ୍ୟ ସହରରେ।ମିଲି ଅପା ମଧ୍ୟ ମା ମଙ୍ଗଳା ଙ୍କୁ ଡାକୁଥାଏ ହେ ମା ମୋର ଏଥର ଫାଇନାଲ୍ କରିଦେ,ମୁଁ ଆଉ ପ୍ରହସନ କରିପାରିବିନି। 

ମିଲିଅପା ଘରର ଗୋଟିଏ ବୋଲି ଝିଅ ଆଉ ବଡ ଝିଅ ହୋଇଥିବାରୁ ତାର ବଡଦାଦା ଙ୍କୁ ଝିଅ ମିନୁ , ଆସି ସବୁ ଦିଆନିଆ , ବନ୍ଧୁ ଚର୍ଚ୍ଚା କରୁଥାଏ । ଦାଦା ଙ୍କ ଘର ବହୁତ ଗରିବ ଥିବାରୁ ମିନୁ ର ମଧ୍ୟ ବାହାଘର ହୋଇପାରୁ ନଥାଏ । ସେମାନଙ୍କ ର ଅବସ୍ଥା ଶୋଚନୀୟ । ଗଣ୍ଡିଏ ଖାଇଲେ ଆରଓଳି କି ଖାଇବାକୁ ନଥାଏ।ମାତ୍ର ଗୋରା ତକ ତକ ଝିଅଟିର ଛିଣ୍ଡା ଶାଢୀରେ ବି ସୌନ୍ଦର୍ଯ୍ୟ ଫୁଟି ଉଠୁଥାଏ । ଶନିବାର ଆସି ପହଞ୍ଚିଲା । ସେଦିନ ବରଘରୁ ଖବର ଆସିଲା, ପୁଅ ତାର ଦୁଇଜଣ ସାଙ୍ଗଙ୍କୁ ଧରି ଆସିବ କନ୍ୟା ଦେଖିବାକୁ। ମିଲିଅପା ମନେ ମନେ ଖୁସି ହଉଥିଲା ଆଉ ଡରରେ ଛାନିଆ ବି ହୋଇଯାଉଥିଲା । ସେ ମଙ୍ଗଳା ଙ୍କୁ ବସି ପ୍ରାର୍ଥନା କରୁଥିଲା, ହେ ମା ମଙ୍ଗଳା ,ମୋ ଗୁହାରି ଏଥର ଶୁଣ। ତୋ ପାଇଁ କଳାଶାଢୀ ଆଉ ଚୁଡି ରଖିଛି। ଶନିବାର ଯାଇ ରବିବାର ସକାଳ ହେଲା, ସକାଳ ଯାଇ ଦ୍ୱିପ୍ରହର ହେଲା।

ମିଲିଅପା ର ଘର ଲୋକମାନେ ଚାହିଁ ଚାହିଁ ତାଙ୍କ ଆଖିରୁ ପାଣି ମଲାଣି। ମା' ବାରମ୍ବାର ଠାକୁର ଘରକୁ ଯାଇ ପୁଣି ଟିକେ ରହି ଆସୁଥାନ୍ତି ଦାଣ୍ଡ କୁ । ବହୁ ପ୍ରତୀକ୍ଷାର ପରିସମାପ୍ତି ଘଟାଇ ଗୋଟେ ମାରୁତି କାର୍ ଆସି ଗାଁ ଦାଣ୍ଡ ରେ ପହଞ୍ଚିଲା । ସେତେବେଳକୁ ସଂନ୍ଧ୍ୟା ପ୍ରାୟ ଗଡି ଯାଇଥିଲା । ତିନିଜଣ ଯୁବକ ଆଗପଛ ହୋଇ ବାହାରି ପଡିଲେ । ପଛ ଜଣକ ଗୋରା ତକ ତକ ,ପତଳା ଆଉ ଡେଙ୍ଗା ଚେହେରା । ଗାଁ ଦାଣ୍ଡ ରେ ଗାଁ ପିଲାମାନେ ଗାଡି ପଛରେ ଦଉଡି ଦଉଡି ଆସୁଥାନ୍ତି। ଆଜି ମିଲିଅପା ର ବର ଆସିଛି। ମିଲିଅପା ର ବାହାଘର ହେବ,ମଜା ହେବ।ଏମିତି ସେ ଗାଁ ଛୁଆମାନେ କୁହା କୁହି ହୋଇ ହସା ହସି ହଉଥାନ୍ତି | 

 ମିଲିଅପା ର କେଉଁଥିରେ କିଛି ଅଭାବ ନଥିଲେ ହେଁ ଚେହେରା ଟି ଟିକେ ସାବନା ରଙ୍ଗର ଓ ପାଠ ମଧ୍ୟ ବିଶେଷ ନଥିଲା । ଅତି ଗେଲବସରର ଝିଅ ହୋଇ ସ୍କୁଲ ଯିବାକୁ ଅମଙ୍ଗ ହୋଇ ପାଠପଢ଼ାରେ ଡୋରି ବାନ୍ଧି ଥିଲା। ମିନୁ ଆସି ଚା,ଜଳଖିଆ ର ବନ୍ଦୋବସ୍ତ କରି ଚାଲିଗଲା। ସେମାନେ ତିନି ସାଙ୍ଗ କିଛି ସମୟ ରହି ଝିଅଦେଖିଘରକୁ ଫେରିଆସିଲେ । ମିଲିଅପା ମନ ଭିତରେ ତାଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲା । ସେ ନିଜେ ନିଜେ କାହାର ପତ୍ନୀ ହେବାର ସୌଭାଗ୍ଯ କୁ ମନେ ମନେ ଭାବିନେଇଥିଲା । ଏଥର କଣ ସତରେ ପ୍ରତିକ୍ଷା ର ଅବସାନ ଘଟିବ? ସତେକଣ ସେ ବାହା ହୋଇ ଏ ଗାଁ ଦାଣ୍ଡ ଦୁଲକେଇ ଅନ୍ୟ ଗାଁ କୁ ଚାଲିଯିବ? ଖୁସିରେ ମିଲିଅପାର ମନ ଗଗନରେ ଉଡି ବୁଲୁଥାଏ । ସତେ କଣ ଏ ସୌଭାଗ୍ଯ ତା ଭାଗ୍ୟ ରେ ଅଛି । ସତକୁ ସତ ଦୁଇଦିନ ପରେ ପୁଅର ଏ ପ୍ରସ୍ତାବ ରେ ରାଜି ବୋଲି କହି ଖବର ଦେଲେ।

ମିଲିଅପା ଖୁସି ରେ ଗଦ୍ ଗଦ୍ ହୋଇ ଗାଁ ସାରା ବୁଲି ଆସିଲା। ମା ମଧ୍ୟ ଦୁଇ ଧାର ଆନନ୍ଦାଶୃ ଢାଳି ମା ତାରିଣୀ ଙ୍କ ପାଖେ ମୁଣ୍ଡିଆ ମାରିଲେ । ମିଲିଅପା ଜଣେ ହସଖୁସିଆ ଆଉ ସରଳ ପ୍ରକୃତିର ଝିଅ। ପଇସା ପତ୍ର ର ଅଭାବ କେବେ ଦେଖିନି । ତେଣୁ ମନସଦା ପ୍ରଫୁଲ୍ଲିତ ଥାଏ ଓ ସବୁବେଳେ ମଉଜମଜଲିସ ରେ ଦିନ ହିଁ କଟେଇଦିଏ । ଗାଁ ରେ କୁମାର ପୂର୍ଣ୍ଣିମା ହେଲେ ତାଙ୍କ ଘର ଅଗଣା ରେ ଖେଳ ହୁଏ । କେତେ ପ୍ରକାରର ଖେଳ - ଲୁଚକାଳି, ବାଘବଜାରୀ ଓ ପୁଚି ଆଦି ଖେଳରେ ରାତି ପାହିଯାଏ । ରଜ ହେଲେ ତାଙ୍କ ବାଡି ନଡିଆ ଗଛ ରେ ଦୋଳି ଲଗାଯାଏ । ଗାଁ ଯାକର ସମସ୍ତ ଝିଅ ମାନେ ଯାଇ ତାଙ୍କ ଘରେ ରଜ ପାନ ଖାଇ ଟିକେ ଦୋଳିରେ ଝୁଲିକରି  ଆସନ୍ତି । ଏଥିରେ ମିଲିଅପା ବହୁତ ଖୁସି ଅନୁଭବ କରେ। ସେଦିନ ବରଘରୁଏ ଶୁଭ ଖବର ଆସିଲା ପରେ ମିଲିଅପା ର ଗୋଟି ଗୋଟି କରି ସବୁକଥା ମନେ ପଡିଗଲା।ସତେ ସେ କଣ ଏ ଗାଁ ର ମଉଜ ମଜଲିସ ଛାଡି ଦୂରକୁ ଚାଲିଯିବ?ଆଉ ଏ ଗାଁ ର କୁଆଁରପୁନେଇଁ ଆଉ ରଜଦୋଳି ତା ଜୀବନର ଶେଷ ଖେଳ ହୋଇ ରହିଯିବ? 

ସତକୁ ସତ ମିଲିଅପା ର ବାହାଘର ଦିନ ଆସି ପହଞ୍ଚିଲା।ଘରଦ୍ବାର ସଜ୍ଜା ସଜ୍ଜି ହେଲା।ଛାମୁଡିଆ ବନ୍ଧା ହେଲା।ମିଲିଅପା ର ଘର ସହିତ ଗାଁ ଦାଣ୍ଡ ବି ହସି ଉଠୁଥାଏ।ସେ ଗାଁ ଝିଅ ଗୁଡାକ କୁହା କୁହି ହଉଥିଲେ।ଆଜି ମିଲିଅପା ବହୁତ ସୁନ୍ଦର ଦେଖାଯାଉଛି। ଆଉ ଜଣେ କହିଲା ,ହଁ ନଦିଶିବ କେମିତି? ଆଜି ପରା ମିଲିଅପା ର ବର ଆସିବ।ତାର ଆଜି ବାହାଘର। ସତେ ମିଲିଅପା କଣ ଆମକୁ ଛାଡି ଚାଲିଯିବ? ମିଲିଅପାର ବାହାଘର ର ରୋଶଣି ଜଳିଲା ,ବାଜା ବାଜିଲା ଓ ବାହାଘର ହେଲା। ବାହାଘର ପରେ ମିଲିଅପା ତା ଶାଶୁଘର କୁ ଚାଲିଗଲା। ଶାଶୁଘରେ ନୂଆ ନୂଆ ସମସ୍ତ ଙ୍କ ଆଦର ଯତ୍ନ ରେ ମିଲିଅପା ଖୁସି ହୋଇଗଲା। ଅନେକ ଜିନିଷ ସବୁ ବୋହୂ ଆଣିଛି। ସମସ୍ତଙ୍କ ପାଇଁ ଭଲ ଭଲ ଶାଢୀ,ପୁଅ ମାନଙ୍କ ପାଇଁ ପାଣ୍ଟ ସାର୍ଟ ର କପଡା ସବୁ ଆଣିଛି । ଆଉ କେତେ ଘରକରଣା ଜିନିଷ ସବୁ ଆଣିଛି । ଶାଶୁ ଖାଲି ଗଦ୍ ଗଦ୍ ହେଇ ସମସ୍ତଙ୍କୁ ଦେଖାଉଥାନ୍ତି |

 ମିଲିଅପା ର ଶାଶୁଘର ର ଗହଳି ଚହଳି ଆସ୍ତେ ଆସ୍ତେ କମିବାକୁ ଲାଗିଲା । ବନ୍ଧୁ ବାନ୍ଧବ ସବୁ ଯେଝା ଘରକୁ ଯିଏ ପଳେଇଲେ | ଆଜି ମିଲିଅପା ର ଚଉଠି ରାତି। କେଉଁ ଏକ ଅଜଣା ଖୁସି ରେ ତାର ଦେହ ମନ ପୁଲକିତ ହୋଇ ଉଠୁଥିଲା। କିନ୍ତୁ ଏ କଣ !ହଠାତ୍ ମିଲିଅପା ର ସୁନେଲି ସ୍ଵପ୍ନ ରେ ପୂର୍ଣ୍ଣ ଛେଦ ପଡିଗଲା । ପ୍ରଥମ ଦେଖାରେ, ପ୍ରମୋଦ ବାବୁ ମାନେ ମିଲିଅପା ର ବର ଯାହାକୁ ନେଇ ଏତେ ସୁନେଲି ସ୍ଵପ୍ନ ସେ ଦେଖି ଥିଲା କହିଲେ ,ମିଲି ',ମୁଁ ତୁମର ଧନର ପ୍ରାଚୁର୍ଯ୍ୟ ପାଇଁ ତୁମକୁ ବିବାହ କରିଛି, ମାତ୍ର ମୋର ସେହି ଗୋରା ତକ୍ ତକ୍ ଝିଅ ମିନୁ ହିଁ ଦରକାର।ତାକୁ ମୋ ଜୀବନରେ ନ ପାଇଲେ ମୁଁ ମୋ ଜୀବନ ହରାଇ ଦେବି। ତୁମକୁ ଗୋଟେ ସର୍ତ୍ତ ମାନିବାକୁ ହେବ । ତୁମେ ଗାଁ କୁ ଯାଇ ମିନୁ ସହିତ ମୋର ବାହାଘର ର ବନ୍ଦୋବସ୍ତ କର । ନହେଲେ ଖରାପ ପରିଣତି ତୁମକୁ ଭୋଗିବାକୁ ପଡିବ। ତୁମେ ମୋ ସଂସାର ରୁ ଦୂରେଇ ଯାଅ। ମିଲିଅପା ର କାନ ତାବଦା ହୋଇଗଲା ପରି ଜଣାଗଲା। ଏ କଣ ସେ ଶୁଣୁଛି? ଏ ସବୁ ସ୍ଵପ୍ନ ନା ବାସ୍ତବ? ଦେଖିଥିବା ଏତେ ସୁନେଲି ସ୍ଵପ୍ନ ଏମିତି ଅକାରଣ ରେ କଣ ଭାଙ୍ଗିଯିବ? ସେ ବିଶ୍ୱାସ କରି ପାରୁନି । ଉତ୍ତପ୍ତରେ ନିଆଁହୁଳା ଉପରେ ପାଣି ଗରାଏ ପକାଇଦେଲେ ତାହା ଯେମିତି ଧଡ୍ କିନା ଲିଭିଯାଏ,ସେହିଭଳି ମିଲିଅପା ର ସ୍ଵପ୍ନ ସବୁ ଭାଙ୍ଗି ଚୁରମାର ହୋଇଗଲା । ଏତେ ଦିନର ଖୁସି ସବୁ ହଠାତ୍ ପାଣି ଫାଟିଗଲା । ସେ ନିଜ କାନକୁ ବିଶ୍ବାସ କରିପାରିଲାନି।ତଥାପି ବିଶ୍ବାସ କରିବାକୁ ହିଁ ପଡିବ। ସେ ତା ମନ ର କୋହକୁ ଚାପି ,ବୋହିପଡୁଥିବା ଲୁହଧାରକୁ ଓଠରେ ପିଇ ରାତି ସାରା କଟେଇଦେଲା। ପ୍ରମୋଦ ବାବୁ ମଧ୍ୟ ଖଣ୍ଡେ ସିଗାରେଟ୍ ସାହାଯ୍ୟରେ ଚେୟାର ଉପରେ ବସି ବସି ରାତି କଟେଇଦେଲେ ।

ଯେଉଁ ଶାଶୁଘର ର ପାଣି ପବନ ,ଲୋକମାନଙ୍କୁ ଦେଖି ଏତେ ଆନନ୍ଦିତ ହେବାକୁ ପଡୁଥିଲା  ,ତାହା ସବୁ ହଠାତ୍ ଓଲଟିଗଲା ଯେମିତି। ଆଉ ମୁହୁର୍ତ୍ତେ ସେଠି ରହିବାକୁ ମନ ହେଲାନି। କିନ୍ତୁ କଣ କରାଯାଇପାରିବ? ଘରେ ବାପ ମାଁ ଙ୍କୁ ଏ ବିଷୟରେ ଜଣାଇଲେ ସେମାନେ ହଠାତ୍ ଏ ଘଟଣାକୁ ସହି ନ ପାରନ୍ତି। କୌଣସି ମତେ ସେଠି ଏକ ମାସ କଟେଇ ଦେବାର ଚେଷ୍ଟା କଲା ଓ କୌଣସି ଏକ ବାହାନା ଦେଖାଇ ଘରକୁ,ନିଜ ଗାଁ କୁ ଫେରି ଆସିଲା ସେ।ମାତ୍ର ସବୁ ଘଟଣାକୁ ଗୋପନ ରଖି ନିଜେ ଜଳି ଜଳି ଜୀବନ କୁ ନିଃଶେଷ କରିଦେଲା ସିନା କାହାକୁ କିଛି ଜଣେଇଲା ନାହିଁ । ତା ଜୀବନର ସେ ରଜଦୋଳି ଓ କୁଆଁର ପୁନେଇଁ ଖେଳ ଶେଷ ଖେଳ ହୋଇ ରହିଗଲା।

 

 


Rate this content
Log in

Similar oriya story from Tragedy