Kalpana Kumari Pradhan

Children Stories Tragedy

4.7  

Kalpana Kumari Pradhan

Children Stories Tragedy

ନିରୁତ୍ତର

ନିରୁତ୍ତର

2 mins
264


ସେଦିନ ଥାଏ ଶିଶୁଦିବସ, ଆମର ସ୍ୱାଧୀନ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହୁର ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସବୁଠି ପାଳନ ହେଉଥିଲା ଏହି ଦିବସ ଟି । ସବୁଠି ଆନନ୍ଦ ଆଉ ଉଲ୍ଲାସ କାରଣ ସମ୍ପୂର୍ଣ୍ଣ ଦିବସ ଟି ଉଚ୍ଛର୍ଗୀକୃତ ଛୋଟ ଛୋଟ କୋମଳ ମତି ଶିଶୁ ଙ୍କ ଉଦ୍ଦେଶ୍ୟ ରେ ।


ନେହା ବି ସେଦିନ ଭୋର ରୁ ଉଠି, ଗାଧୁଆ ପାଧୁଆ ସାରି ସ୍କୁଲ ପୋଷାକ ପିନ୍ଧି ବାହାରି ପଡିଲା ସ୍କୁଲ କୁ । ହାତରେ ଧରି ଥିଲା ବାଡିରୁ ତୋଳି ଥିବା ଭଳି ଭଳି ଫୁଲ । ଏବଂ ସେ ଜାଣି ଥିଲା ଚାଚା ଙ୍କର ଗୋଲାପ ଭାରି ପ୍ରିୟ ତେଣୁ ରମା ଅପାଙ୍କୁ ମାଗି ଗୋଟିଏ ଲାଲ ଗୋଲାପ ଟିଏ ଧରିଲା । ସୁନ୍ଦର ଭାବରେ ଚାଚା ନେହୁରୁ ଙ୍କ ଫୋଟ କୁ ସୁଶୋଭିତ ପୁଷ୍ପ ମାଳା ରେ ସଜ୍ଜିତ ହୋଇଥିଲା ।


ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । କୁନି କୁନି ଝିଅ ମାନେ ସ୍ୱାଗତ ଗୀତ ଗାନ କରିଥିଲେ । ସହପାଠୀ ଭାଇ ଭଉଣୀ ମାନେ ଭାଷଣ ଦେଇଥିଲେ । ମୁଁ ମଧ୍ୟ ନେହୁରୁ ତଥା ଶିଶୁଦିବସ ବିଷୟରେ କିଛି ପଦ କହିଲି । ଶିକ୍ଷକ ସମସ୍ତଙ୍କୁ ପ୍ରଶଂସା କରିଥିଲେ ତତପରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆମ ମାନଙ୍କ ଉଦ୍ଦେଶ୍ୟ ରେ ସମ୍ଭାଷଣ ରଖିଥିଲେ । ଆଜି ଦିନ ର ମହତ୍ୱ ବିଷୟରେ ଗୁରୁଜୀ ଏକ ଗଳ୍ପ ମାଧ୍ୟମ ରେ ବର୍ଣ୍ଣନା କରିଥିଲେ । ଶିଶୁ ଭିତରେ କିପରି ଏକ ସୁନ୍ଦର ଭବିଷ୍ୟତ ଲୁଚି ରହିଛି ତାହା କହିଥିଲେ । ସେତେବେଳେ ନିଜକୁ ଭାରି ଗୌରବାନ୍ୱିତ ଲାଗୁଥିଲା । ସଭା ଶେଷରେ ସଭିଙ୍କୁ ଚକୋଲେଟ ଆଉ ବିସ୍କୁଟ ପକେଟ ଦିଆ ଗଲା । ମୋତେ ଭାରି ଭୋକ ଲାଗୁଥିଲା ତେଣୁ ମୁଁ ସଙ୍ଗେ ସଙ୍ଗେ ଚକୋଲେଟ ଟି ଖାଇଦେଲି । ବିସ୍କୁଟ ଟିକୁ ଧରି ଭାବିଲି ଘରେ ଜଗୁ ଜଗିଥିବ, ତା ପାଇଁ ଏହା ନେଲେ ସେ ଭାରି ଖୁସି ହେବ ।


ବିସ୍କୁଟ ପକେଟ ଟି ଧରି ଗୁଣୁ ଗୁଣୁ ଗୀତ ଗାଇ ନେହା ଫେରୁଥିଲା ଘରକୁ । ବାଟରେ ଗୋଟିଏ ଝିଅ ଟିଏ ସାଙ୍ଗରେ ରେ ତା ଭାଇ କୁ ଧରି ମୁଣ୍ଡରେ ହାତ ଦେଇ ବସିଛି ପଥ ଧାରେ । ଦେହରେ ଛିଣ୍ଡା ଚିରା ପୋଷାକ । ମନ ମୋର କାହିଁକି ଭଲ ଲାଗିଲାନି, ଏମାନେ ବି ତ ଶିଶୁ?

ପଚାରିଲି କଣ ହୋଇଛି ତୁମର?


ଝିଅ ଟି : ମୁଁ ବୁଲି ବୁଲି ଭିକ ମାଗେ, କାଲି ଠୁଁ କିଛି ଖାଇବାକୁ ପାଇନି । ମୋତେ ଭୋକ ଲାଗୁନି ଭଉଣୀ (ଆଖିରେ ଆଖିଏ ଲୁହ ) କିନ୍ତୁ ଏ ମୋର ସାନ ଭାଇ......

ନେହା ସଙ୍ଗେ ସଙ୍ଗେ ତାର ବିସ୍କୁଟ ପକେଟ ଟି ପିଲାଟିକୁ ଦେଇଦେଲା । କି ଆନନ୍ଦ ତା ଚେହେରା ରେ । ନେହା କୁ ବହୁତ ଧନ୍ୟବାଦ ଦେଲା । ଜଣେ କ୍ଷୁଧାର୍ତ୍ତ ର କୋହ ଭୋକିଲା ଲୋକ ହିଁ ବୁଝି ପାରିବ ।


ସେ ଘରେ ପହଞ୍ଚି ସିଧା ଚାଲିଲା ତା ବାପା ପାଖକୁ । ତା ମନରେ କେବଳ ଗୋଟିଏ ପ୍ରଶ୍ନ, ସେ ପଚାରିଲା ବାପା ଆମେ ପାଠ ରେ ପଢୁଛେ ଭାରତ ର ସନ୍ତାନ ସମସ୍ତେ ସମାନ ତେବେ ଆମେ ସ୍କୁଲ ଯାଇ ପାଠ ପଢି ସବୁ ସୁବିଧା ପାଉଥିବା ବେଳେ କେତେ ଛୋଟ ପିଲା ଗଣ୍ଡେ ଖାଇବା ପାଇଁ ହନ୍ତସନ୍ତ କାହିଁକି ହେଉଛନ୍ତି?


ବାପା, ସରଳ ନିଷ୍ପାପ ଝିଅ ର ଏହି ସରଳ ପ୍ରଶ୍ନ ଯେଉଁଥିରେ ବିରାଟ ମର୍ମ ଲୁଚି ରହିଛି ଶୁଣି ପୁରାପୁରି ନିରୁତ୍ତର ।କଣ କହି ସେ ବୁଝାଇବେ, କଣ୍ଠ ରୁ ସ୍ପରିଲାନି କୌଣସି ଶବ୍ଦ । ପୁରା ନିର୍ବାକ ।


સામગ્રીને રેટ આપો
લોગિન