TASNEEM SULTANA

Children Stories

4.0  

TASNEEM SULTANA

Children Stories

ନ୍ୟାୟ ଦେବୀ

ନ୍ୟାୟ ଦେବୀ

2 mins
329



ରଘୁର ଛୋଟ ସଂସାର । ତା'ର ପରିବାର କହିଲେ ସ୍ବାମୀ ସ୍ତ୍ରୀ ଓ ଏକମାତ୍ର ଝିଅ ପୂଜା ।ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ରୋଜଗାରକ୍ଷମ ମଣିଷଟି ହେଲା ରଘୁ ।ଦିନ ମଜୁରିଆ ହେଲେବି ସେ ଭାରି ସ୍ବାଭିମାନୀ ଲୋକ । ସରକାରି ଯୋଜନାର ସୁଫଳ ତାକୁ ମିଳିଛି ।ଏବେ ସେ ରାସନକାର୍ଡଟିଏ ପାଇଛି । ତା'ର ତେଲ ଲୁଣର ସଂସାର ଯାହିତାହି ଚଳି ଯାଉଛି ।ପୂଜା ଏଥର ମାଟ୍ରିକ ପାସ କରିଛି । ହଠାତ ତା'ର ସୁନାର ସଂସାରରେ ଚଳକ ପଡିଲା ।ସେ ଗାଁର କିଛିଦୃଷ୍ଟଲୋକଙ୍କ ଚକ୍ରାନ୍ତର ଶିକାର ହୋଇଗଲା । ତା'ର ରାସନକାର୍ଡଟିକୁ ଅଚଳ କରି ଦିଆଗଲା ।ଏ ବିଷୟରେ ପୂଜା ଯାଇ ବ୍ଲକରେ ବୁଝିଲା ବେଳକୁ ଜଣା ପଡିଲା ରଘୁର ମୃତ୍ୟୁ ହୋଇ ଯାଇଛି । ତା ପରିବାରରେ ପକ୍କାଘର ରହିଛି । ତାସହ ସୋମାନଙ୍କର ରୋଜଗାରର ଅନ୍ୟ ବାଟ ମଧ୍ୟ ରହିଛି । ତେଣୁ ରାସନକାର୍ଡ କାଟି ଦିଆଗଲା । ବ୍ଲକ ଅଧିକାରୀଙ୍କ ଠାରୁ ଏସବୁ ଶୁଣି ପୂଜା ଚମକି ପଡିଥିଲା । ବାପା ଜୀବିତ ଅଛନ୍ତି । ଆମ ପରିବାରର ରୋଜଗାରର ଅନ୍ୟ କୌଣସି ବାଟ ନାହିଁ । ବାପାହିଁ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି । ଏକଥା ପୂଜା ସେମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝିବାକୁ ନାରାଜ ।ଶେଷରେ ବାପ ଝିଅ ମିଶି ଅଦାଲତରେ ଏ ବାବଦରେ କେସ କଲେ । ରଘୁ ଜୀବିତ ଥାଉ ଥାଉ କ'ଣ ପାଇଁ ତା'ର ରାସନକାର୍ଡ କାଟି ଦିଆଗଲା ! ଜୀବିତ ଥିବା ମଣିଷଟି ରଘୁ ବୋଲି ପ୍ରମାଣିତ କରିବାକୁ ହେବ ବୋଲି ଓକିଲ, ପୂଜା ଓ ରଘୁକୁ କହିଲେ ।ଏଥିପାଇଁ କେଶ ଆରମ୍ଭ ହେଲା ।




 ଏପଟେ ରାସନ କାର୍ଡ କଟି ଯାଇଥିବାରୁ ଓ ତାସହ ପୂଜାର କଲେଜ ଖର୍ଚ ଯୋଗୁଁ ପରିବାର ଚଳେଇବା ରଘୁ ପାଇଁ କାଠିକର ପାଠ ହେଲା । ସେ କ'ଣ କରିବ କିଛି ଚିନ୍ତା କରି ପାରିଲା ନାହିଁ  । ଶେଷରେ ସାହୁକାର ପାଖରେ ଘରଡିହ ବନ୍ଧା

ପକେଇ ପୂଜାର କଲେଜ ଖର୍ଚ ଚଳେଇ ନେଲା । ସେପଟେ କେଶ ଖର୍ଚ ପାଇଁ ଓକିଲଙ୍କ ବାରମ୍ବାର ଫୋନରେ ତାଗିଦା ତା ପାଇଁ ଏସବୁ ଅସହ୍ୟ ହୋଇ ପଡୁଥିଲା । ଏମିତି ପାଞ୍ଚବର୍ଷ ବିତିଗଲା ।ରୋଗରେ ପଡି ତା ସ୍ତ୍ରୀ ସଜନୀ ଆରପାରିକୁ ଚାଲିଗଲା । ସେ ଅନ୍ୟମନସ୍କ ଭାବରେ ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଗଲା । ଏତିକିବେଳେ ପୂଜା ପାଖକୁ ଓକିଲ ଫୋନ କରି କହିଲେ ତୁମେ କେଶରେ ଜିତି ଯାଇଛ । ରଘୁ ଜୀବିତ ବୋଲି ବିଚାରପତି ଶୁଣାଣି କରିଛନ୍ତି । ରଘୁ ନାମରେ ରାସନକାର୍ଡ ଦେବା ପାଇଁ ବ୍ଲକ ଅଧିକାରୀଙ୍କୁ କୋର୍ଟର ନିର୍ଦେଶ ପଠା ଯାଇଛି । ତା'ର ଏକ କପି ତୁମ ହ୍ବାଟସଅପରେ ପଠାଇଲି , ଦେଖ । ରଘୁର ବଞ୍ଚ ିଥିବାର ଖବର ଟିଭିରେ ବ୍ରେକିଂ ନ୍ୟୁଜ ଭାବରେ ପ୍ରସାରିତ ହେଉଥାଏ । ସାରା ରାଇଜରେ ଏକଥା ଚର୍ଚା ହେଉଥାଏ ।ଏପଟେ ରଘୁ ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲା ।ଶେଷରେ ରଘୁର ଅପରେସନ ବିଫଳ ହେଲା । ତା'ର ମୃତ୍ୟୁ ଖବର ଓ ଓକିଲଙ୍କ କେଶ ଖବରରେ ପୂଜା କାଠ ପାଲଟି ଯାଇଥିଲା ।ଡାକ୍ତର ରଘୁର ଶବକୁ ପୋଷ୍ଟମର୍ଟମ କରିବାକୁ ମନା କରିଦେଲେ । ଏପରି କଲେ କୋର୍ଟ ଆଦେଶର ଅବମାନନା ହେବ ।କୋର୍ଟ ଦୃଷ୍ଟିରେ ରଘୁ ଜୀବିତ । ଡାକ୍ତର ଜେଲ ଯାଇ ପାରନ୍ତି ବୋଲି ଡାକ୍ତରଖାନା ଜଗୁଆଳି କହୁଥିଲା । ଜଗୁଆଳିକୁ 

ପୂଜା ଅବାକ ହୋଇ ଚାହିଁ ରହିଥିଲା ।


ଆଇନର ଅନ୍ଧ ଗଳିରେ ବାଟ ହୁରୁଡି  ପୂଜା ନ୍ୟାୟଦେବୀକୁ ପ୍ରଶ୍ନ ମନେ ମନେ ପ୍ରଶ୍ନ ପଚାରୁଥିଲା -' ନ୍ୟାୟରେ ବିଳମ୍ବିତ ପ୍ରକ୍ରିୟା ମୋତେ କ'ଣ ଦେଲା ! ମୁଁ କ'ଣ ପାଇଲି ଓ କ'ଣ ହରେଇଲି  !

ଏମିତି ଦେଶର ଲକ୍ଷ ଲକ୍ଷ ପୂଜା ନ୍ୟାୟ ଅପେକ୍ଷାରେ ରହି ନାହାନ୍ତି ତ ? ଆମେ ପିଲାମାନେ ଏହାର ଉତ୍ତର ଖୋଜିବା ଓ ଭବିଷ୍ୟତରେ ଆଇନ ପାଠ ପଢି ଏହାର ସମାଧାନ ଖୋଜିବା ।






Rate this content
Log in