Akshaya Dash

Children Stories Inspirational Children

3  

Akshaya Dash

Children Stories Inspirational Children

ସାଙ୍ଗ ଦୋଷ

ସାଙ୍ଗ ଦୋଷ

2 mins
6


ଜଣେ ଶିକ୍ଷକ ଥିଲେ । ଶିକ୍ଷକକଂ ଶିକ୍ଷାଦାନରେ ବହୁ ଛାତ୍ର ଛାତ୍ରୀ ଉପକୃତ ହୋଇ ଉଚ୍ଚପଦବୀରେ ନିଯୁକ୍ତି ପାଇଛନ୍ତି । ସତକହିବାକୁ ଗଲେ ଶିକ୍ଷକକଂ ଶିକ୍ଷାଦାନଓ ପିଲାମାନଙ୍କ ପ୍ରତି ଶ୍ରଦ୍ଧା ତାଙ୍କର ବିଶେଷ ଗୁଣଥିଲା । ସେମଧ୍ୟ ଜଣେ କବିଲେଖକ ଥିଲେ । ଦିନେ ତାଙ୍କ ନିକଟକୁ ଜଣେ ବ୍ୟକ୍ତି ନିଜ ପୁଅକୁଧରି ଆସିଲେ । ପିଲାଟି ବିପରୀତ ପ୍ରକୃତିର ଥିଲା । କୁସଙ୍ଗରେ ପଡି ବିଗିଡି ଯାଇଥିଲା । ଏକମାତ୍ର ପୁଅ ,ଏପରି ହେବାରୁସେ ବ୍ୟକ୍ତି,ଯେକି ପିଲାର ପିତା ବହୁତ କଷ୍ଟପାଉଥିଲେ । ପୁଅକୁ ବହୁତ ବୁଝାଇଲେ, ଯେତେପ୍ରକାର ବୁଝାଇଲେବି ପୁଅକୋଣସି କଥା ମାନିଲା ନାହିଁ। ପୁତ୍ରଠାରୁ ତାର ସାଙ୍ଗମାନଙ୍କୁ  ଦୁରେଇରଖିଲେବି କୌଣସି ପ୍ରଭାବ ପଡିଲାନାହିଁ । ଶେଷରେ ନିରାଶ ହୋଇ ଶିକ୍ଷକଙ୍କ ପାଖକୁ ଆଣିଲେ ।

ଶିକ୍ଷକ ସେ ପିଲାକୁ ପାଖରେ ବସେଇଲେ । ପିଲାକୁ ମଧୁର ବ୍ୟବହାର କରି ତାକୁ ନିଜ ହାତ ମୁଠାରେ କିଛି କୋଇଲା ଓ ଆର ହାତରେ ଚନ୍ଦନ ଆଣିବାକୁ କହିଲେ । ପିଲାଟି ଗୋଟିଏ ହାତରେ ଚନ୍ଦନ ଓ ଅନ୍ୟ ହାତରେ କୋଇଲା ଆଣି ପହଁଚିଲା । ତାକୁରଖିଦେବା ପାଇଁ ଶିକ୍ଷକ କହିଲେ । ଶିକ୍ଷକ ତାର ହାତଦୁଇଟିକୁ ଦେଖେଇବାକୁ କହିଲେ। ଗୋଟିଏ ହାତ ମୁଠା କଲା ଦିଶୁଥିବା ଦେଖି ଅନ୍ୟହାତଟି ବାସ୍ନା ଲାଗିବା କାରଣ କଣ ପଚାରିଲେ ?ପିଲାଟିକୁ କହିଲେ ଦେଖ ଭଲସାଙ୍ଗକି ସତଜନ ସହିତ ମିସିଲେ ଚନ୍ଦନ ପରି ସୁବାସ ଦିଏ । ଉତ୍ତମ ବିଚାରରେ ସୁଗନ୍ଧ ଲାଗିରହିଥାଏ । ସେଇପରି କୁସଙ୍ଗ  ଦୁର୍ଜନ ସହିତ ମିସିଲେ , କୋଇଲା ପରି ହାତ ଯେପରି କଳା ଦିଶିଲା, ସେଇପରି ଜୀବନ ଧାରା ଅସୁନ୍ଦର ହୋଇଯାଏ । କୁସଙ୍ଗ ଜୀବନକୁ ଅନ୍ଧକାର ଭିତରକୁ ନେଇଯାଏ । କୁସଙ୍ଗମାନେ ଛାଡିଚାଲିଗଲେବି ତାଙ୍କ ଆଚରଣର କାଲିମା ଜୀବନକୁ ପ୍ରଭାବିତ କରିଥାଏ ।

ତେଣୁକରି ଜୀବନରେ ସର୍ବଦା ଆମ କାର୍ଯ୍ୟ କଲାପ ସୁଗନ୍ଧ ଯୁକ୍ତ ହେବା ଉଚିତ୍।ଚନ୍ଦନପରି ଗୁଣବାନ୍ ଉପଯୁକ୍ତ ସାଙ୍ଗମାନଙ୍କ ସହିତ ରହିବା ଉଚିତ । କୁସାଙ୍ଗ ମାନଙ୍କଠାରୁ ଦୂରେଇରହିବା ଉଚିତ । ଶିକ୍ଷକକଂ କଥାକୁ ପିଲାଟି ବୁଝିଲା । ଆଉ କୁସାଙ୍ଗ ମାନଙ୍କ ସହିତ ନପଡ଼ି ସମୟର ଉଚିତ ମୂଲ୍ୟଦେଇ ପଢାପଢ଼ିରେ ମନ ଦେଲା । ଶ୍ରେଣୀରେ ପ୍ରଥମ ହେଲା । ସେପିଲାଟିର ଜୀବନ ଧାରା ବଦଳି ଯାଇଥିଲା। ପରବର୍ତ୍ତି ଜୀବନରେ ଭଲ ପାଠ ପଢିସେଇଜିଲ୍ଲପାଳହେଲେ 

ସେଇ ବିଧ୍ୟାଳୟ ର  ଶିକ୍ଷକ ନିଜ କାର୍ଯ୍ୟରୁ ଅବଶର ନେଲେ । ତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ଯୋଗଦେଇଥିଲେ । ଜିଲ୍ଲାପାଳ ନିଜର ଭାଷଣରେ ତାଙ୍କ ପିଲାବେଳର କଥାକୁ  ଉପସ୍ଥାପନ କଲେ । ଏହି ଗୁରୁଙ୍କ ଯୋଗୁ ମୋର ଜୀବନ ପରିବର୍ତନ ହୋଇଛି। ପିଲା ମାନଙ୍କୁ ଶିକ୍ଷକଙ୍କ ଉପଦେଶ ମାନିବାକୁ ସଭାରେଭାଷଣଦେଇଥିଲେ । ସେଇ ଶିକ୍ଷକଙ୍କ ପାଦତଳେ ଭକ୍ତିପୂତ ପ୍ରଣାମକରିଥିଲେ।


Rate this content
Log in