Akshayakumar Dash

Inspirational

2  

Akshayakumar Dash

Inspirational

ସାଙ୍ଗଦୋଷ

ସାଙ୍ଗଦୋଷ

2 mins
463


ଜଣେ ଶିକ୍ଷକ ଥିଲେ । ଶିକ୍ଷକ କଂ ଶିକ୍ଷାଦାନରେ ବହୁ ଛାତ୍ର ଛାତ୍ରୀ ଉପକୃତ ହୋଇ ଉଚ୍ଚପଦବୀରେ ନିଯୁକ୍ତି ପାଇଥିଲେ । ସତକହିବାକୁ ଗଲେ ଶିକ୍ଷକକଂ ଶିକ୍ଷାଦାନ ଓ ପିଲାମାନଙ୍କ ପ୍ରତି ଶ୍ରଦ୍ଧା ତାଙ୍କର ବିଶେଷ ଗୁଣଥିଲା । ସେ ମଧ୍ୟ ଜଣେ କବିଲେଖକ ଥିଲେ । ଜଣେ ବ୍ୟକ୍ତି ତାଙ୍କ ପୁଅକୁ ଧରି ଆସିଲେ । ପିଲାଟି ବିପରୀତ ପ୍ରକୃତିର ଥିଲା । କୁସଙ୍ଗ ରେ ପଡି ବିଗିଡି ଯାଇଥିଲା । ଏକମାତ୍ର ପୁଅ ,ଏପରି ହେବାରୁ ସେ ବ୍ୟକ୍ତି ଯେକି ପିଲାର ପିତା ବହୁତ କଷ୍ଟପାଉଥିଲା । ପୁଅକୁ ବହୁତ ବୁଝାଇଲେ, ତାକୁ ଯେତେପ୍ରକାର ବୁଝାଇଲେବି ପୁଅକୋଣସି କଥା ନଶୁଣି ରହିଲା । ପୁତ୍ରଠାରୁ ତାର ସାଙ୍ଗମାନଙ୍କ ଠାରୁ ଦୁରେଇରଖିଲେବି କୌଣସି ପ୍ରଭାବ ପଡିଲାନାହିଁ । ଶେଷରେ ନିରାଶ ହୋଇ ଶିକ୍ଷକଙ୍କ ପାଖକୁ ଆଣିଲେ ।

ଶିକ୍ଷକ ସେ ପିଲାକୁ ପାଖରେ ବସେଇଲେ । ତାକୁ କିଛି କୋଇଲା ଓ ଚନ୍ଦନ ଆଣିବାକୁ କହିଲେ । ପିଲାଟି ଗୋଟିଏ ହାତରେ ଚନ୍ଦନ ଓ ଅନ୍ୟ ହାତରେ କୋଇଲା ଆଣି ପହଁଚିଲା । ତାକୁରଖିଦେବା ପାଇଁ ଶିକ୍ଷକ କହିଲେ । ଶିକ୍ଷକ ତାର ହାତଦୁଇଟି ଦେଖାଇବାକୁ କହିଲେ । ଗୋଟିଏ ହାତ କଲା ଦିଶୁଥିବା ଦେଖିଲେ ତ ଅନ୍ୟହାତଟି ବାସ୍ନା ଲାଗିବା କାରଣ କଣ ପଚାରିଲେ । ପିଲାଟିକୁ କହିଲେ ଦେଖ ଭଲସାଙ୍ଗ କି ସତଜନ ସହିତ ମିସିଲେ ଚନ୍ଦନ ପରି ସୁବାସ ଦିଏ । ଉତ୍ତମ ବିଚାର ରେ ସୁଗନ୍ଧ ଲାଗିରହିଥାଏ । ସେଇପରି କୁସଙ୍ଗ ବା ଦୁର୍ଜନ ସହିତ ମିସିଲେ କୋଇଲା ପରି ହୋଇଥାଏ । କୁସଙ୍ଗ ଜୀବନକୁ ଅନ୍ଧକାର ଭିତରକୁ ନେଇଯାଏ । କୁସଙ୍ଗମାନେ ଛାଡିଚାଲିଗଲେବି ତାଙ୍କ ଆଚରଣର କାଲିମା ଜୀବନକୁ ପ୍ରଭାବିତ କରିଥାଏ ।

ତେଣୁକରି ଆମେ ଜୀବନରେ ସର୍ବଦା ଚନ୍ଦନପରି ସଂକାରୀ ବ୍ୟକ୍ତିବା ସାଙ୍ଗମାନଙ୍କ ସହିତ ରହିବା ଉଚିତ । କୁସାଙ୍ଗ ମାନଙ୍କଠାରୁ ଦୂରେଇରହିବା ଉଚିତ । ଶିକ୍ଷକକଂ କଥାକୁ ପିଲାଟି ବୁଝିଲା । ଆଉ କୁସାଙ୍ଗ ମାନଙ୍କ ସହିତ ନପଡ଼ି ସମୟର ଉଚିତ ମୂଲ୍ୟଦେଇ ପଢାପଢ଼ିରେ ମନ ଦେଲା । ଶ୍ରେଣୀରେ ପ୍ରଥମ ହେଲା । ସେପିଲାଟି ର ଜୀବନ ଧାରା ବଦଳି ଯାଇଥିଲା। ପରବର୍ତ୍ତି ଜୀବନରେ ଭଲ ପଢି ସେଜିଲାର ଜିଲାପାଳ ହେଲେ ।

ସେଇ ବିଧ୍ୟାପିଠ ର ସେଇ ଶିକ୍ଷକ କାର୍ଯ୍ୟରୁ ଅବଶର ନେଲେ । ତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ଯୋଗଦେଇଥିଲେ । ଜିଲ୍ଲାପାଳ କଂ ଭାଷଣହିଁ ତାଙ୍କର ପିଲାବେଳର କଥାକୁ ମନେପକାଇ ଉପସ୍ଥାପନ କଲେ । ଏହି ଶିକ୍ଷକକଂ ଯୋଗୁ ମୋର ଜୀବନରେ ପରିବର୍ତନ ହୋଇଛି ବୋଲି ସଭାରେ ଭାଷଣଦେଇଥିଲେ । ସେଇ ଶିକ୍ଷକଙ୍କ ପାଦତଳେ ପ୍ରଣାମକରି ଶିକ୍ଷକକଂ ଆଶ୍ରିବାଦ ପ୍ରାଥନା କଲେ ।


Rate this content
Log in

Similar oriya story from Inspirational