Priyadarsini Das.PriYa❤️

Tragedy

4.0  

Priyadarsini Das.PriYa❤️

Tragedy

ଶେଫାଳି (ଧୋକା)

ଶେଫାଳି (ଧୋକା)

4 mins
12.2K



    ଶେଫାଳିଟି ଝରି ପଡିଛି ।ରାତି ତମାମ୍ ତାର ବାସ୍ନାରେ ମହକାଇ ସକାଳ ନ ହଉଣୁ ଝରି ପଡିଛି ।

ସତରେ ତାର କ'ଣ ମନ ନ ଥାଏ ଡାଳଟିରେ ଲାଖି ରହିବାକୁ ।


କାହାର ଭୁଲ........?


   ଶେଫାଳି ଟି ନିଜେ ତାର ସେଇ ଡାଳଟିକୁ ଆପଣେଇ ମଜଭୁତ୍ କରି ଧରି ପାରେନି ନା ବାସ୍ନା ପାଇ ସାରିବା ପରେ ଗଛଟି ତାକୁ ଅଦରକାରୀ ଭାବି ଦୂରେଇ ଦିଏ । ଅଲଗା କରିଦିଏ ନିଜଠୁ । ........................................


   ପ୍ରୀତି ନୂଆ କରି କଲେଜ ଯାଉଥାଏ ।ପାଠରେ ଯେମିତି ଆଗୁଆ ରୂପରେ ବି ଖୁବ୍ ସୁନ୍ଦର । କଜଳ ଧାରରେ ସଜ୍ଜିତ ଆଖି ଦୁଇଟି ତାର ଭାରି ମତୁଆଲା ।


    ଓଠର ଲାଲି ଏମିତି ,ଦେଖିଲେ ଲାଗେ ଯେମିତି ପ୍ରେମର ପ୍ରତୀକ ଲାଲି ଗୋଲାପଟି ସବୁତକ ରଙ୍ଗ ନିଗାଡି ଦେଇଛି ତାରି ଓଠରେ ।

    ତା ପାଉଁଜିର ଝୁମ୍ ଝୁମ୍ ଶୁଣିଲେ ମନ ହଜିଯାଏ ଭାବନା ରାଇଜରେ । 


     କଲେଜର ସବୁ ପୁଅ ତା ପ୍ରେମ ପାଇବାକୁ ପାଗଳ ।ହେଲେ ପ୍ରୀତିର ନଜର ନ ଥାଏ କୁଆଡେ ।ପାଠ ପଢା ଛାଡି ଅନ୍ୟ କଥାକୁ ଧ୍ୟାନ ହିଁ ନ ଥାଏ ।

     ତାରି ସହ ପଢୁଥିବା ଗୋଟିଏ ପୁଅ ରାଜା ।ନାମ ଯେପରି ରାଜା ଚେହେରା ବି ସେମିତି ।ପ୍ରୀତି ଓ ରାଜା ଦୁହେଁ ଏକା ସହ ନୋଟ୍ ଅଦଳବଦଳ କରି ପାଠ ବି ପଢନ୍ତି ।ଏମିତି ଦୁହିଁଙ୍କ ଭିତରେ ବନ୍ଧୁତା ବଢିବାକୁ ଲାଗିଲା ।ରାଜା ଗୋଟିଏ ଦିନ ନ ଦେଖିଲେ ରହି ପାରେନା ।

  ବହୁତ ଯତ୍ନ ନିଏ ସେ ପ୍ରୀତିର ।କଲେଜ ରେ କେହି ଯଦି କିଛି ପ୍ରୀତିକୁ କିଛି କହି ଦେଇଛି ।ସହି ପାରେ ନା ରାଜା ।ଝଗଡା କରି ପକାଏ ।ରାଜା ମନର ଏତେ ସ୍ନେହ ,ଏତେ ଭଲ ପାଇବା ଦେଖି ତା ଆଡକୁ ଟାଣି ହୋଇ ଯାଉଥାଏ ପ୍ରୀତି ।

     ଯିଏ କେବେ ବି କେଉଁ ପୁଅ ସହ କଥା ବି ହେଉ ନ ଥାଏ ସେ କିନ୍ତୁ ମନେ ମନେ ଦୁର୍ବଳ ହୋଇ ସାରିଥିଲା ରାଜା ପାଇଁ ।

     ଦିନେ ଭାଲେଣ୍ଟାଇନ ଡେ ରେ ରାଜା କହିଦେଲା ନିଜର ମନ କଥା ପ୍ରୀତି ଆଗରେ ।ପ୍ରୀତି ବି ହଁ ଭରିଦେଲା ।ଦୁହିଁଙ୍କର ସମ୍ପର୍କ ହୋଇଯାଉଥାଏ ଆହୁରି ନିବିଡ ।

        ଭଲପାଇବାର ସବୁ ସୀମାକୁ ଟପି ସାରିଥିଲେ ଦୁହେଁ ।ବିବାହ ବନ୍ଧନରେ ନ ବାନ୍ଧି ବି ପତି ,ପତ୍ନୀର ଅଧିକାର ଦେଇ ସାରିଥିଲେ ଦୁହେଁ ଦୁହିଁଙ୍କୁ । କଲେଜର 5ବର୍ଷ ଚାହୁଁ ଚାହୁଁ ବିତିଗଲା ।


   Graduation ସରୁ ସରୁ ପ୍ରୀତିର ବାପା ,ମା ତା ପାଇଁ ବର ପାତ୍ର ଖୋଜିବାରେ ଲାଗିଲେ ।ଆଉ ସବୁ କଥା କହୁଥାଏ ସେ ରାଜାକୁ ।ବାରମ୍ବାର କହୁଥାଏ ତୁମେ ଗୋଟିଏ ଚାକିରୀ କର ଆଉ ଘରେ ଆସି ମୋ ହାତ ମାଗି ନିଅ ।କିନ୍ତୁ ରାଜା କହୁଥାଏ ଧୈର୍ଯ୍ଯ ଧର ।କିଛି ନା କିଛି ବାହାନାରେ ସେମାନେ ଦେଖା କରୁଥାନ୍ତି ।ଆଉ ପ୍ରତିଥର ଦେଖା ରେ ପୁଣି ଥରେ ଡେଇଁ ଯାଆନ୍ତି ସବୁ ସୀମା ।ପ୍ରତିଟି ମୁହୂର୍ତ୍ତ କୁ ନିଜ ମୋବାଇଲ ରେ କଏଦ୍ କରି ରଖେ ରାଜା ।ଯେତେବେଳେ ପ୍ରୀତି ପଚାରେ କାହିଁକି ସେ ମୋବାଇଲ୍ ରେ ରଖୁଛ ଯେ ।ହସି କରି ରାଜା କହେ ଯେତେବେଳେ ତୁମେ ମୋ ପାଖରେ ନ ଥିବ ,ସେତେବେଳେ ଏଇସବୁ ଦେଖି କି ତୁମକୁ ତ ନିଜ ପାଖରେ ଅନୁଭବ କରିବି ନା ।

ପ୍ରୀତି କହେ ହେଲେ ସାବ୍ଧାନ ରଖିଥିବ ମୋବାଇଲ୍ କୁ କେହି ଯେମିତି ନ ଦେଖେ ।

     ଆଉ ଛୋଟ ପିଲା ପରି ପ୍ରୀତି ଅତି କୋମଳ ହେଇ ସିନ୍ଦୁର ଟୋପାଏ ମାଗି ବସେ ରାଜାକୁ । 

।ହେଲେ ବାହାଘର ନେଇ କିଛି ବି ନିଷ୍ପତ୍ତି ନେଇ ପାରୁ ନ ଥାଏ ରାଜା ।ଖାଲି କହୁଥାଏ ଧୈର୍ଯ୍ଯ ରଖ ।ସେ ସମୟ ଆସୁ ।

      ୧ ବର୍ଷ ବିତିଗଲା ।ପ୍ରୀତିର ବାପା ତାର ବାହାଘର ଠିକ୍ କରିଦେଲେ ତାକୁ ନ ପଚାରି ।ବାପା ଙ୍କ ମୁହଁରେ କିଛି କହିବାର ସାହସ ନ ଥିଲା ପ୍ରୀତିର ।ଖାଲି ଚାହିଁଥାଏ ରାଜା କିଛି କରିବ ।ହେଲେ କିଛି ବି ହେଉ ନ ଥାଏ ପ୍ରୀତିର ଭାବନା ସପକ୍ଷରେ ।

      ଚାହୁଁ ଚାହୁଁ  ବାହାଘର ଦିନ ଆସିଗଲା ଆଉ ବେଦି ରେ ବସିଗଲା ପ୍ରୀତି ନିରୂପାୟ ହୋଇ ।


     ଏ ଖବର ଜାଣିଲା ରାଜା ।ଆଉ ଆଗପଛ କିଛି ବି ଚିନ୍ତା ନ କରି ପ୍ରୀତି ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ଓ ଫୋଟୋ ଛାଡି ଦେଲା ସୋସିଆଲ୍ ସାଇଟ୍ ରେ ।

     କିଛି ଘଣ୍ଟା ନ ଯାଉଣୁ ମୋବାଇଲ୍ ରୁ ମୋବାଈଲ ଘୁରି ବୁଲିଲା ସବୁ ଭିଡିଓ ଓ ଫଟୋ ।

      ହାତଗଣ୍ଠି ପଡୁଥିବା ସମୟରେ ବାରମ୍ବାର ଟିଙ୍ଗ୍ ଟିଙ୍ଗ୍ ମେଜେସ୍ ଆସୁଥାଏ ପ୍ରୀତିର ଭାବି ସ୍ବାମୀର ମୋବାଈଲ କୁ ।ହାତଗଣ୍ଠିକୁ ଅଟକାଇ ସେ ମୋବାଈଲ ବାହାର କରିଲେ ଆଉ ଦେଖିଲେ ହ୍ବାଟ୍ସଆପ୍ ରେ କିଛି ଭିଡିଓ ।ଆଉ ଫଟୋ ।ଫଟୋ ରେ ଥିବା ଝିଅକୁ ଦେଖି ଅତି ସନ୍ଦେହ ଚକ୍ଷୁରେ ଚାହିଁଲେ ସେ ପ୍ରୀତିକୁ ।ତାପରେ ଭିଡିଓ କୁ ଡାଉନ୍ ଲୋଡ୍ କରି ଦେଖନ୍ତି ତ ଗୋଟିଏ ପୁଅ ସହ ପ୍ରୀତିର ଅନ୍ତରଙ୍ଗ ଭିଡିଓ ।

       ପ୍ରୀତିକୁ ବାହା ବେଦୀରୁ ଟାଣି ନେଇ ଭିଡିଓ ଦେଖାଇ ପଚାରିଲେ ....ଏ କ'ଣ ??

      ପ୍ରୀତି ସେ ଭିଡିଓ ଦେଖି ପାଦ ତଳୁ ତାର ମାଟି ଖସିଗଲା ।

ବିଶ୍ବାସ କରି ପାରିଲାନି ନିଜକୁ ,ଭାବି ପାରିଲାନି କିଛି ।ଖାଲି ଭାବୁଥାଏ ରାଜା କେମିତି କରିଲା ଏ ସବୁ ।

      ବାହାଘର ତାର ସେଇଠି ଭାଙ୍ଗିଗଲା ।ବର ଲେଉଟିଗଲା ।ବାପା ମା ତାକୁ ଘରୁ ବାହାର କରି କବାଟ କିଳି ଦେଲେ ।

      ଦୌଡିଲା ସେ ରାଜା ପାଖକୁ ।ଯାଇ ପଚାରିଲା ଏମିତି କାହିଁକି କରିଲ ? ବାପାଙ୍କୁ କିଛି କହି ପାରିବିନି ବୋଲି ପ୍ରତିଦିନ ତ  ମୁଁ ତୁମକୁ ସିନ୍ଦୂର ଟୋପେ ମାଗୁଥାଏ ।ତୁମେ ତ ଧୈର୍ଯ୍ୟ ରଖ କହି କହି ବାହାଘର ଦିନ ମୋର ଆସିଗଲା ।ନିରୂପାୟ ହୋଇ ବେଦି ରେ ମୁଁ ବସିଲି ।ହେଲେ ତୁମେ ଏ କଣ କରିଲ ରାଜା ।ଆଖିରୁ ଲୁହ ତାର ବହି ଚାଲି ଥାଏ ।

        ରାଜା ର ହାତକୁ ଧରି କହିଲା "ମୋ ଘରେ ମୋତେ ବିଦା କରିଦେଇଛନ୍ତି, କୁଆଡେ ଯିବି ମୁଁ ??ତୁମରି ଭରସା ରେ ତୁମ ପାଖକୁ ଦୌଡି ଆସିଛି ।ଏବେ ତ ମୋତେ ତୁମର ପତ୍ନୀ କରିନିଅ ।ତୁମ ପାଇଁ ମୁଁ ମୋର ସତୀତ୍ବକୁ ବି ତୁମକୁ ଦେଇଛି ,ମୋ ମୁଣ୍ଡରେ ତୁମ ନାମର ସିନ୍ଦୁର ଦେଇ ଦିଅ । "

          ଯଦି ରାଗି କି ଭିଡିଓ ଅପ୍ଲୋଡ୍ କରିଛ ,ତାହେଲେ ଆମେ ଆଉ କେଉଁ ଦୁରକୁ ପଳେଇବା ।କେହି ଆମକୁ ଚିହ୍ନି ପାରିବେନି । ଏତେ ସବୁ କହି ପ୍ରୀତି ରାଜାକୁ କହୁଥାଏ କିଛି କହୁନ ଯେ ?

    ରାଜା ଅତି ନିଷ୍ଠୁର ଭାବେ ପ୍ରୀତିର ହାତ କୁ ଛିଞ୍ଚାଡି ଦେଇ କହିଲା "ଯାହା କରିଛି ଠିକ୍ କରିଛି ମୁଁ ।ତୋ ପରି ଝିଅକୁ ଏମିତି ହିଁ ଉପହାର ମିଳିବା କଥା ।ଯଦି ବାହା ନ ହୋଇ ତୁ ମୋ ସହ ଏମିତି ସମୟ ବିତଉଥିଲୁ ,କେଜାଣି ଆହୁରି କେତେ ଜଣ ସହ ଏମିତି କରିଥିବୁ ,ନହେଲେ କଣ ଏମିତି ବାହା ବେଦିରେ ବସିଯାଇଥାନ୍ତୁ ?"

       ଏବେ ତୁ ସମ୍ପୂର୍ଣ୍ଣ ବଦ୍ ନାମ ।ତୋ ପରି ଝିଅ ମୋର ଦରକାର ନାହିଁ ।

         ପ୍ରୀତି ଉଠି ଆସିଲା ରାଜା ପାଖରୁ ।କାନ୍ଦି କାନ୍ଦି ପାଗିଳୀ ପରି ଚାଲିଥାଏ ।ଖାଲି ଭାବୁଥାଏ କେଉଁଠି ରହିଲା ମୋର ଭୁଲ ।ଏ କଳଙ୍କ ନେଇ କେମିତି ବଞ୍ଚିବି ?କିଏ ମୋତେ ସାହା ଦେବ ?ଯାହା ପାଇଁ ଲାଜର ଗହଣାକୁ ଓହ୍ଲେଇ ଥିଲି ,ସିଏ ହିଁ ଦୁନିଆଁ ଆଖିରେ ମୋତେ ନଗ୍ନ କରିଦେଲା ।  ଦେଖିଲା କୁଅଟିଏ ଆଉ ଡେଇଁ ପଡିଲା ତା ଭିତରକୁ । ଲିଭିଗଲା ତାର ନାମ ।

       ଝରିଗଲା ଶେଫାଳି ।ଭଲପାଇବାର ମହକ ଦେଇ ମହକିତ କରୁଥିଲା ସେ ତା ପ୍ରେମିକକୁ ।ସବୁ ସମୟରେ ଜାବୁଡି ଧରିବାର ପ୍ରୟାସ ବି କରିଥିଲା ।ହେଲେ ତାର ବାସ୍ନାକୁ ଲୋଟି ସାରି   ନିଜଠୁ ଦୂରେଇଦେଲା ତା ଅବୁଝା ପ୍ରେମିକ , ନିଜର ଅପାରୁଆ ପଣରେ ଗଡାଇ ଦେଲା ତାକୁ ବଦ୍ ନାମ୍ ର ଧୂଳିରେ । 

        ହେଲେ ସେଇ ଗୋଟିଏ ପ୍ରଶ୍ନ ।ଭୁଲ କାହାର ?


ଭୁଲ୍ କାହାର ?ଝଡିଥିବା ଶେଫାଳିର ନା ଅତି ନିଷ୍ଠୁର ଭାବରେ ପରୋକ୍ଷରେ ଝଡି ଯିବାକୁ ବାଧ୍ୟ କରିଥିବା ନିର୍ମମ ହୃଦୟ ର .........???? 


 


Rate this content
Log in

Similar oriya story from Tragedy