Sunanda Mohanty

Comedy Romance Others

4  

Sunanda Mohanty

Comedy Romance Others

ଶହେରୁ ଶହେ

ଶହେରୁ ଶହେ

6 mins
10


ସେଦିନ ପତ୍ନୀ ରାଧିକା ଖୁବ ବିରକ୍ତ ହେଉଥିଲେ ସ୍ୱାମୀ କ୍ଷିତୀଶଙ୍କ ଉପରେ. ପିଲାଟା ବିଗିଡି ଗଲାଣି. ସବୁବେଳେ ମୋବାଇଲ ଧରି ଗେମ ଖେଳୁଛି. କୋଉ ଗେମ କେଜାଣି କେତେବେଳେ କହୁଛି ବାମକୁ ତ କେତେବେଳେ କହୁଛି ଡ଼ାହାଣକୁ. ସେଦିନ ତ ତାର ଏମିତି ଢଙ୍ଗଢାଙ୍ଗ ଦେଖି ରାଧିକା ଖୁବ ଚିନ୍ତିତ ହୋଇପଡି ନିଦ ହେବା ପାଇଁ ଯେତେ ଚେଷ୍ଟା କଲେ ବି ନିଦ ଆସୁନଥିଲା ଆଖିକୁ. ଫୋନରେ ଢେର ରାତି ଯାଏଁ ୟୁଟୁବୁରୁ କ୍ଷିତୀଶ ଦେଖୁଥାନ୍ତି ଭିଟାମିନ ଟୁୱେଲଭ ବଢିଲେ କଣ ହେବ ତ କମିଲେ କଣ ହେବ ଆଉ ତାର ପ୍ରତିକାର.ପୁଣି ଭିଟାମିନ ଡି କମିଲେ କଣ ହେବ ତ ବଢିଲେ କଣ ହେବ. ସେହି ଅନୁଯାୟୀ କାଲିକୁ ତରକାରୀ ପତ୍ର କଣ ହେବ ପଚାରୁ ପଚାରୁ ଶ୍ରୀମତୀ ରାଧିକା ଦେବୀ କିଏ ହେବ ରଜ ସୁନ୍ଦରୀ ସିରିଆଲ ଦେଖୁ ଦେଖୁ କହୁଥିଲେ କାଲି ରବିବାର ମାଛ, ଚୁଙ୍ଗୁଡ଼ି, ଚିକେନ, ମଟନ ଯାହା ଆଣୁଛ ଆଣ ପଛେ ସେ ପିତା ଶାଗ ଆଣିବନି କହିଦଉଛି. ସେ ପିତା ଶାଗ ବାଛି ବୁଛି,ଧୁଆ ଧୋଇ, କଟା କଟି, ପୁଣି କଡେଇ ବସେଇ ତେଲ ଢାଳି ପିଆଜ ଦେଉ ଦେଉ ପିଲାଟା ମୋର କହୁଛି ପୁଣି ସେଇ ଘାସପୁଷ ଖାଦ୍ୟ? ତ କ୍ଷିତୀଶ କହୁଥିଲେ ପିତା ଶାଗ ମୁଁ ବାଛିବି ତୁମେ ଖାଲି କଡେଇରେ ଲେଉଟାଇ ଦେଲେ ହେଲା. ନଖାଉ ସେ କୁଳାଙ୍ଗାର. ତାକୁ ଖାଇଲେ ମଣିଷ ହେବ. ରାଧିକା ବିରକ୍ତିରେ କହୁଥିଲେ କେଜାଣି ଗାନ୍ଧି,ଗୋପବନ୍ଧୁ, ସୁବାଷ ବୋଷ, ଶାସ୍ତ୍ରୀଜୀ, ଜବାହରଜୀ, କାଲାମ ଏମାନେ ସବୁ ପିଲାଦିନେ ସବୁଦିନ ପିତାଶାଗ ଖାଉଥିଲେ କି ନାହିଁ ମୁଁ ଜାଣିନି. କ୍ଷିତୀଶ କହୁଥିଲେ ସେମାନେ ଯଦିଓ ପିତାଶାଗ ଖାଉନଥିଲେ ଚାଲୁଥିଲେ କୋଷ ଦୂର ଯାଏଁ ବାଟ . ଅରଟରେ ନିଜେ ସୂତା କାଟି ଲୁଗା ବୁଣି ପିନ୍ଧୁଥିଲେ ଗାନ୍ଧିଜୀ . ଆଉ କାଲାମ ପ୍ରତିଦିନ ସାଇକେଲିଙ୍ଗ କରି ଘରେ ଘରେ ସମାଜ ଦେଉଥିଲେ. ଆଉ ତୁମ ପୁଅ ଗେମ ଖେଳୁଛି ମୋବାଇଲରେ. ସେଇକଥା ତ ମୁଁ କହୁଛି ପୁଅକୁ ଆଗେ ମଣିଷ କର. କେମିତି ମଣିଷ ହେବ ମାଆ ପରା ତା ଆଗରେ କହିବ ମୁଁ ପିତା ଶାଗ ସବୁଦିନ ବାଛିବୁଛି କରିପାରିବିନି ମୋର ତେଲ ଭାଜି ଦରକାର. ଆହେ ମୋର ତ ବୟସ ହେଲାଣି. ପୁଅ ପରା ପ୍ରଥମ ପାହାଚରେ ତାକୁ ଜଗ କହି ମୁହଁ ବୁଲେଇ ଶୋଇଲେ ରାଧିକା. ଆଉ କିଛି ସମୟ ୟୁଟୁବ ଟୁଙ୍ଗ ଟାଙ୍ଗ କରି କ୍ଷିତୀଶ ମଧ୍ୟ ଶୋଇଗଲେ.।

   ସକାଳୁ ସକାଳୁ ଅଣ୍ଡା ସିଝା ଦେଖି କ୍ଷିତୀଶ ପଚାରୁଥିଲେ ଆକୁ ମୁଁ ଖାଇପାରିବି ତ?ହାଣ୍ଡି ଭଳି ମୁହଁ କରି ରାଧିକା କହିଲେ ଆମେ ମାଆ ପୁଅ ଖାଇସାରିଲୁଣି. ତୁମେ ମଧ୍ୟ ଖାଅ.ଦିନ ଆସିବ ଖାଦ୍ୟ ପଦାର୍ଥ ଥୁଆ ହୋଇଥିଲେ ମଧ୍ୟ ଖାଇବାକୁ ଇଛା ହେବନି ପୁଣି ଡାକ୍ତରଙ୍କ କଟକଣା ଭଳି ୟୁଟୁବ ଦେଖି ଦେଖି ସପ୍ତାହରୁ ଛଅଦିନ ତ ନିରାମିଷ ସାଙ୍ଗକୁ ପିତାଶାଗ. ଲିମ୍ବକଢ଼ ରାଇତାରେ ଦିନ ଯାଉଛି. ଆଉ ଏ ଗୋଟେ ଦିନ ରବିବାରରେ ସେଇ ଘାସପୁଷ ଖାଦ୍ୟ କିଏ ଖାଇବ? ହଉ ହଉ କହି ପାଟିକୁ ଅଣ୍ଡା ସିଝା ଦିଇଟା ଡିଆଇଁ ଦେଉ ଦେଉ କ୍ଷିତୀଶ କହିଲେ ତେବେ ହାଣ୍ଡି ପରି ମୁହଁ କରିବାର କାରଣ କଣ?କାରଣ ଆଉ କଣ? ଶୋଇବାକୁ ନିଦ ଆସିଲା ନାହିଁ ତ ଫୋନ ଦେଖୁ ଦେଖୁ ହାତ ବିନ୍ଧା ଯୋଗୁଁ ମୁଦି ଦିଟା ଦୁଇ ହାତରୁ କାଢ଼ି ତକିଆ ତଳେ ରଖିଦେଇଥିଲି କିନ୍ତୁ ସକାଳୁ ପାଉନି. ପୁଅକୁ କହିଲାରୁ ପୁଅ କହୁଛି ରାଶିଫଳ ଦେଖେ. କି ଯୁଗ ହେଲା. ପିଲାଟା ଟିକେ ଖୋଜିଦେବ କଣ ଏପରି କହୁଛି. ପୁଣି ଯାଇ ତା ରୁମରେ ଦେଖିଲା ବେଳକୁ କହୁଛି ବାଆଁକୁ ଯାଆ ପୁଣି କହୁଛି ଡାହାଁଣକୁ ପୁଣି କହୁଛି ଲଗେଇବି ଥାପଡ଼ ଯେ ତତେ ପରା ବାଆଁକୁ ଯା କହିଲି. ମୁଁ ଭାବିଥିଲି ସେ ପରୀକ୍ଷା ପାଇଁ ଅନଲାଇନ କ୍ଲାସ କରୁଛି ଦେଖିଲା ବେଳକୁ ମତେ ରାଶିଫଳ ଚ୍ୟାନେଲ ଯାଇ ମୁଦି କୋଉ ଦିଗରେ ଅଛି ପାଇଯିବାକୁ କହି ନିଜେ ବାମ ଦାହାଣ ଦିଗ ଦେଖଉଛି କାହାକୁ ମୋବାଇଲରେ . ହସି ହସି କ୍ଷିତୀଶ ବାବୁ ବଜାର ବାହାରି ଗଲେ. ଆଁ କରି ଚାହିଁଥାନ୍ତି ରାଧିକା. ପିଲାର ଚଗଲାମୀରେ ଆଜିକାଲି ବାପାମାନେ ହସିବେନି ତ ଆଉ କଣ କରିବେ!ଯାଉ ଯାଉ କ୍ଷିତୀଶ କହୁଥିଲେ ମୁଁ ଆସେ ମୁଦି ଖୋଜିଦେବି.।

    ଯାଉ ଯାଉ ବାଟରେ କ୍ଷିତୀଶଙ୍କର ସହକର୍ମୀ ଶିକ୍ଷକ ବନ୍ଧୁ ବିନୋଦଙ୍କ ସହିତ ଦେଖା ହେଲା. ଦୁହେଁ ସାଙ୍ଗ ହୋଇ ଯାଉ ଯାଉ ଦେଖିଲେ ନବମ ଶ୍ରେଣୀ ଛାତ୍ର ଦୁଇଜଣ ହାଟ ଗଳି ମୁଣ୍ଡେ ସିଗାରେଟରେ ନିଆଁ ଲଗାଇ ଦେଇ ଜଣେ ଦମଟେ ଟାଣିନେଇ ଆଉ ଜଣଙ୍କୁ କହୁଛି ନେ ଆଉ ଦେଖ ଆଗରେ ଗଣିତ ଓ ଇଂରାଜୀ ଶିକ୍ଷକ ଦୁହେଁ ଯାଉଛନ୍ତି.ତ ସାଙ୍ଗଟି କହୁଥାଏ ଆରେ ଛାଡ଼ିଦେ ନା . ଆଜି ପରା ରବିବାର. ଆଜି ସ୍କୁଲ ଛୁଟି. ଆଜି ଶିକ୍ଷକଙ୍କୁ ଭୟ କରିବା ଉଚିତ ନୁହେଁ ସହଜେ ସ୍କୁଲରେ କଣ ଆଉ ମାଡ଼ ଅଛି?ଗାଳି ବି ଦେଇପାରିବେ ନାହିଁ. ସେ ସଂସ୍କୃତ ପଣ୍ଡିତ ଗାଳି ଦିଏ ଯେ ଏମିତି ଦେଖିଲୁନି କି ଅବସ୍ଥା ତାଙ୍କର କଲି କେମିତି!ପକେଇ ଦେଲି ଆଇଡ଼ିଆ ବକ୍ସରେ ତାଙ୍କ ନାମରେ. ପ୍ରେମପତ୍ର ପଢି ବୁଢାର ଯାହା ହୋସ ଉଡିଲା ବିଇଓ ଡିଇଓଙ୍କ ଯାଏଁ ପରା କଥା ଯାଇ ବଦଳି ହୋଇ ବୁଢା ବାଟ କାଟିଲା ସିଧା କୋରାପୁଟ. ଛାଡି ଦେଉ ଦେଉ ଧୂଆଁତକ ସିଧା ବାଜିଲା କ୍ଷିତୀଶ ବାବୁ ଓ ବିନୋଦବାବୁଙ୍କ ମୁହଁ ଓ ନାକରେ. କ୍ଷିତୀଶବାବୁ କହୁଥିଲେ ସିଗାରେଟ ନଖାଇ ମଧ୍ୟ ଏ ଧୂଆଁ ସେବନରେ ପରା ଶରୀର ଅଧିକ କ୍ଷତିଗ୍ରସ୍ତ ବୋଲି ୟୁଟୁବ ଭିଡ଼ିଓରେ ଦେଖିଥିଲି.ବିନୋଦ ସାର କହିଲେ ହଁ ସେ ସିଗାରେଟ ଧୂଆଁ ପୁଣି ଏଇ କଅଁଳ ବୟସ ପିଲା ପାଟିରୁ! ଦେଖୁନ କି ଯୁଗ ହେଲା!ଆହେ ହେବନି ଆମ ବେଳେ ଛବିଳ ବର୍ଣ୍ଣବୋଧ ବହିରେ ଲେଖାଥିଲା ଅଇଲାଣି ବିଲେଇ... ମୂଷା ଯିବ ପଳେଇ ହେଲେ ଏବେକା ପରିବର୍ତ୍ତିତ ଛବିଳ ବର୍ଣ୍ଣବୋଧ ବହିର ନୂତନ ସଂସ୍କରଣରେ ପରା ଲେଖାଯାଇଛି ବିଲେଇନାନୀ ଉଠାଏ ଫଟୋ ମୂଷାପଲଙ୍କୁ ଦେଖି. ଏ କଥା ପଢିଲେ କୋଉ ଛାତ୍ର ପରି ମୂଷାର ଆଉ ବିଲେଇ ପରି ସାରଙ୍କୁ ଆଉ ଭୟ ରହିବ କହିଲ ସାର? କ୍ଷିତୀଶବାବୁ କହିଲେ ଆରେ ସେତେବେଳେ ଆମେ ଗୁରୁଙ୍କୁ ଦେଖିଲେ ସାଇକେଲରୁ ଓଲ୍ହେଇ ଚପଲ ବା ଜୋତା କାଢ଼ି ମୁଣ୍ଡ ନୁଆଁଇ ଅଣ୍ଟାଭାଙ୍ଗି ନମସ୍କାର କରୁଥିଲୁ. ତା ପରେ ସିଧା ସାଇକେଲରୁ ଓଲ୍ହେଇ ଚପଲ ନକାଢି ଠିଆ ଠିଆ ନମସ୍କାର ବି କେମିତି କେମିତି ଥିଲା ଆଉ ଏବେ ପରା ସାଇକେଲରୁ ଓଲ୍ହେଇବା କଷ୍ଟ, ନମସ୍କାର କଲେ କାଳେ ଛାତ୍ର ସାଇକେଲରୁ ପଡ଼ିଯିବ ବରଂ ନମସ୍କାର ନକରିବା ଭଲ କହି ଗୁରୁଜୀମାନେ କହୁଛନ୍ତି ବାଟରେ ଘାଟରେ ଦେଖିଲେ ନମସ୍କାର କରିବା ଦରକାର ନାହିଁ.କହି କହି ବିନୋଦ ବାବୁ ଗାଈ ହାଟ ଆଡ଼େ ଗଲାବେଳେ କ୍ଷିତୀଶ ଚାଲିଲେ ଆମିଷ ପରଖିବାକୁ. ଘରଣୀଙ୍କ ତାଗିଦା ମନେପଡୁଥିଲା. ସପ୍ତାହରେ ଦିନକୁ ଥରେ ଆମିଷ ନଗଲେ ଚଳିବନି କିନ୍ତୁ ସପ୍ତାହେ କଣ, ମାସ ମାସ ବର୍ଷ ବର୍ଷ ଧରି ଗୋଟାଏ ଦିନ ମୋବାଇଲ ନଦେଖିଲେ ହେଉନି. ମାଛ କିଣୁ କିଣୁ କ୍ଷିତୀଶ ଭାବୁଥିଲେ ଯାହା ବି ହେଉ ଆଜି ପୁଅ ବାବୁଲର ମୋବାଇଲ ନିଶା ଭାଙ୍ଗିବାକୁ ପଡିବ.ନହେଲେ କିଏ ଜାଣେ ସିଗାରେଟରୁ ମଦ ପାଖରେ ପହଞ୍ଚିନଯିବ ପିଲାଟା.।

   ଘରେ ପହଞ୍ଚି ଆଶ୍ଚର୍ଯ୍ୟ ହେଲେ କ୍ଷିତୀଶ. ବାହୁନା ପକେଇଛନ୍ତି ସ୍ତ୍ରୀ ରାଧିକା. ସବୁ ରଙ୍ଗ ଛାଡିଯିବାକୁ ଘଡିଏ ସମୟ ଲାଗିଲାନି କ୍ଷିତୀଶଙ୍କୁ. ଶ୍ରୀମତୀଙ୍କ ମୁଦି ଦୁଇଟି ତଥାପି ମିଳିନି. ଏଟା ପୁଣି ଏମିତି ସେମିତି ମୁଦି ନୁହେଁ ଗୋଟେ କ୍ଷିତୀଶଙ୍କ ବାପା ନିଜେ ବୋହୁ ଦେଖାବେଳେ ପିନ୍ଧେଇ ଦେଇଥିଲେ ରାଧିକାଙ୍କୁ ଆଉ ଗୋଟେ ଖାସ ସେ ନିଜେ କାରଣ ସେଦିନ ବାପାଙ୍କ ଧଳା ସାର୍ଟ ଚୋରୀ କରି ପିନ୍ଧି ରାଧିକାଙ୍କୁ ଦେଖିଯିବା ବେଳେ ରାଧିକାଙ୍କ ସଙ୍ଗେ ଯୋଉ କେଇ ମିନିଟର ଏକାନ୍ତ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା ସେତିକି ସମୟରେ ରାଧିକା କହିଥିଲେ ଆପଣ ଏ ଧଳା ସାର୍ଟରେ ପୁରା ଏଭର ଗ୍ରୀନ ହିରୋ ଜିତେନ୍ଦ୍ରଙ୍କ ଭଳି ଲାଗୁଛନ୍ତି. ବାସ ଆଉ କିଛି କଥା ବଢିବାର ଆବଶ୍ୟକତା ହିଁ ନଥିଲା. ବାହାଘର ହୋଇଗଲା. ସେଇ ମୁଦିଟା ବାସର ରାତିରେ ରାଧିକାଙ୍କୁ ପିନ୍ଧେଇ ସେ କହିଥିଲେ ତୁମେ ହେମାମାଳିନୀ ପ୍ଲସ ଶ୍ରୀଦେବୀ ପ୍ଲସ ରେଖା ପରି ଲାଗୁଛ ତ ବାସ ସେହିଦିନୁ ସଂସାର ଗାଡି ଗଡି ଚାଲିଛି ଠିକ ଠାକ. ଆଉ ଯେବେ ବି କିଛି ଗଡବଡ ଲାଗେ ମୁଦିଦୁଇଟାକୁ ଦେଖି ବୁଝିଯାଆନ୍ତି ମନକୁ ମନ ରାଧିକା ଓ କହୁଥାନ୍ତି ମୁଁ ଖାଲି ତୁମ ପସନ୍ଦ ନୁହଁ ମୋ ଶଶୁର ମଧ୍ୟ ମତେ ପସନ୍ଦ କରି ଏ ଘରକୁ ତୁମ ପାଇଁ ଆଣିଛନ୍ତି. ହେଲେ ରାଧିକା ଜାଣିନଥିଲେ ତାଙ୍କର ସେଇ ଏଭର ଗ୍ରୀନ ହିରୋ କହିବାରେ ଯୋଉ ମାଦକତା ଥିଲା ବାପାଙ୍କ ବନ୍ଧୁଙ୍କ ଝିଅ ସାବିତ୍ରୀ ସହ ବିବାହ କଲେ ସେ ଜୀବନ ହାରିଦେବେ ବୋଲି ସିଧା ସିଧା ଜଣେଇ ଦେଇଥିଲେ ବାପାଙ୍କୁ. ଆଉ ବୋଉ କାନ୍ଦୁଥିଲା ଠିକ ଏମିତି, ଯେମିତି କାନ୍ଦୁଛନ୍ତି ରାଧିକା ପୁଅର ମୋବାଇଲରୁ ତାର କୋଉ ଝିଅ ସହ ଚାର୍ଟ ଲିଷ୍ଟ ସବୁକୁ ଅନୁସନ୍ଧାନପୂର୍ଣ୍ଣ ଆଖିରେ ପଢି ଦେଖି ଓ ପ୍ରମାଣ ଦେଖାଇ.।

   ପୁଅ ଭଲ ମଣିଷ ପରି ମଣିଷ ହେବ ଭାବି ତାକୁ ଆବାସିକ ବିଦ୍ୟାଳୟରେ ପଢ଼ାଉଛନ୍ତି କ୍ଷିତୀଶ. ନିଜେ ସେହି ସ୍କୁଲର ଶିକ୍ଷକ. ଛାତ୍ର ଶିକ୍ଷକ ମଧ୍ୟରେ ଆଜି ଯୋଉ ସମ୍ପର୍କ ରସାତଳକୁ ଯାଉଛି ସେଥିରୁ ଟିକେ ଉର୍ଦ୍ଧରେ ରହିଛି ଏଇ ଆବାସିକ ବିଦ୍ୟାଳୟ. ଆଜିର କଳୁଷିତ ଯୁଗରେ ନିଜକୁ ସେହି ମହାଭାରତର ସନ୍ଦୀପନି, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନଙ୍କ ଭଳି ଛାତ୍ର ଶିଷ୍ୟର ପରମ୍ପରା ଆଜି ବି ଉଜ୍ଜୀବିତ ଏଇ ଆବାସିକ ବିଦ୍ୟାଳୟମାନଙ୍କରେ ରହିଛିର ଧାରଣା ଯଦିଓ ଆଜି ହାଟରେ ନବମ ଶ୍ରେଣୀ ପିଲା ଦୁହିଁଙ୍କର ଆଚ୍ଚରଣ ଓ ଉଚ୍ଚାରଣରୁ କ୍ଷିତୀଶ ମନ ହୃଦୟରେ ଦୋହଲି ଯାଇଥିଲେ ବି ସେ ପୁଅ ହାତରେ ମୋବାଇଲ ଧରାଇଛନ୍ତି ନିର୍ଦୋନ୍ଦରେ. ଗେମ ଖେଳୁଛି ତ ଖେଳୁ.ବିଦ୍ୟା ସହ ବୁଦ୍ଧି ନଥିଲେ ଆଜିକାର ଯୁଗରେ ପଛରେ ପଡିଯିବାକୁ କେତେ ସମୟ!ସେ ନିଜେ ତ ରୋଗ ବୈରାଗର କାରଣ ଓ ନିରାକରଣ ପାଇଁ ୟୁଟୁବ ଦେଖିଚାଲିଛନ୍ତି,ପୁଣି ଘରକାମରୁ ଟିକେ ଫୁରୁସତ ପାଇ ରାଧିକା ରଜ ସୁନ୍ଦରୀ ଚ୍ୟାନେଲ ଦେଖୁଛନ୍ତି ତ କଟକଣା କରିନାହାଁନ୍ତି କେବେ?ଆଛା କୁଆଡେ ଗଲା ସେ? ଆଜି ପରା ରବିବାର. ଯୋଗ କ୍ଲାସ ଯାଇଛି. ଦେଲ ଦେଲ କଣ କାହା ସଙ୍ଗେ ଚାର୍ଟ କରିଛି ଦେଖେ.।

   ମୋବାଇଲ ନେଇ ପୁଅର ନବମ ଶ୍ରେଣୀରୁ ନବମ ଶ୍ରେଣୀ ଝିଅ ପ୍ରତି ପ୍ରେମର ଲିଷ୍ଟ ବା ଚାର୍ଟରେ ଗୋଟେ ଟୁଇଷ୍ଟ ମିଳିଗଲା କ୍ଷିତୀଶଙ୍କୁ. ରୁବି ଭଳି ଅନେକ ଝିଅ ପୁଅ ହଷ୍ଟେଲରେ ରହି ପରିବାର ସୁଖରୁ ବଞ୍ଚିତ ଆବାସିକ ସ୍କୁଲରେ. ସେ ଦୃଷ୍ଟିରୁ ତାଙ୍କ ପୁଅ ଶନି ରବିବାର ସ୍କୁଲ କ୍ଵାଟରରେ ଥିବା ପିତା ମାତାଙ୍କ ପାଖରେ ଦିନ କାଟୁଥିବାରୁ ସହପାଠିନୀ ରୁବିର ଜନ୍ମ ଦିନରେ ଉପହାର ଦେଇଛି ମୁଦି ପୁଣି ଭାବି ଶାଶୁ ଶଶୁରଙ୍କ ତରଫରୁ. ଆଶ୍ଚର୍ଯ୍ୟ ହୋଇ ଚାର୍ଟର ଟ୍ଵିଷ୍ଟ ଭିତରେ ଭବିଷ୍ୟତର ପୁନରାବୃତ୍ତିର ଦୃଶ୍ୟ ଦେଖୁ ଦେଖୁ ରାଧିକା ବଡ଼ ପାଟିରେ କହୁଥିଲେ ଦେଖିବ ଆସ ପୁଅ କପବୋର୍ଡରେ ତୁମ ଧଳା ସାର୍ଟ. ଚକିତ ହେଲେନି କ୍ଷିତୀଶ ବରଂ ଆର ମୁଦିଟି ତକିଆ ଖୋଳ ଭିତରୁ ପାଇ ଅଳ୍ପ ଆଶ୍ୱସ୍ତ ଥିବା ସ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ କ୍ଷିତୀଶ. ଆରମୁଦିଟା ମଧ୍ୟ ତୁମର ସୁରକ୍ଷିତ ଅଛି. ତୁମ ପାଖକୁ ଫେରିବ ଦିନେ. ସ୍ୱାମୀଙ୍କ କଥାରୁ କଣ ବୁଝିଲେ କେଜାଣି ଆଜି ପିତା ଶାଗ ବାଛି ଭାଜିବା ସହ ମାଛ ବେସର ଯୋଗାଡୁ ଯୋଗାଡୁ କହୁଥିଲେ ଏଣିକି ସତରେ ପିତା ଶାଗ ଖାଇବା ଉଚିତ. କାହିଁକି?ପଚାରିଲେ କ୍ଷିତୀଶ ତ ରାଧିକା କହୁଥିଲେ ଆଉ କେଇଟା ବର୍ଷ ପରେ ଶାଶୁ ଓ ଜେଜେମାର ଅଭିନୟ କରିବାକୁ ସୁସ୍ଥ ରହିବାକୁ ହେବ ନା. କ୍ଷିତୀଶ ହସୁ ହସୁ ଛାତ୍ରୀ ରୁବିର ମୁହଁ ମନେ ପକାଉଥିଲେ ତ ହସ ଉକୁଟି ଆସୁଥିଲା ତାଙ୍କ ଚେହେରାରେ ତ ରାଧିକାଙ୍କ ଆଶଙ୍କା ଦୂରୀଭୂତ କରି କ୍ଷିତୀଶ କହୁଥିଲେ ତାକୁ ଏ ବିଷୟରେ ଆଉ କିଛି ପଚାରିବନି ଆଗକୁ ପରୀକ୍ଷା ଆସୁଛି. ହସୁଥିଲେ ରାଧିକା.।


Rate this content
Log in

Similar oriya story from Comedy