Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଶହୀଦ

ଶହୀଦ

3 mins
5



ଛୋଟ ପିଲାଟିଏ.ସବୁଦିନ ଅପେକ୍ଷା କରି ଠିଆ ହୋଇଥାଏ ଡାକଵାଲା ବା ଡାକିଆ ମଉସାଙ୍କୁ. ହାତରେ ଗୋଟିଏ ମାଟିଆ ଖୋଳର ଲଫାପା. ଡାକିଆ ମଉସା ଏଇ କେତେଦିନ ହେବ ଜାଣିସାରିଥିଲେ ପିଲାଟି ଯଦିଓ ତା ଫଉଜି ବାପାଙ୍କ ପାଇଁ କିଛି ସନ୍ଦେଶ ଦେବାକୁ ଚାହେଁ କିନ୍ତୁ ଜାଣିନଥାଏ ପୋଷ୍ଟ ଅଫିସ କୋଉଠି ବା କୋଉ ବକ୍ସରେ କେମିତି ଚିଠି ପକାଅଇବାକୁ ହୁଏ ତ ଭାବେ ଡାକ ବା ରେଷ୍ଟ୍ରି ଚିଠି ସବୁ ଦେଇଯାଉଥିବା ଡାକିଆ ମଉସା ନିଶ୍ଚୟ ଚିଠି ନେଇଯାଉଥିବେ ସମସ୍ତଙ୍କ ଘର ଘର ବୁଲି. ଆଜିକାଲି ସେ ଯୁଗ ନାହିଁ.ଆଜି ଜନ୍ମ ହେଲା ପିଲା କାଲି ମୋବାଇଲ ନଦେଖିଲେ ଖାଏନି କି ମୋବାଇଲ ଦେଖି ପାପା ପାପା କହି କଥା ହୁଏ ଦୂର ବିଦେଶରେ ଥିବା ପାପା ବା ବାପା ସଙ୍ଗେ ନୁହେଁ ବରଂ ଡ୍ରଇଁ ରୁମରୁ ଗାଧୁଆ ଘରେ ଥିଲାବେଳେ. ଏ ପିଲାଟିକୁ ନିଶ୍ଚୟ ମୋବାଇଲ ଠାରୁ ଦୂରରେ ରଖାଯାଇଛି. ଭଲ ସଂସ୍କୃତି ଶିକ୍ଷା ଦିଆଯାଇଛି ଭାବି ଡାକିଆ ମଉସା ଘଡିଏ ହେଉ ବା ଦଣ୍ଡେ ସାଇକେଲ ଠିଆ କରି ପଚାରନ୍ତି ତୋ ନାମ କଣ ପୁଅ? ଏହି ଲଫାପାରେ କଣ ଅଛି? ମୁନା କେବେ କହେ ମୋ ଫଉଜି ପାପା ପାଇଁ ଚିଠି ତ କେବେ କହେ ପିଜୁଳି ପୁଣି କେବେ ଆମ୍ବ ତ କେବେ କହେ ଚକୁଳି. ପାପା ଖାଇବା ସଙ୍ଗେ ସଙ୍ଗେ ମୋ ଦେଶ ଭାରତ ବର୍ଷକୁ ରକ୍ଷା କରୁଥିବା ତାଙ୍କ ସାଙ୍ଗ ସୈନିକ ବି ଖାଇବେ.

   ଡାକିଆ ଭାଇ ହୃଦୟ ଭିତରୁ ଦୀର୍ଘନିଶ୍ୱାସଟିଏ ବାହାରି ଆସେ. ପିଲାଟିକୁ ଦେଖି ମାୟା ଜାଗେ. ମୋହରେ ସେ ଦେଇଥିବା ଲଫାପାଟିକୁ ନେଇ ଚାଲିଯାଏ ଡାକିଆ ଭାଇ. ତା ପୁଅକୁ ପାଠ ପଢ଼େଇ ସେ ନିଜ ଗାଁ ସ୍କୁଲରେ ଗୁରୁଜୀ ହେବାକୁ ଭାବିବା ବେଳକୁ ପୁଅର ଏକା ଜିଦ ସେ ଦେଶ ରକ୍ଷକ ହେବ କହି ଫୌଜିରେ ଭର୍ତ୍ତି ହେଲା ଯେ ଆଉ ଫେରିଲାନି. ଆଉ ଗୋଟିଏ ଟିକି ପୁଅ ମୁନା ତା ବାପା ଓ ବାପାର ସାଙ୍ଗ ଫଉଜି ବା ସୈନିକ ମାନଙ୍କ ପାଇଁ ପଠାଉଥିବା ଲଫାପା ନେବାକୁ ସେ କେମିତି ମନା କରନ୍ତେ ? ଦିନେ ପଚାରିଦେଇଥିଲେ ମୁନା ବାବୁ ତୁମେ ଚିଠିରେ କଣ ଲେଖିଛ ବାପାଙ୍କୁ?ମୋ ପାଇଁ ନାଲି ରଙ୍ଗର ସୋଏଟର ଆଣିବାକୁ ଲେଖିଛି.

   ସେଦିନ ଡାକିଆ ଭାଇଙ୍କ ସାଇକେଲ ଘଣ୍ଟି ଟିନଟିନ ବାଜୁଥିଲା ତ ମୁନା ଦୌଡ଼ି ଆସିଲା. ଡାକିଆ ବାବୁ କହିଲେ ଏଇ ନିଅ ମୁନା ବାବୁ ତୁମ ପାପା ତୁମ ପାଇଁ ନାଲି ରଙ୍ଗର ସୋଏଟର ପାର୍ସଲ କରି ମୋ ହାତରେ ପଠାଇଛନ୍ତି. ପିଲାଟି ଡାକ ପକାଇଲା ବୋଉ ଏ ବୋଉ ଦେଖିବୁ ଆ ମୋ ପାଇଁ ପାପା ସୋଏଟର ପଠାଇଛନ୍ତି ଦେଖ. ତତେ କେତେ ଥର କହିଲିଣି ମୁନା ଯେ ବାପା ଆମ ଦେଶ ରକ୍ଷା କରିବାକୁ ବହୁ ଦୂର ବିଦେଶ ଯାଇଛନ୍ତି. ସେଠୁ ସେ ଫେରିବା ବେଳକୁ ତୁ ବଡ଼ ହୋଇଯାଇଥିବୁ. ଏତେ ଦୂରରୁ ତୋ ପାଇଁ ନାଲି ରଙ୍ଗର ସୋଏଟର ପଠାଇବା ସମ୍ଭବ ନୁହେଁ. ଏଇ ଦେଖୁନୁ ପାର୍ସଲ, ପାପା ପଠେଇଛନ୍ତି. ମୁନାର ବୋଉକୁ ଦେଖି ଚମକି ପଡିଲେ ଡାକିଆ ବାବୁ.ତା ବୋଉ ହାତରେ ଶଙ୍ଖା କି ଚୁଡ଼ି ନଥିଲା, ମଥାରେ ସିନ୍ଦୁର ବି ନଥିଲା. ପିନ୍ଧିଥିଲା ଧଳା ଶାଢ଼ୀ. କାନ୍ଦି ପକେଇଲେ ଡାକିଆ ବାବୁ.ସେ ଭାବିଥିଲେ ଛୋଟ ପୁଅ ମୁନାକୁ ସୋଏଟର ଦେଇ ସେ ଚମକେଇ ଦେବେ କିନ୍ତୁ ସେ ନିଜେ ବାଘ ଦେଖିଲା ଭଳି ଚମକି ପଡ଼ିଥିଲେ ଓ କହିଲେ ମୋ ପୁଅ ମଧ୍ୟ ଗଲା ଯେ ଆଉ ବାହୁଡ଼ିଲା ନାହିଁ. ତା ମାଆକୁ ଏଯାଏଁ ମୁଁ ବୁଝେଇ ପାରିନି ତୁମେ ମୁନାକୁ କେମିତି ବୁଝେଇଛ ଭଉଣୀ?ମୁନା କହୁଥିଲା ତୁ କାନ୍ଦନା ବୋଉ ଡାକିଆ ମଉସା ମୋ ପାପାଙ୍କୁ କହେଦେବେ ଯେ ସେ ଶୀଘ୍ର ଫେରିଆସିବେ ଦୂର ବିଦେଶରୁ. ଡାକିଆ ଆଖିରେ ଆଖିଏ ଲୁହ ନେଇ ଫେରିପଡ଼ୁ ପଡ଼ୁ କହୁଥିଲେ କାଲି ପାପାଙ୍କ ପାଖକୁ କଣ ଦେଵ ରଖିଥିବ ମୁନାବାବୁ ମୁଁ ଆସି ନେଇଯିବି. ଡାକିଆ କିନ୍ତୁ ତା ପରଠୁ ଆଉ ସେ ଗଳିରେ କେବେ ଆସିବାର କେହି ଦେଖିନାହାଁନ୍ତି. ମୁନା ଏ ଭିତରେ ବଡ଼ ହୋଇ ବୁଝିଯାଇଥିଲା ତା ପାପା ଶହୀଦ ହୋଇଯାଇଛନ୍ତି. ମୁନା ବୋଉ କାହାର ସାଇକେଲ ଘଣ୍ଟି ବାଜିବା ଶୁଣିଲେ ଦଉଡି ଆସନ୍ତି କାଳେ ଡାକିଆ ଆସିଥିବେ କିନ୍ତୁ ଡାକିଆ ମଉସା କାହିଁ ଆସୁନାହାଁନ୍ତି ବୋଲି ମୁନାର ପ୍ରଶ୍ନରେ ମୁନା ବୋଉଙ୍କ ଆଖିରୁ ଝରିପଡ଼େ ଦୁଇ ଟୋପା ଅଶ୍ରୁ.।


Rate this content
Log in