Dipti lekha Mishra

Inspirational

5.0  

Dipti lekha Mishra

Inspirational

ସହଯୋଗ

ସହଯୋଗ

2 mins
440


ଦୁଇଟି ଗାଁ ପ୍ରାୟ ପାଖାପାଖି ଥାଏ । ଦୁଇଟି ଯାକ ଗାଁର ଦୁଇଟି ପୁଅ ଅତି ଶିକ୍ଷିତ ଥିଲେ । କିନ୍ତୁ ସେମାନଙ୍କୁ କୌଣସି ଚାକିରି ମିଳିଲାନି କାରଣ ସେମାନେ ଦୁହେଁ ମଧ୍ୟବିତ୍ତ ପରିବାରର । ସହଜେ ଜାତିରେ ବ୍ରାହ୍ମଣ । ସଂରକ୍ଷଣ ବ୍ୟବସ୍ଥା ଥିବା ହେତୁ ଜେନେରାଲ ଯୁବପୀଢିଙ୍କ ଦୁଃଖ ସରେନି । ତଥାପି ବହୁତ ଜଣ ଏମିତି ଥାନ୍ତି କି କଦାପି ସେମାନେ ହାର ମାନନ୍ତିନି କି ସରକାରର ସାହାଯ୍ୟ ଲୋଡନ୍ତିନି । ଦୁହେଁ ଭାରୀ ସଂସ୍କାରୀ । 

ଦୁହେଁ ଗୋଟିଏ ସ୍କୁଲ୍ ଓ ଗୋଟିଏ ବିଶ୍ୱବିଦ୍ୟାଳୟରେ ପାଠ ପଢି ଆସୁଥିଲେ । ଦୁହିଁଙ୍କ ପରିବାର ଲୋକଙ୍କ ମଧ୍ୟରେ ବି ଭଲ ସଂପର୍କ ଗଢି ଉଠିଥିଲା । ଦୁହେଁ ବହୁତ ଖୁସିରେ ସମୟ ଅତିବାହାତ କରୁଥିଲେ । 

ଦିନେ ସେମାନେ ରୋଜଗାରର ପନ୍ଥା ବାଛିଲେ । ବଣକୁ ଯାଇ କାଠ ସଂଗ୍ରହ କଲେ । ରଂଜା ବି ବହୁତ ଗୁଡାଏ ଆଣିଲେ । ଦୁଇ ଗାଁ ମଝିରେ ଏମାନଙ୍କର ପୈତୄୄୄୄୄୄୄୄୄୄୄକ ସଂପତ୍ତି କିଛି ଥିଲା ମାନେ ଭୂମି ଖଣ୍ତେ ଥିଲା । ସେଠି କୁନ୍ଦୁରୁ ମାନେ ତୋରଡା କେତେକଙ୍କ ଭାଷାରେ ଆଉ ସାରୁ,ବାଇଗଣ,ଟମାଟ,ସୂର୍ଯ୍ୟମୁଖି ଫୁଲଗଛ ରୋପଣ କଲେ । ବଡ ଗଛ ଭାବେ ଭୂମି ତଡେ ତଡେ ଆମ୍ବ,ପଣସ,ନଡିଆ ଓ କଦଳୀ ଗଛ ଲଗାଇଲେ । ପାଣିର ବ୍ୟବସ୍ଥା ପାଇଁ ସେମାନେ ଏକ ଉପାୟ ଚିନ୍ତା କଲେ । ଦୁହେଁ ଘରର ବିଭିନ୍ନ ଉପାୟରେ ବ୍ୟବହାର ହେଉଥିବା ପାଣି ଯଥା ବାସନଧୂଆ ପାଣି,ଲୁଗାସଫା ପାଣି,ପରିବାଧୂଆ ପାଣି ,ଗାଧୁଆ ପାଣି ସଂଚୟ କରି ସାଇକେଲରେ ଆଣୁଥାନ୍ତି ଆଉ ଜଳର ଅପବ୍ୟବହାର ନ କରି ଭଲ କାମରେ ଲଗାଇ ବହୁତ ଖୁସି ହୁଅନ୍ତି । ବହୁତ ଖୁସି । ବହୁଳଭାବେ ଉପାର୍ଜନ କରିବାକୁ ଲାଗିଲେ । ଘରର ଦୁଃଖ ଦୁର୍ଦ୍ଦଶା ଦୂର ହେବାକୁ ଲାଗିଲା । ପୁଣି ଥରେ ବଣକୁ ଯିବାକୁ ପଡିଲା । ଦୁହେଁ ସାଙ୍ଗ ହୋଇ ଗଲେ । ସକାଳର ସିନ୍ଦୁରା ଫାଟିବା ଦୄୄୄୄୄୄୄୄୄୄୄୄଶ୍ୟ ଦେଖି ଅତି ଖୁସିରେ ସେମାନେ ନାଚି ଉଠିଲେ । ମାଙ୍କଡମାନେ ଡିଆଁ ଖେଳ ଖେଳିଲା ଭଳି ଖେଳୁ ଖେଳୂ ଗୋଟିଏ ସାଙ୍ଗ ପାହାଡରୁ ତଳକୁ ଖସିପଡୁଥିଲା । ଆରେକ ବନ୍ଧୁ କିନ୍ତୁ ତାଙ୍କ ହାତ ଛାଡିନଥିଲେ । କଳେ ବଳେ କୌଶଳେ ତାଙ୍କୁ ଉଦ୍ଧାର କରି ଆଣିଥିଲେ । 

ଏକ ବଡ ବିପଦରୁ ଉଦ୍ଧାର ହୋଇଥିଲେ । ବଣ ଭିତରକୁ ଯାଇ ପୁଣି ଥରେ ରଂଜା ନେଇ ଘରକୁ ଫେରିଲେ । ଗାଁର ଲୋକମାନେ ବି ଏବେ ଏ ଦୁହିଁଙ୍କୁ ଦେଖି ଗର୍ବ କରୁଥାନ୍ତି । ଚାକିରି ଆଉ ଦାଦନ ଖଟିବା ଅପେକ୍ଷା ନିଜସ୍ୱ ବୁଦ୍ଧି ବେକାର କରିବାରୁ ବଂଚିତ କରିଦେଲା । 



Rate this content
Log in

Similar oriya story from Inspirational