Himalini Hota

Inspirational

4  

Himalini Hota

Inspirational

ସମ୍ମୋହନ

ସମ୍ମୋହନ

4 mins
231


ସ୍ମୃତି ଅତିଷ୍ଠ ହୋଇ ଯାଇଥିଲା ନିଜ ଜୀବନ ଉପରେ। ସ୍ୱାମୀ ବୋଲାଉଥିବା ରାକ୍ଷସ ଜଣକ ଯୌତୁକ ପାଇଁ ମାଡ଼ ମାରି ମାରି ତାର ମୁହଁ ଫଟେଇ ଦେଉଥିଲା । ପ୍ରାୟ ରୀତି ମତ ଚାଲୁଥିଲା ଏ ଅଧ୍ୟlୟ ।ଠାକୁର ଙ୍କ ବେଲ ପତ୍ର ଖଣ୍ଡିଆ ହୋଇଯିବ ସିନା ତାର ମାଡ଼ ଖାଇବା ପର୍ବ ଖଣ୍ଡିଆ ହେଉନଥିଲା କେବେ । ବାପା ଘର ଗରିବ ପରିବାର ର ହେଇଥିବାରୁ ନିଜ ଦୁଃଖ ବି ଜଣେଇ ପାରୁନଥିଲା ସିଏ।ବନ୍ଧୁ ବାନ୍ଧବ, ସାହି ,ପଡିଶା ସମସ୍ତେ ଜାଣିଥିଲେ ତାର ସେହି ଦୁଃଖ ।କେହି ଜଣେ ପୋଡ଼ଶି ମହିଳା ତାର ଏ ଦୁଃଖ ସହି ନ ପାରି ତାକୁ ଉପଦେଶ ଦେଲେ କେତେ ଆଉ ସହିବୁ, ଅମୁକ ଜାଗାରେ ଜଣେ ହନୁମାନ ସାଧକ ଅଛନ୍ତି ।ସେ କିଛି ସମ୍ମୋହନୀ ବିଦ୍ୟା ଜାଣନ୍ତି ତାଙ୍କ ପାଖରେ ତୋ ଦୁଃଖ କହିବୁ ସେ ତୋ ଦୁଃଖ ଫେଡିବେ । ସମ୍ମୋହନ ଔଷଧ ପ୍ରୟୋଗ ପରେ ତୋ ସ୍ୱାମୀ ତୋ କଥା ଶୁଣିବେ ଆଉ ଅତ୍ୟାଚାର କରିବେ ନାହିଁ । ତୁ ହସ ଖୁସିରେ ସଂସାର କରିବୁ ।ସ୍ମୃତି ତାଙ୍କ କଥା ରେ ହଁ ଭରିଲା।ସେ ଏତେ କଷ୍ଟ ପାଇଥିଲା ଶାଶୁ ଘର ପରିବାର ତରଫରୁ ଯେ ଯିଏ ବି ଯାହା କହୁ ତାହା ପାଳନ କରୁଥିଲା । ।ପୋଡ଼ସି ଜଣକ ଯେଉଁ ଜାଗା ବିଷୟରେ କହିଥିଲେ ସ୍ମୃତି ରହୁଥିବା ଜାଗା ଠାରୁ ସେ ଜାଗା ବହୁତ ଦୂରରେ ଥିଲା । ସ୍ୱାମୀ ଙ୍କ ବିନା ସହାୟତା ରେ ସିଏ ଯାଇପାରିବ ନାହିଁ ସେ ଜାଗାକୁ ।ସ୍ୱାମୀ ଜାଣିଲେ ବି କଣ ଅନୁମତି ଦେବ ସମ୍ମୋହନ ଔଷଧ ନିଜ ଉପରେ ପ୍ରୟୋଗ କରିବା ପାଇଁ ସ୍ମୃତି କୁ ସାହାଯ୍ୟ କରିବ ପାଇଁ।କେମିତି କଣ କରିବ କିଛି ଉପାୟ ତାକୁ ଦେଖାଯାଉନଥାଏ।ପୋଡ଼ଶି ମହିଳା ଜଣକ ତାକୁ ସେଠାକୁ ଯିବା ପାଇଁ ସାହାଯ୍ୟ କରିପାରିଥାନ୍ତେ କିନ୍ତୁ ସ୍ୱାମୀ ଙ୍କ ବିନା ଅନୁମତିରେ ସେ ଯାଇ ପାରିବ ନାହିଁ କୁଆଡେ କାହା ସହିତ ।ଏପଟେ ଦିନକୁ ଦିନ ଅତ୍ୟାଚାର ବି ବଢି ଚାଲୁଥାଏ ତା ପ୍ରତି ସ୍ୱାମୀ ଓ ଶାଶୁ ଘର ପରିବାର ଲୋକ ଙ୍କର।ତାର ଦୁଃଖ ଏତେ ବଢିଯାଇଥିଲା ଯେ ଯାବତୀୟ କାମ ଘର ର କରିବା ପରେ ମଧ୍ୟ ଦୁଇ ଓଳି ଦୁଇ ମୁଠା ଶାନ୍ତିରେ ଖାଇ ବାକୁ ମଧ୍ୟ ଅନୁମତି ନ ଥିଲା ।

"ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା" ପରି ସ୍ମୃତି ବହୁତ କଷ୍ଟରେ କିଛି ଦିନ ପାଇଁ ତା ବାପା ଘରକୁ ଯିବା ପାଇଁ ଅନୁମତି ପାଇଥିଲା କୌଣସି ଏକ ଉତ୍ସଵ ରେ ଯୋଗ ଦେବା ବାହାନା ରେ ।ସେଇଟା ହିଁ ଥିଲା ତା ପାଇଁ ସୁବର୍ଣ ସୁଯୋଗ ।ନିଜ ଭାଇ ଓ ଭଉଣୀ ଙ୍କ ସହାୟତା ରେ ସେ ପୋଡ଼ସି ଙ୍କର କହିଥିବା ଜାଗା (ହନୁମାନ ମନ୍ଦିର) କୁ ଯାଇଥିଲା।ଗୋଟିଏ କୁଡ଼ିଆ ଘରେ ହନୁମାନ ମୂର୍ତ୍ତି ଟି ଏ ରଖି ପୂଜା କରୁଥିଲେ ହନୁମାନ ସାଧକ ଜଣକ। ବହୁତ ଲୋକ ବି ସେଠାରେ ରୁଣ୍ଡ ହୋଇଥିଲେ ସମସ୍ୟା ର ସମାଧାନ ଆଶାରେ। ଆଜି କାଲି ସବୁ ଲୋକ ଙ୍କ ର ତ ସମସ୍ୟା ଭର୍ତ୍ତି ।ଏମିତି କେହି ନାହିଁ ଯାହାର ସମସ୍ୟା ନାହିଁ ।ଏତେ ସାରା ଲୋକ ଙ୍କୁ ଦେଖି ସ୍ମୃତି ର ମୁହଁ ବି ଉଜ୍ଜଳ ଦେଖାଯାଉଥିଲା ତାର ଦୁଃଖ ଲାଘବ ଓ ସମସ୍ୟା ସମାଧାନ ହେବାର ଖୁସୀ ରେ।ଓ ଆଗକୁ ଯାଇ ଖୁସୀ ରେ ରହିବା ର ଆଶା ରେ ।ଟଙ୍କା କିଛି ବାଧ୍ୟ କରୁନଥାନ୍ତି ସାଧକ ଜଣକ ।ଭକ୍ତ ଯାହା ଖୁସୀ ରେ ଦିଏ ଗ୍ରହଣ କରୁଥାନ୍ତି ପ୍ରଭୁ ଙ୍କ ନାମ ରେ ।ପ୍ରାୟ ସବୁ ଲୋକ ଙ୍କ ସମସ୍ୟା ସେ ଠାକୁର ଙ୍କ ପୀଠ ପାଖରେ ବସି ସମାଧାନ କରିଥାନ୍ତି ହନୁମାନ ଙ୍କୁ ଧ୍ୟାନ କରି। କିନ୍ତୁ ଯେଉଁ ମହିଳା ଭକ୍ତ ଙ୍କ ର ବିଶେଷ ସମ୍ମୋହନ ଔଷଧ ଆବଶ୍ୟକ ଥାଏ ଅନ୍ୟ ଗୋଟିଏ କୋଠରୀ କୁ ଡାକି କିଛି ଗୋଟିଏ ମନ୍ତ୍ର ଓ ଔଷଧ ଦେଉଥାନ୍ତି ଅତ୍ୟନ୍ତ ଗୋପନୀୟ ଭାବରେ ।ପୀଠ ରେ ବସି ସମସ୍ୟା ସମାଧାନ କରିବା ତ ଠିକ ଥିଲା କିନ୍ତୁ ଅନ୍ୟ କୋଠରୀ କୁ ଡାକି ବ୍ୟକ୍ତିଗତ ଭାବରେ ଔଷଧ ଦେବା ଦେଖି  ସ୍ମୃତି ମନରେ ଟିକେ ସାଧକ ଙ୍କ ଉପରେ ସନ୍ଦେହ ଜାତ ହେଇଥିଲା ।କିନ୍ତୁ କରିବ କଣ ସ୍ୱାମୀ ଙ୍କ ମାଡ଼ ରେ ସେ ଏତେ ଅତିଷ୍ଠ ହୋଇ ପଡ଼ିଥିଲା ଯେ ସମ୍ମୋହନ ମନ୍ତ୍ର ଓ ଔଷଧ ଯେମିତି ବି ହଉ ସାଧକ ଙ୍କ ଠାରୁ ଆଣିବା ପାଇଁ ଚାହିଁଥିଲା।ଜଣେ ପରେ ଜଣେ ମହିଳା ଭକ୍ତ ସମ୍ମୋହନ ଔଷଧ ଓ କିଛି ମନ୍ତୁରl ଫୁଲ ନେଇ ସେହି କୋଠରୀ ଭିତରୁ ବାହାରୁ ଥାନ୍ତି। କୋଠରୀ ଭିତରୁ ବାହାରକୁ ବାହାରୁଥିବା ପ୍ରତେକ ମହିଳା ଙ୍କ ମୁଖ ମଣ୍ଡଳ ଲକ୍ଷ୍ୟ କରୁଥାଏ ସ୍ମୃତି, ଗଲା ବେଳେ ସେମାନେ ଯେଉଁ ଖୁସୀ ରେ ଭିତରକୁ ଯାଉଥାନ୍ତି ବାହାରିଲା ବେଳେ କିଛି ଅଲଗା ପ୍ରକାର ହେଇଯାଉଥାଏ ସେମାନଙ୍କ ର ମୁଖ ମଣ୍ଡଳ ର ଭାବ ଭଙ୍ଗୀ।ପୁରୁଷ ଲୋକଙ୍କର ସେ କୋଠରୀ ଭିତରକୁ ଯିବା ପାଇଁ ଅନୁମତି ନ ଥାଏ।ସ୍ମୃତି ଅତ୍ୟାଚାରିତା ଥିଲା ସିନା , ତା ସହ ଚାଲାକ ବି ଥିଲା ।ଏ ସବୁ ଦେଖି ତା ଭାଇ ଭଉଣୀ ଙ୍କୁ ଆଗରୁ କହି ରଖିଥିଲା ଯଦି ସାଧକ ଜଣକ ତାକୁ ସେ କୋଠରୀ ଭିତରକୁ ଡାକନ୍ତି ତେବେ ସେ କୋଠରୀ କୁ ଯିବା ପରେ ତୁମେ ଦୁଇଜଣ କୋଠରୀ ବାହାରେ ଅପେକ୍ଷା କରିଥିବ। ତାକୁ କିଛି ବି ଯଦି କୋଠରୀ ଭିତରେ ସନ୍ଦେହ ଲାଗେ କିମ୍ବା ଅସ୍ୱାଭାବିକ ମନେ ହୁଏ ସେ ସେଠାରୁ ଆବାଜ କରିବ ତା ପରେ ସମସ୍ତେ ସେ କୋଠରୀ ଭିତରେ ପ୍ରବେଶ କରିବେ ।ତା ପାଳି ଆସିବା ପରେ ସ୍ମୃତି କୋଠରୀ ଭିତରକୁ ପ୍ରବେଶ କଲା ।ସାଧକ ଜଣକ ଯୋଗ ମୁଦ୍ରା ରେ ବସି ସ୍ମୃତି କୁ ସମ୍ମୋହନ ମନ୍ତ୍ର ଗ୍ରହଣ ପାଇଁ କିଛିଟା ତ୍ୟାଗ କରିବା ଆବଶ୍ୟକ କହିଥିଲେ ।ସେ ତ୍ୟାଗ କରିବା ପାଇଁ ରାଜି କି ଅରାଜି ମଧ୍ୟ ପ୍ରଶ୍ନ କରିଥିଲେ ।ସ୍ମୃତି ତ ବାହାରେ ଭାଇ ,ଭଉଣୀ ଙ୍କୁ ଅପେକ୍ଷା କରେଇଥିଲା, ସାଧକ କଣ କହିବାକୁ ଚାହୁଁଛନ୍ତି ସେ ଜିଜ୍ଞାସା ରେ ପୁଣି ତାର ସମସ୍ୟା ସମାଧାନ ଆଶାରେ ସାଧକ ଙ୍କ କଥାରେ ହଁ ଭରିଲା।ବର୍ତ୍ତମାନ ସାଧକ ଜଣକ ତାକୁ ଆଖି ବୁଝିବାକୁ ବସିବାକୁ ଆଦେଶ ଦେଲେ ।ସ୍ମୃତି ସାଧକ ଙ୍କ କଥା ମାନି ଆଖିବୁଜିଲା ।ଅଜଣା ଆଶଙ୍କା ରେ ତାର ହୃତ ସ୍ପନ୍ଦନ ବଢିଯାଉଥିଲା।ସାଧକ ଜଣକ ସ୍ମୃତି କୁ ଆଖି ବୁଜି ନିଜର ସମସ୍ୟା ଉପସ୍ଥାପିତ କରିବାକୁ କହିଲେ ।ସ୍ମୃତି ସମସ୍ୟା ଉପସ୍ଥାପନ କରିବା ସହିତ ସମ୍ପୂର୍ଣ୍ଣ ଆଖି ବନ୍ଦ ନ କରି ଚକ୍ଷୁ ଅର୍ଦ୍ଧ ନିର୍ମିଳିତ ରଖି ଆଖି ର ଫାଙ୍କରେ ସାଧକ ଙ୍କ ର ଗତି ବିଧି ଲକ୍ଷ୍ୟ ରଖି ଥାଏ।ସାଧୁ ନିଜ ଆସନ ରୁ ଉଠିଲେ ।ସମସ୍ୟା ଶୁଣିବା ସହିତ ମନ୍ତୁରl ମନ୍ଦାର ପୁଷ୍ପ ଗୋଟେ ଆଣି ସ୍ମୃତି ର ସମ୍ବେଦନଶୀଳ ଅଙ୍ଗ ରେ ସ୍ପର୍ଶ କରାଇବl ସହ ଆଲିଙ୍ଗନ କରିବାକୁ ଉଦ୍ୟତ ହେଉଥିବl ସମୟରେ ଆଗତ ବିପଦ ର ଅନୁମାନ ଲଗାଇ ଭୟରେ ଚିତ୍କାର କରି ଉଠିଲା ସ୍ମୃତି ।ତା ଚିତ୍କାର ଶୁଣି ଭାଇ ଓ ଭଉଣୀ ଦୁଇ ଜଣ ଯାକ ଏକାଥରେ ପ୍ରବେଶ କରିଥିଲେ କୋଠରୀ ଭିତରେ।ସାଧକ ଜଣକୁ ଦୁଇ ଚାପଡା ବାଜିବା ପରେ ଭୟରେ ସେ କୋଠରୀ ଛାଡି ଦୌଡ଼ି ପଳେଇବାକୁ ଉଦ୍ୟତ ହେଲା । ସେ ସମୟରେ ଅନ୍ୟ ଭକ୍ତ ମାନଙ୍କ ସହାୟତାରେ ତାକୁ କାବୁ କରି ପୋଲିସ ଜିମା ରେ ଦେଇଥିଲେ।ନିଜକୁ ହନୁମାନ ଭକ୍ତ ବ୍ରହ୍ମଚାରୀ ବୋଲାଉଥିବା ସାଧକ ଜଣକ ସୁନ୍ଦରୀ ମହିଳା ମାନଙ୍କୁ ମୋହିନୀ ଔଷଧ ଦେବା ବାହାନା ରେ ଅଶାଳୀନ ବ୍ୟବହାର କରୁଥିଲା ନିଭୃତ କୋଠରୀ ଭିତରେ। ।ମୋହନୀ ଔଷଧ କେତେ ଦୂର କାମ କରୁଥିଲା ସେଟା ତ ଈଶ୍ୱର ଜାଣନ୍ତି ।କିନ୍ତୁ ସାଧକ ଜଣକ ବେଶ ମଜା ପାଉଥିଲା ଏ ସବୁ ଔଷଧ ଦେବା ବାହାନାରେ।



Rate this content
Log in

Similar oriya story from Inspirational