ଥରେ ପଞ୍ଚୁଦୋଳରେ
ଥରେ ପଞ୍ଚୁଦୋଳରେ
ମନେ ପକାଉଥିଲେ ଉର୍ମି.ସେଦିନ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଖିଆ ପିଆ ସରିବା ପରେ ଆଗ ଚାଲିଲେ ସମସ୍ତେ ମେଳଣ ପଡିଆକୁ.ଜାତି ଜାତି, କିସମ କିସମ ଦୋକାନ. ଆମ ଭିତରୁ କିଏ କଟୁରୀ କିଣୁଥିଲା ପଇଡ଼ ହାଣି ପିଇବାକୁ ତ କିଏ ହେମଦସ୍ତା ଖୋଜି ଖୋଜି କିଣୁଥିଲା. ଉର୍ମି ଖୋଜୁଥିଲେ ଛୋଟ ପିଲାଙ୍କ ଖେଳନା. କୋଉଠି ଖୋଜୁଥିଲେ ବ୍ୟାଟେରୀ ଚାଳିତ ଟର୍ଚ୍ଚ ଲାଇଟ ତ କୋଉଠି ଖୋଜୁଥିଲେ ପେଁକାଳୀ, ପୁଣି କୋଉଠି ରେଳଗାଡି ଇତ୍ୟାଦି. ହଠାତ ଭିଡ଼ ଭିତରେ କୁକୁର ଗୁଡିଏ ଦୃଷ୍ଟି ଆକର୍ଷଣ କରିଥିଲେ ଉର୍ମିଙ୍କର. ଗୋଟେ ମଧ୍ୟ ରୁମ ନଥିଲା ଦେହରେ ତାଙ୍କର . ଯାତ୍ରା ପଡିଆର ଏମୁଣ୍ଡ ସେମୁଣ୍ଡ ଧାଇଁ ଗରମ ତେଲଭାଜି ବାସ୍ନାରେ ଖାଦ୍ୟ ଅନ୍ୱେଷଣ କରୁଥିଲେ ତ ଉର୍ମିଙ୍କ ଭାରି ଇଛା ଥିଲା କିଛି ତେଲଭାଜି କିଣି କୁକୁରକୁ ଦିଅନ୍ତେ କିନ୍ତୁ ଦେଇନପାରି ଭଉଣୀ କରିଥିବା ସୁସ୍ୱାଦୁ ଖାଦ୍ୟ ସବୁକୁ ଖାଇପାରୁନଥିଲେ ଶାନ୍ତିରେ ଘରେ.ଖାଇପିଇ ସାରି ବାଜା ବାଣ, ରୋଷଣୀ, ପାଟୁଆର ଦେଖିବା ଲୋଭରେ ହନ୍ତୁଆଡ଼ ପଲଟଣ ପଡିଆରେ ପହଞ୍ଚି ଯାଇଥିଲୁ ସମସ୍ତେ. ଅଣାଅଶୀଜଣ ଠାକୁରଙ୍କ ରୋଷଣୀ ପୂର୍ବରୁ ମାଆ ଭଗବତୀ ଓ ଜଗନ୍ନାଥଙ୍କ ମିଳନ ଦୃଶ୍ୟ ଥିଲା ଅତ୍ୟନ୍ତ ମନୋମୁଗ୍ଧକର. ତା ପରକୁ ପର ଠାକୁରମାନେ ରୋଷଣୀ ସହିତ ଛତ୍ରୀ,ତରାସ, ଆଲଟ, ଚାମର ଭିତରେ ଆଲୋକର ରୋଷଣୀ ଭିତରେ ନିଜ ନିଜ ଆସ୍ଥାନରେ ଉପବେଶନ କରିବା ପରେ ପ୍ରସେସନ ଆରମ୍ଭ. କଳସ, ହାତୀ, ବାଘ, ଡାଇନୋସର, କୁମ୍ଭୀର, ଭୂତ ଓ ପ୍ରେତ ବିଭିର୍ଣ୍ଣ ଦେବା ଦେବୀଙ୍କ ଉପରେ ପୁରାଣ କିମ୍ବଦନ୍ତୀ ଆଧାରରେ ରୋଷଣୀ ସହ ମୂର୍ତ୍ତି ଓ ସେସବୁର ସାଜାସଜ୍ଜା ପଟୁଆର ଭିତରେ ଘରକୁ ଆଉ ଆସିହେଲା ନାହିଁ. ଗହଳି ବଢ଼ିଗଲା. ପାଟୁଆର ସରୁନି. ବାଣ ଆରମ୍ଭ ହୋଇନି. ଏଠିକା ବାଣ ଯିଏ ଥରେ ଦେଖିଥିବ ସେ ଜୀବନରେ ଭୁଲି ପାରିବ ନାହିଁ କହି ଅଟକେଇ ଦେଇଥିଲା ଭଉଣୀର ପରିବାର ।
ଏଇ ସ୍ଥାନରେ ଉର୍ମିଙ୍କ ବାପା ଚାକିରୀ କରି ପରିବାର ସହ କ୍ୱାଟରରେ ରହିଥିଲେ. ପ୍ରତିବର୍ଷ ପଞ୍ଚୁଦୋଳ ପଡେ ସତ ହେଲେ ସେମାନେ ଏସବୁ ଦେଖିବାର ସୌଭାଗ୍ୟ କଣ ପାଇଁ ବଞ୍ଚିତ ହୋଇଥିଲେ ଭାବି ମନେପକାଉଥିଲେ ଉର୍ମି ତ ସମସ୍ତଙ୍କର ସ୍କୁଲ କଲେଜରେ ପାଠପଢା ଚାଲୁରହିଥିଲା. ଯୋଗକୁ ଉର୍ମିଙ୍କୁ କୁକୁର କାମୁଡି ଦେବା ପରେ ବାପା ସବୁଦିନ ହସ୍ପିଟାଲ ନେଇ କୁକୁର କାମୁଡା ପ୍ରତିଷେଧକ ଇଞ୍ଜେକ୍ସନ ଦେଉ ଥାନ୍ତି. ଏମିତି ଏମିତି ଉଚ୍ଚ ଶିକ୍ଷା ପରେ ସେଠାରେ ପରକୁ ପର ତାଙ୍କ ବାହାଘର ଓ ବାପାଙ୍କ ଅବସର ପୂର୍ବରୁ ଆଉ କୁଆଡେ ନଯାଇ ସେହିଠି ଚାରିଭଉଣୀ ଓ ଦୁଇଭାଇଙ୍କ ବାହାଘର ସାରି ନିଜ ଘରକୁ ପୁରୀ ଫେରିଯିବା ପୂର୍ବରୁ ସାନଭଉଣୀ ଏଇଠି ହିଁ ବାହା ହୋଇ ସବୁଦିନର ଅଧିବାସୀ ହୋଇଯିବାରୁ ଉର୍ମି ଆଜି ଏତେବର୍ଷ ପରେ ପଞ୍ଚୁଦୋଳ ମେଳନ ଦେଖି ଆସିଛନ୍ତି ଭଉଣୀଘରକୁ. ହେଲେ ନା ପ୍ରସେସନ ସରୁଛି ନା ବାଣ ଆରମ୍ଭ ହେଉଛି.ଶୁଣୁ ଶୁଣୁ ଏବର୍ଷ କଟକଣା.ବାଣ ଫୁଟିବନି ଅଳ୍ପ କିଛି ଫୁଟିବ. ହେଲେ ଅଳ୍ପ ଫୁଟୁ ଫୁଟୁ ପୋଲିସ ଭୟ କଟକଣାକୁ ବେଖାତିର କରି ଫୁଟିଲା ଏମିତି ବାଣ କି ସୁନ୍ଦର ସେ ମନୋରମ ଦୃଶ୍ୟ କିନ୍ତୁ ମନୋରମ ଚକ୍ରୀ ମରା ବାଣ ଯେବେ ଢ଼ୋ ଢ଼ୋ ଗର୍ଜିଲା ଘରକୁ ଫେରି ଆସିବାକୁ ଯାଇ ଉର୍ମିଇତ୍ୟାଦି ପଲଟଣ ପଡିଆ ବୈଠକ ଛାତ ଘର ଉପର ଛାଡ଼ି ତଳକୁ ଆସିସାରିଥିଲେ ଆଉ ଜୋର ଜୋର ଶବ୍ଦର ଫୁଲଝରି ବାଣର ଦୃଶ୍ୟକୁ କ୍ୟାମେରାରେ କାୟଦ କରୁ କରୁ ଫୁଟିଲା ଅଧିକ ବାଣ.ରାସ୍ତା ଜାମ. ନା ଗହଳି କାଟି ଏପଟକୁ ଯାଇ ହେଉଛି ନା ସେପଟକୁ ନା ଫେରିଯିବାର ଉପାୟ ଅଛି ତ ଠେଲା ପେଲାରେ ପଡ଼ିଲେ ଦୁଇ ଭଉଣୀ ଓ ଭାଉଜ କିନ୍ତୁ ଉର୍ମି ଯାହା ଉପରେ ପଡ଼ିଲେ ସେ ଥିଲା ଗୋଟେ ଭିକାରୀ ଓ ତା ପାଖରେ କିଛି କୁକୁର. ଭିକାରୀ ବାଣ ଦେଖୁ ଦେଖୁ ଭୁଲିଯାଇଥିଲା ତା ଭିକ୍ଷା ଥାଳିରେ ପଡିରହିଥିବା ଟୁକୁରା ରୁଟି ସବୁକୁ ଖାଇବାକୁ କୁକୁର କେଇଟି ଘେରିରହିଛନ୍ତି ।
ମନେ ପଡିଗଲା ଘରୁ ବାହାରି ଆସିବା ଦିନର କଥା. ସେଇ କୁକୁର ଦୁଇ ଚାରୋଟିଙ୍କୁ ଦେଇଥିବା ରୁଟିକୁ ଖାଇବା ପାଇଁ ବାଡ଼ିଆବାଡ଼ି ହୋଇ କେମିତି ରୁଟି ଖଣ୍ଡ ଗୁଡିକ ଛିନଛତ୍ର ହୋଇ ପଡିରହିଥିବା ବେଳେ କୁକୁରମାନେ କାମୁଡା କାମୁଡି ହୋଇ ଦୂରକୁ ଚାଲିଗଲା ପରେ ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣ ପଡି ରୁଟି ଖଣ୍ଡ ଗୁଡିକୁ ପିମ୍ପୁଡିମାନେ ବେଢ଼ିଯିବାପରେ ଉର୍ମି ଅଟୋରେ ଚଢ଼ୁ ଚଢ଼ୁ ସେହି ରୁଟିରୁ ପିମ୍ପୁଡି ଝାଡ଼ି ପଲିଥିନରେ ଗୋଟେଇ ରଖୁଥିବା ଜରିଗୋଟାଳି ଭଳି ଦେଖାଯାଉଥିବା ଭିକାରୀଙ୍କୁ ଦେଖି ଉର୍ମିଙ୍କ ମନ ଉଦାସ ହୋଇଥିଲା. ପାଣି ଟୋପେ ଦେଇନଥିବା ସେହି ଭିକାରୀଙ୍କୁ ଚୋର ଭାବିବା ଇତ୍ୟାଦି କଥା ମନେପଡ଼ି ମନ ଆହୁରି ଖରାପ ହୋଇଯାଇଥିଲା ତ ପଡ଼ିଥିବା ଭିକାରୀଙ୍କ ଥାଳରେ ଶହେ ଟଙ୍କିଆଟିଏ ପକେଇ ଫେରିଆସୁଥିବା ଉର୍ମି ଓ ତାଙ୍କ ଭଉଣୀ ଭାଉଜଙ୍କର ସେତିକିବେଳକୁ ବନ୍ଧୁ ଜଣେ ଉଠେଇ ଚାଲିଥାନ୍ତି ସେହି ଦୟନୀୟ ଅବସ୍ଥାର ଫୋଟୋସବୁକୁ. ଘରେ ପହଞ୍ଚି ଉର୍ମି ଟ୍ରେନକୁ ଫେରିଆସିବା ପୂର୍ବରୁ ମାଗି ଆଣିଥିଲେ ବଳକା ରୁଟି ସବୁକୁ.ହେଲେ ପାଉନଥିଲେ ସେ ଜରିଗୋଟାଳି ବା ଭିକାରୀ ବା କୁକୁରମାନଙ୍କୁ ତ ଗାଈଙ୍କୁ ଖୁଆଇ କିଛି ପରିମାଣରେ ଶାନ୍ତି ପାଉଥିବା ବେଳେ ସ୍ୱାମୀ ସେହି ଫଟୋଟି ଉଠାଇ ତାକୁ ଧୋଇ ଆଣିଥିଲେ ତ ଉର୍ମି ଫଟୋ ଦେଖି ଖୁସି ପରିବର୍ତ୍ତେ ମନେପକାଉଥିଲେ ସେହି ଘଟଣାର ଦୃଶ୍ୟରାଜିକୁ ।