Akshayakumar Dash

Others

3  

Akshayakumar Dash

Others

ତୁଳନା

ତୁଳନା

2 mins
538


ପ୍ରାତଭ୍ରମଣ ରେ ଦେଖାହେଲେ ବଂଧୁ ରାମସାହୁ ।ବିଜୁଜନତା ଦଳ ର ବିପୁଳ ବିଜୟ ବିଷୟରେ ଆଲୋଚନା ପ୍ରସଙ୍ଗ ରଖିଲେ । ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ପ୍ରସଙ୍ଗ ଥିଲା । ଭାରତୀୟ ଜନତା ପାଟି ଜାତୀୟ ଦଳ ହେଲେବି ଲୋକଙ୍କ ସମର୍ଥନ କାହିଁକି ନହେଲା ? ଓଡ଼ିଶାର ଭୋଟରଙ୍କ ମାନସିକତା କେମିତି ଆଲୋଚନାର ବିଷୟ ରଖିଲେ । ତୁଙ୍ଗନେତା ବିଜପିର ହାରିଯିବା ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।


ଗଣତନ୍ତ୍ରରେ ଲୋକପ୍ରତିନିଧି କିପରି ହେବାଦରକାର ତାହା ଏହି ଇଲେକସନରୁ ଶିକ୍ଷା ମିଳିଲା ।ପ୍ରସଙ୍ଗ ବାକ୍ଷ୍ୟା କଲି । ଜଣେ ଲୋକ ପ୍ରତିନିଧି ଚୁନୋକ୍ତି ମଇଦାନକୁ ଆସିବା ପୂର୍ବରୁ ଲୋକଙ୍କ ପାଇଁ କାମକରିବା ଉଚିତ୍ । ଲୋକଙ୍କ ସମସ୍ୟା ଲାଗିରହିଛି । ସରକାରୀ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁନାହିଁ । ଯଦିବା ଦଳୀୟକର୍ମୀ ନିଜ ଦଳର ଲୋକମାନଙ୍କୁ ଏହି ସାହାଯ୍ୟ ସୁବିଧା ଯୋଗାଇଦିଆଯାଇଛି ତେବେ ସେଇଲୋକ ନିଶ୍ଚୟ ତାଙ୍କୁ ଭୋଟ ଦେବେ । ଯେଉଁ କେତେକ ଲୋକ ସରକାରୀ ସାହାଯ୍ୟରୁ ବଞ୍ଚିତ ହୁଅନ୍ତି ତେବେ ତାଙ୍କୁ ବିରୋଧି ଦଳକର୍ମୀ ବା ପ୍ରତିନିଧି ସହଯୋଗକରିବାକୁ ଆସୁନାହାନ୍ତି । କେନ୍ଦ୍ରସରକାର ମଧ୍ୟ କର୍ମୀଙ୍କ ଲୋକ ସମ୍ପର୍କ ସ୍ଥାପନ କରିବାପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟ ହାତକୁନେଇଲେ ।ମୋଟଉପରେ କହିବାକୁଗଲେ ବଜେପି କର୍ମୀମାନେ ଲୋକଙ୍କପାଖରେ ପହଞ୍ଚି ପାରିବାରରେ ହାଲା କରିଛନ୍ତି ।


ଭୋଟ ବେଳେ ଟିକଟ ପାଇବାକୁ ଲବୀ କରି ଟିକଟ ପାଇ ହାୱ। ରେ ଜିତିଯିବାକୁ ଆଶା ରଖିଥିଲେ ।

ଅନ୍ୟପକ୍ଷରେ ବିଜେଡ଼ି କର୍ମୀମାନେ ୧୯ ବର୍ଷଧରି ଲୋକଙ୍କ ସହିତ ଅଛନ୍ତି । ସରକାରୀ ଯୋଜନା ଲୋକଙ୍କପାଖରେ ପହଞ୍ଚାଉଛନ୍ତି । ଲୋକଙ୍କର ହିତ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ନିଷ୍ଠାପର କର୍ମୀ । ନିଜକୁ ଚୌକିଦାର ବୋଲି ମାନନ୍ତି । ଫକୀର ରୂପେ ଦେଶ ସେବକ ପରିଚୟ ଦିଅନ୍ତି ।ବଚନ ସହିତ କର୍ତବ୍ୟ ରଖିଲେ ମଣିଷ ପୂଜା ପାଏ ।ତେଣୁ ଭାରତର ଲୋକେ ବିପୁଳପରିମାଣର ମୋଦିଙ୍କୁ ଭୋଟଦେଇ ବିଜୟ କରାଇଲେ । ଲୋକମାନଙ୍କ ପାଇଁ ସରକାର । ଭାରତ ସରକାର କୁହନ୍ତୁ ବା ରାଜ୍ୟ ସରକାର କୁହନ୍ତୁ ସବୁଠାରୁଅଧିକ ଗ୍ବରୁତ୍ୱ ଦୁର୍ନୀତି ଉପରେ ଦେବାକୁହେବ । ଦେଶରେ ବିକାଶର ବାଧକ ଦୁର୍ନୀତି । ଦୁତୀୟ ନିଯୁକ୍ତି ଯୁବଶକ୍ତି । ତୃତୀୟ କୃଷି । କୃଷି ଓ କୃଷକକଲ୍ୟାଣ ନିମିତ୍ତ ଉଭୟ ସରକାର ସୁଚିନ୍ତିତ ଯୋଜନା କାଯ୍ୟକ।ରି କଲେ କୃଷି ପ୍ରତି ଆଗ୍ରହ ବଢ଼ିବ ଓ ଖାଦ୍ୟ ସମସ୍ୟା ସୁଧୁରିବ ।


ଦେଶର ପ୍ରତ୍ୟେକ ନାଗରିକଙ୍କ ଜିମେଦାରୀ ସରକାର ।ଭିକମାଗୁଥିବା ଭିକାରୀଠୁ ଆରମ୍ଭ କରି ଧନୀ ମାନଙ୍କ ସମସ୍ୟା ପ୍ରତି ସରକାର ସଚେତନ ରହିଲେ ଗଣତନ୍ତ୍ର ସଦୃଢ଼ ହେବ ।ସର୍ବେ ଭବନ୍ତୁ ଶୁଖିନ ।


Rate this content
Log in