Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

କୁଶଳୀ ଶ୍ରମିକ

କୁଶଳୀ ଶ୍ରମିକ

1 min
278


ସବୁଠାରୁ ବଡ କୁଶଳୀ ଶ୍ରମିକ

ହେ ବିଶ୍ବ ନିୟନ୍ତା ପ୍ରଭୁ

କିପରି ଗଢିଲ ସୁନ୍ଦର ସଂସାର

ପରଷି ତୁମ୍ଭର ବିଭୂ ।

ନଭେ ଖଞ୍ଜି ଅଛ ଶଶୀ, ତାରା,ଗ୍ରହ

ମହୀରେ ତଡାଗ, ନଦୀ

ଉଚ୍ଚ ପରବତ ସୁମନ, ସୈକତ

ଶରୀରେ ଶୋଣିତ ଭେଦି ।

ସବୁଜିମା ଭରା ଏ ସୁନ୍ଦର ଧରା

ପଶୁପକ୍ଷୀ ନର ନାରୀ

କୀଟ, ତରୁ, ତୃଣ ଜୀବନ ପ୍ରମାଣ

ଆଶିଷ ଦେଇଛ ଭରି ।

ମନରେ ସାହସ ଶକତି ଭରିଛ

ସହିବାକୁ ଝଞ୍ଜା ଝଡ

ହସ୍ତକୁ ହସ୍ତରେ ଖଞ୍ଜିଛ ଢଙ୍ଗରେ

ଲଢି ଜିତିବାକୁ ଗଡ ।

ସଂସାର ନାବକୁ ସୁଖେ ବାହିବାକୁ

ବିବେକ ରହିଛି ସାଥେ

ତୁମରି କରୁଣା ନ କରିବ ଊଣା

ଜୀବନର ଚଲାପଥେ ।



Rate this content
Log in