Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Others

5.0  

Shashanka sekhar Ray

Others

ସହଯୋଗ

ସହଯୋଗ

1 min
345



ହାତ ବଢାଇଲେ ମିଳେନା ଏଠି ହାତ

ଅଧୁରା ସ୍ଵପ୍ନ ସବୁ ପାହାନ୍ତିଆ ତାରା ପରି

ମିଳେଇଯାନ୍ତି ଆକାଶରେ

ଜହ୍ନ ବି ଘୁମେଇପଡେ ଘୋଡି କଳାବାଦଲ

ସବୁଆଡେ ଲାଗେ ଯେମିତି ଖାଁ ଖାଁ ଶୁନଶାନ ।


ମୁଁ ହାତଟିଏ ମାଗୁଥାଏ ସମସ୍ତଙ୍କୁ

କେତେ ନେହୁରା ହୋଇ

ହାତ ବଢାଇବାକୁ ବି ଭାରି ଡର

ଭାବିବାକୁ ପଡେ ଅନେକଥର 

କଥା ଦେଇ ରଖନ୍ତିନି କେହି ତାଙ୍କ ବଚନ ।


ସ୍ଵାର୍ଥ ବିନା କେହି ନୁହେଁ କାହାର

ଦେବା ପୂର୍ବରୁ ନେବାର ଆଶା ଥାଏ ଅନେକ

ମୁଁ ସୂର୍ଯ୍ୟ ଚନ୍ଦ୍ର ତାରା ଗଛଟିଏ ନୁହେଁ ଯେ

ଖାଲି ଦେଇଜାଣିଛି ଅଯାଚିତ ଭାବେ

ବ୍ରାହ୍ମଣ ସାଜି ନେଇଯିବ ତୁମେ

 ମୋ ଠାରୁ ସବୁତକ ଦକ୍ଷିଣା ।


ଏକା ଏକା ଲଢିହୁଏନା ସମୁଦ୍ର ସହ

ନଈ ମାନଙ୍କୁ ସାଙ୍ଗରେ ନେବାକୁ ପଡିବ

ଧର୍ଯ୍ୟ ପ୍ରତିଜ୍ଞା ଅଙ୍ଗୀକାରର ଅସ୍ତ୍ରେ 

ପରାଜିତ ମହାବାହୁବଳୀ ଶକ୍ତିମାନ

ଓଲଟାଓ ଥରେ ଇତିହାସର ପୃଷ୍ଟାମାନଙ୍କୁ

ସବୁ ଜାଣି କାହିଁ ହୁଅ ତୁମେ ବାଟବଣା ।


ସ୍ଵାର୍ଥ ତେଜି ବଢାଅ ହାତ

ତୋଳିପାରିବ ଆକାଶରୁ ଜହ୍ନ ତାରା

ବନ୍ଦକରିପାରିବ ସମୁଦ୍ରର ଭୀଷଣ ଗର୍ଜନକୁ 

ଏକତାର ଶୁଭ ମନ୍ତ୍ରେ ସାହାନାଇ ବଜାଇ

ଘଉଡାଇଦେବ ସବୁ ଅଶାନ୍ତ ଗ୍ରହ ମାନଙ୍କୁ 

ଜିଅନ୍ତା ଭୂତ ପ୍ରେତମାନଙ୍କ ଉନ୍ମାଦକୁ ।


ଆସ ସଭିଏଁ ହାତ ପରେ ହାତ ରଖି

ପାଇବାକୁ ହେଲେ କିଛି

 ହରାଇବାକୁ ପଡିବ ତ ନିଶ୍ଚୟ

ସାର୍ଥକ କରିବାକୁ ଆମ ଅଧୁରା ସ୍ଵପ୍ନ

ଅପେକ୍ଷା କରିଛି ଏକ ନୂଆ ସକାଳ

ବିକାଶର ଅଙ୍କୁରୋଦମ ପାଇଁ ଅନାଇବସିଛି 

ଖାଲି ତୁମ ଆକାଶରୁ ଝରିପଡୁଥିବା 

ସହଯୋଗର ଟୋପା ଟୋପା ବର୍ଷା ବିନ୍ଦୁକୁ ।



Rate this content
Log in