Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamlesh Patel

Others

4.1  

Kamlesh Patel

Others

ସମ୍ପର୍କ

ସମ୍ପର୍କ

1 min
566


ଉଷାରୁ ଅଂକୁରିତ

ସିନ୍ଦୂରା ଫାଟି ଝଟକି ଦିଶେ ଲାଲ୍ ଟହ ଟହ,

ଠିକ୍ ସେମିତି

ଆଶାରୁ ଅଂକୁରିତ ସଦ୍ଯ ଜୀବନର

ଚଂଚଳତା ଲାଗେ ଖୁବ୍ ଗହ ଗହ |


ଗହଗହ ମିଜାଜ୍ ଯେ

ପୂର୍ବ ଦିଗ କି ନୁହେଁ

କହିବା ଭାରି କଷ୍ଟ ,

ଅଥଚ, ଆଶଂକାର ଅପରାହ୍ନରେ

ପାଗ ଆଉ ଦିଗ ସୃଷ୍ଟି କରେ ଭ୍ରମ

ଆଉ ଆମେ ତାକୁ କହୁ ଭେଟ |


ଉଛୁଳି ପଡୁଥିବା କୋହ ଆଉ

ଝରି ପଡୁଥିବାର ଲୁହର ଦୁର୍ବଳତାରେ

ଆହୁରି ଦୁର୍ବଳତାର ଅନୁଭବ ହୁଏ,


ଅତିକ୍ରାନ୍ତ ସୁଖ ଗୁଡିକ ୟଦି

ମଳୟ ସୁରଭିତ ଅତୀତ ହୋଇପାରେ

ତେବେ ବର୍ତ୍ତମାନ

ସବୁତକ ହୋଇ ବି ନପାରେ

ନିଜର ହାତ ମୁଠାରେ |


କୃଷ୍ନାମାନେ ତ ପାର୍ଥ ଙ୍କୁ ହିଁ ପରିଚୟ ହୁଅନ୍ତି

ହେଲେ ପଚାର କୃଷ୍ନାଙ୍କୁ

ବୁକୁ ଫାଟି କେଉଠି ଟିକ୍ ଟିକ୍ କରୁଥିବ

ଉପେକ୍ଷିତ ସୁତ ପୁତ୍ରର ପ୍ରୀତି ପ୍ରାପ୍ତି ପାଇଁ |


ନିଜର ମୁତାବକ

ସ୍ବପ୍ନ ମାନେ ଟାଣି ହୋଇ ଆସିଲେ

ନିଜ ଆଡକୁ

ପାସୋରା ଯାଇ ପାରେ ସବୁ କଥା

ସ୍ବପ୍ନ ମାନେ ଯଦି ଆୟତ୍ତ ନ ହୋଇ

ଓଲଟ ପାଲଟ ହୁଏ ଯଦି

କେଉଁ ଏକ ଅଜ୍ଞାତ ଏକଲବ୍ଯର କୁହୁକ ସ୍ପର୍ଶରେ ...

ଏତିକି ବେଳେ ସବୁ ମନେ ପଡି ଯିବ

ଭବିଷ୍ଯତର ସବୁ ଅପାରଗତା... |


Rate this content
Log in