ସଉତୁଣୀ ଫନି
ସଉତୁଣୀ ଫନି
1 min
360
ଆସିଥିଲା ସାଜି ସଉତୁଣୀ
ଭଙ୍ଗିଦେଇଗଲା ଘର ସଂସାରକୁ
ପାରିଲାନି ସିଏ କିଛି ଶୁଣି
ମୂଳଦୁଆକୁ ସେ ଦେଲା ହଲେଇ
ଏଠି ସେଠି କରି ଦେଲା ପକେଇ
ପ୍ରଥମ ଥର ମୁଁ ଦେଖିଲି ତାକୁ
ଭୟଂକର ତାର ରୂପ ଭେକକୁ
ଭାବିଲି କିଏ ସେ ରୋକିବ ୟାକୁ
ଦେହ ଥରୁଥିଲା ଓଠ ଥରୁଥିଲା
ମନ କଥା ଥିଲା ଜିଭ ତଳକୁ
ଆସିଚି ଯଦି ସେ ନେଇକି ଯାଉ
ଅକ୍ଟୋବର କୁ ସେ ନ ସାଜୁ ଦାଉ।