ଷ୍ଟୋରୀମିରର୍ ଲେଖକମାନଙ୍କ ପାଇଁ ଏକ ନୂତନ ସ୍ୱୀକୃତି ନେଇଆସିଛି - "ମାସର ଶ୍ରେଷ୍ଠ ଲେଖକ", ଯାହା ଲେଖକଙ୍କ କୃତିକୁ ଆଧାର କରି ନିର୍ଦ୍ଦିଷ୍ଟ ଭାବରେ ସ୍ଥିର ହେବ ।
ପ୍ରତ୍ୟେକ ମାସରେ, ଆମେ ଲେଖକମାନଙ୍କ ପାଇଁ ଏକ ନୂତନ ପ୍ରତିଯୋଗିତା ଆରମ୍ଭ କରିବୁ, ଯାହାର ବିଷୟବସ୍ତୁ ପୂର୍ବ ମାସରୁ ଆମର ସମ୍ପାଦନା ମଣ୍ଡଳୀ ଦ୍ୱାରା ଚୟନ କରାଯିବ । ଏହି ପ୍ରତିଯୋଗିତା କେବଳ ଏହି ଲେଖକମାନଙ୍କ ପାଇଁ ଖୋଲା ଅଛି ।
ପ୍ରତିଯୋଗିତା ୧୫ ଦିନ ପାଇଁ ଖୋଲା ରହିବ ଏବଂ ପ୍ରତିଯୋଗିତା ଅଧୀନରେ ତୁମର ସର୍ବୋତ୍ତମ ସାହିତ୍ୟ କୃତି ଦାଖଲ କରିବାକୁ ପଡିବ ।
ଭାଷା: ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ବେଗାଲୀ, ଓଡିଆ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍
ଲିଖନ ବିଭାଗ : କାହାଣୀ ଏବଂ କବିତା
ନିୟମ:
- ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
- ସମ୍ପାଦକୀୟ ମୂଲ୍ୟାଙ୍କନ ଏବଂ ଶବ୍ଦ ଗଣନା ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
- ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ । ଯାହା ଅନ୍ୟ କୌଣସି ମଞ୍ଚରେ ଆଗରୁ ଦାଖଲ ହୋଇଥିବା ଉଚିତ୍ ନୁହେଁ ।
- ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
- କୌଣସି ଶବ୍ଦ ସୀମା ନାହିଁ ।
- ଇ-ମେଲ କିମ୍ବା ହାର୍ଡ-କପି କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି କୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।
ବିଜେତା:
ପ୍ରତ୍ୟେକ ଭାଷାର ପ୍ରତ୍ୟେକ ବର୍ଗରେ ଜଣେ ବିଜେତାଙ୍କୁ “ମାସର ଶ୍ରେଷ୍ଠ ଲେଖକ” ଭାବେ ଘୋଷଣା କରାଯିବ ।
ପୁରସ୍କାର:
- ପ୍ରତ୍ୟେକ ବର୍ଗର ବିଜେତାମାନେ “ବର୍ଷର ଶ୍ରେଷ୍ଠ ଲେଖକ” ଭାବରେ ମନୋନୀତ ହେବେ ।
- ଷ୍ଟୋରୀମିରର୍ “ୱାଲ୍ ଅଫ୍ ଫେମ୍”ରେ ନାମ ପ୍ରଦର୍ଶିତ ହେବ ।
- ବିଜେତା ପାଇଁ ଇ-ମାନପତ୍ର ପ୍ରଦାନ କରାଯିବ ।
- ସ୍ଵର୍ଣ୍ଣ ସଦସ୍ୟତା ଏବଂ ଷ୍ଟୋରୀମିରର୍ ସପ୍ ଭାଉଚର ମୂଲ୍ୟ ୨୦୦ ଟଙ୍କାର ପ୍ରଦାନ କରାଯିବ ।
- ପ୍ରତ୍ୟେକ ବର୍ଗରେ ବିଜେତାଙ୍କ କୃତି ମାସିକ ଇ-ପୁସ୍ତକରେ ପ୍ରକାଶିତ ହେବ ।