(୧୩)*ଜନତା କର୍ଫ୍ୟୁ* ସ୍ମୃତି ୨୦୨୦
(୧୩)*ଜନତା କର୍ଫ୍ୟୁ* ସ୍ମୃତି ୨୦୨୦
ସମୟ ଆଜିର ବଦଳି ଯାଇଛି
କରୋନା ମାଡି ଆସୁଛି
ଶୃଙ୍ଖଳା ନାଆଁରେ ସାରା ଭାରତରେ
ଜନତା କର୍ଫ୍ୟୁ ଲାଗିଛି ।
ମାନିଲେ ମାନିଵ ନମାନିଲେ ନାହିଁ
କାହାର କଣବା ଯିବ
ଯିଏବି ମାନିବ ନୀତି ନିୟମକୁ
ଜଗତେ ବଞ୍ଚି ରହିଵ ।
ଜନତା କର୍ଫ୍ୟୁଟା ବ୍ଯକ୍ତି ଗତ କଥା
ସରକାର ଙ୍କ ନାହିଁ ଜୋର
ଆପଣା ବାଟରେ ଯେଯାହା ମାନିବ
ନହେଲେ ନିଜେହିଁ ମର ।
ବୁଦ୍ଧି ଶୁଦ୍ଧି ଅଛି ଭଲ ମନ୍ଦ ଜଣା
କରୋନା କଥା ବି ଜଣା
ଜନତା କର୍ଫ୍ୟୁକୁ ପାଳନ କରିବା
ନହେଲେ ଯେ ବାଟ ବଣା ।
ଆମ ଭଲ ପାଇଁ ଏ ଜନତା କର୍ଫ୍ୟୁ
ଘରେ ଧୀର ମାରି ବସ
ବାହାରେ ବୁଲିଲେ କରୋନା ଧରିବ
ଓଠରୁ ହଜିବ ହସ .....।