Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Classics Inspirational

3  

Amit Bal

Action Classics Inspirational

ଦିବ୍ଯ ଦୀପାବଳି

ଦିବ୍ଯ ଦୀପାବଳି

1 min
273


ଏ ଧରା ପ୍ରାଙ୍ଗଣେ ମାନବ ଜୀବନେ

ଆସେ କେତେ କ'ଣ ନୀତି

କେବେ ଦୀପାବଳି କେବେ ଯେ ପାର୍ବଣ

ପର୍ବପର୍ବାଣୀ ର ରାତି ।


ମନ ମୋହେ ଏଠି ସୁନେଲୀ ସପନ

ରଙ୍ଗ ବିରଙ୍ଗ ଏ ଦିନ

ନିର୍ମଳ ଶୋଭାରେ ଆଖି ଭରିଥାଏ

ପ୍ରୀତିରେ ଭରେ ଯେ ମନ ।


ଆଲୋକର ପର୍ବ ଏଇ ଦୀପାବଳି

ଦିବ୍ୟ ତା'ର ଅନୁଭବ

ଅନ୍ଧାର ନିଶି ରେ ଅପୂର୍ବ ରୋଷଣୀ

ରୂପ ଅବା ଅଭିନବ ।


ସଂଜ ସାଥେ ଏଠି ସତେବା ଯେମିତ

ରାତି ମନେ ହୁଏ ଦିନ

ଦୀପ ମାଳ ମାଳ ସବୁଠି ଚମକେ

ନାଚି ଯାଏ ପୁଣି ମନ ।


ଜୀବନର ପଥେ ଦିବ୍ୟ ଦୀପାବଳି

ପ୍ରୀତିର ମହକ ଥୋଇ

ପୁଣି ହଜିଯାଏ ବରଷକ ପାଇଁ

ଅନ୍ଧାର ଦେଇ ଦୂରେଇ ।



Rate this content
Log in

Similar oriya poem from Action