ଆଜି ପରା ଶିବରାତ୍ରୀ
ଆଜି ପରା ଶିବରାତ୍ରୀ
1 min
163
ଓଁ ନମଃ ଶିବାୟ ଓଁ ନମଃ ଶିବାୟ
ଶୁଭୁଛି ଗଗନ ପବନ
ବାବାଙ୍କ ଶରଣେ ଆଶ୍ରିତ ସର୍ବେ
ଚାଲିଛି ଶଙ୍କର ପୂଜନ
ବରଷକେ ଥରେ ଆସେ ଏ ରଜନୀ
ସେତ ବହୁ ପ୍ରତୀକ୍ଷିତ
ଉଜାଗରେ ରହି ଜାଳନ୍ତି ପ୍ରଦୀପ
ମନାସନ୍ତି ସର୍ବ ସୁଖ
ଶଙ୍କର ସହ ମାଆ ଭବାନୀ
ବିଜେ ହୁଅନ୍ତି ଆସ୍ଥାନେ
ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ
ପୂଜନ୍ତି ସକଳ ଜନେ
ଗୟସ ଦୁଦୁରା ଚମ୍ପା କେତକୀରେ
ଶୋହେ ବବାଙ୍କ ଚରଣ
ମସ୍ତକରେ ଚନ୍ଦ୍ର କି ସୁନ୍ଦର ଦିଶେ
ଭକତ ଦର୍ଶନେ ଧନ୍ୟ
ଶୈବ ପୀଠ ସବୁ ଭିଡ ଜମିଲାଣି
ଉଛର କରନା ଗୋରୀ
ପୂଜିଯିବା ଚାଲ ଶଙ୍କରଭବାନୀ
ମନ ଉଚ୍ଛନ୍ନ ହେଲାଣି ।