Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tilottama Panigrahi

Abstract Inspirational

3  

Tilottama Panigrahi

Abstract Inspirational

ଆଜିର ଅନୁଚିନ୍ତା : ମଣିଷ ପ୍ରକୃତି

ଆଜିର ଅନୁଚିନ୍ତା : ମଣିଷ ପ୍ରକୃତି

1 min
190


ଜୀବନ ଦ୍ୱିନିଆଁ  ଦି' ଦିନ କୁଣିଆଁ

   ଆଜି ଅଛି କାଲି ନାହିଁ, 

ଆସି ଅଛ ଏକା  ଚାଲି ଯିବା ଏକା

   ବୃଥା ଅହଂକାର କାହିଁ !


ପଚିଶି ପ୍ରକୃତି  ପାଞ୍ଚ ମନ ସ୍ଥିତି

    କର୍ମ ହେଉ ଆମ ଧର୍ମ , 

ଅନ୍ତୁଡିର ଧୁଆଁ   ଅନ୍ତ୍ୟେଷ୍ଟିର ନିଆଁ

    ନ ଦହୁ ଆମ ସୁନାମ ।


ମାୟା ମରୀଚିକା  ପଛେ ଧାଇଁ ଧୋକା

    ପାଇବା ହେଉଛି ସାର , 

ସଂସାର ବନ୍ଧନେ  ଅଳୀକ ଜୀବନେ

   ଆପଣା ହେଉଛି ପର ।


ବଂଶ ରକ୍ଷା ଚିନ୍ତି  ବ୍ରତରେ ଦମ୍ପତ୍ତି

   ମାନସେ ସନ୍ତତି ପ୍ରାପ୍ତି , 

ସନ୍ତାନ ପ୍ରାପତେ  ସ୍ୱର୍ଗ ସୁଖ ଲଭେ

  ଭଣେ ଈଶ୍ୱର ଆଜ୍ଞପ୍ତି ।


ନିଜ ସୁଖ ଶିରୀ  ଦୂରେ ପରିହାରି 

   ସନ୍ତାନେ ସର୍ବସ୍ବ ଦିଏ , 

ବୃଦ୍ଧତ୍ୱ ସମୟେ  ସେ ସନ୍ତତି ଭୟେ

   ଜରାଶ୍ରମେ ଛାଡି ଯାଏ ।


ଗୀତାସାର କୁହେ  କାନ୍ଦୁଛ କାହିଁକି

   କ'ଣ ଆଣି ହଜେଇଲ ? 

ହୋଇଛି, ହେଉଛି  ଯାହା କିଛି ହେବ

   ପ୍ରାରବ୍ଧ କର୍ମର ଫଳ ।


ଆଜି ଯା' କରିବ  କାଲି ଫଳ ଦେବ

   ଦେଲ, ନେଲ ଏହିଠାରେ, 

ଯେ' ଆଜି ତୁମର  ଥିଲା କାଲି କା' ର 

    ପୁଣି ହୋଇବ କାହାରେ ।


ସ୍ୱାର୍ଥପର ଅତି  ମଣିଷ ପ୍ରକୃତି

    ସ୍ୱାର୍ଥ ଥିଲେ ଆପଣାର, 

ସ୍ୱାର୍ଥ ପୂର୍ଣ୍ଣେ ସିଏ  ନୂଆ ଭାବ ଚାହେଁ

   ଛାଡି ଯାଏ କରି ଦୂର । 


ଭଲ ପାଇଲେ ସେ  ହସେ ଅବିଶ୍ୱାସେ

    ସତକୁ ମିଛ ମଣଇଁ , 

ଦେଖି ଶ୍ରଦ୍ଧା ଭାବ  ଖେସାମତି ଭାବେ

    ସୁଖକୁ ହିଂସା କରଇ ।


ସାଧୁ ଉପଦେଶ  ଠା'ରେ ତା' ର ରୋଷ

    ପର ଚର୍ଚ୍ଚା କରେ ସଦା , 

କ୍ଷମା ଗୁଣକୁ ସେ   ଦୁର୍ବଳତା ମଣେ

    ବିଶ୍ୱାସକୁ ମାରେ ବିଧା ।


ଆବର୍ତ୍ତମାନ ଏ '  ସଂସାର ନିୟମ

   ଈଶ୍ୱରଙ୍କ କ୍ରୀଡା ସ୍ଥଳୀ , 

କ୍ରୀଡାପୁତ୍ତଳିକା  ଆମେ ହାତେ ତାଙ୍କ

  ଯେଣେ ନେବେ ଯିବା ଚାଲି ।

     

        

             



Rate this content
Log in

Similar oriya poem from Abstract