ବିନାଶ କାଳେ ବିପରୀତ ବୁଦ୍ଧି
ବିନାଶ କାଳେ ବିପରୀତ ବୁଦ୍ଧି
ଧୃବ ସତ୍ୟ, ଜୀବନ ଦୀପରୁ ତେଲ
ସରି ସରି ଆସିବ ଦିନେ
ଏହି କଥାକୁ ଜାଣି ମଧ୍ୟ ହୃଦୟରେ
ମଣିଷ ଭାବେ ନାହିଁ ମନେ ।
ଅନେକ ସମୟରେ ବିପଦ କେଉଁ
ରୂପରେ କେବେ ଗ୍ରାସ କରିବ,
ତାର ରୂପରେଖ ସାମାନ୍ୟ ମନୁଷ୍ୟ
କାହୁଁ କଳ୍ପନା କରି ପାରିବ ।
କରାଳ ସମୟର ମାୟାରେ ମଣିଷ
ଭଲକୁ ଭାବଇ ଭେଲ
ସ୍ଵର୍ଣ୍ଣମୃଗକୁ ଦେଖି ହେ ଶ୍ରୀରାମ, ଜାଣି
ପରା ପଛେ ଗୋଡାଇଲ ।
ସ୍ୱୟଂ ରାମଚନ୍ଦ୍ର ଭଗବାନ ହୋଇ ମଧ୍ୟ
କୌତୁହଳ ଜାତ ହେଲା
ସ୍ତ୍ରୀ ସୁଲଭ ଆକର୍ଷଣ ତାଙ୍କୁ ବିପଦକୁ
ଠେଲି ନେଇ ଯାଇଥିଲା ।
ସ୍ତ୍ରୀ ନବର୍ତ୍ତାନ୍ତୁ ସ୍ୱାମୀଙ୍କୁ ଅଭୂତପୂର୍ବ ଦୁର୍ଲଭ
ବସ୍ତୁ ଆଣି ଦେବା ପାଇଁ
ପୁରାଣ ପଠନ କରି ମଧ୍ୟ, ସବୁ ମହିଳା ଏ
ନୀତିକୁ ତ ପାଳନ୍ତି ନାହିଁ ।
ଖୋଲା ଆକାଶରେ ଉଡ଼ିବା ପାଇଁ ମନ
ଆନନ୍ଦରେ ମଣିଷ ଚାହେଁ
କିନ୍ତୁ ସୁପରିଚାଳନାର ସମସ୍ତ ଭାବନା ଓ
ବିବେକକୁ ସେ ଭୁଲି ଯାଏ ।
ମଣିଷ ଖୋଜି ସୁଖର ସାମ୍ରାଜ୍ୟ,
ଜଂଗଲକୁ କାଟି ସଫା କରେ
ବିବର୍ଣ୍ଣ ହେଉଛି ଏ ପୃଥିବୀ, ଜଳ,
ବାୟୁ, ମୃତ୍ତିକାର ପ୍ରଦୂଷଣରେ ।