Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଆଖିରୁ ମୋ ଲୁହ ଝରିଲା

ଆଖିରୁ ମୋ ଲୁହ ଝରିଲା

1 min
287


ହସିଦେଲି ବୋଲି ହସିଦେଲ ତୁମେ   

ବୋଧେ ହସିବାର ନଥିଲା

ସେଇ ହସ ଆଜି ମନେ ପଡିଗଲେ

ଆଖିରୁ ମୋ ଲୁହ ଝରିଲା ।


ମୁଁ ହସିଦେଲି ତୁମେ ହସିଦେଲ

ଆଖିରେ ଆଖିରେ ମିଶିଲା

ଓଠର କଥାକୁ ଆଖିରେ କହିଲ

ହୃଦୟରେ ତୀର ପଶିଲା ।


ମନ ମୁଁ ଦେଲି ମନ ତୁମେ ଦେଲ

ଭାବ ଦିଆ ନିଆ ଚାଲିଲା

ଭାବରେ ଭାବରେ ପ୍ରୀତିରେ ପ୍ରୀତିରେ

ତୁମ ଆମ ପ୍ରେମ ବଢ଼ିଲା ।


ଗରିବ ବୋଲି ଜାଣିଦେଲ ଯେବେ

ତୁମେ ମୋତେ ମୁହଁ ମୋଡିଲ

ଧନୀ ପୁଅ ଟିକୁ ପ୍ରେମରେ ଫସାଇ

ମୋ ବାଟ ଭାଙ୍ଗି ତୁମେ ଚାଲିଲ ।


ପ୍ରଥମ ହସ ଟି ମନେ ପଡ଼ିଯାଏ

ବୋଧେ ହସିବାର ନଥିଲା

ସେଇ ହସ ଆଜି ମନେ ପଡିଗଲେ

ଆଖିରୁ ମୋ ଲୁହ ଝରିଲା ।


Rate this content
Log in