Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Tragedy

3  

Niranjan Sahu

Tragedy

ହୋଇଯାଇ ବଡ଼ ଦୁଃଖିନୀ

ହୋଇଯାଇ ବଡ଼ ଦୁଃଖିନୀ

1 min
198


ଧନ ଅଛି ବୋଲି ଗରବ କରୁଛ       

ଗାଡି ଘୋଡା ଧରି ବୁଲୁଛ

ଗାଡି ଘୋଡା ଧରି ବୁଲା ବୁଲି କରି

ନିଜକୁ କଣ ଭାବୁଛ ।


ବାଟରେ ତୁମେ ମନଇଚ୍ଛା ଯାଅ

ବାଟ ଟା କି ତୁମ ବୋପାର

ଯାହାକୁ ତାହାକୁ ଗାଡି ଧକାଦେଇ

ଭାଙ୍ଗିଦିଅ ତାର ସଂସାର ।


ପଶୁ ହେଉ କି ମଣିଷ ହେଉ

ସଭିଙ୍କ ସଂସାର ଅଛି

ସବୁ ସଂସାର ରେ ସ୍ନେହ ସମ୍ପର୍କ

ପରସ୍ପର ରହିଅଛି ।


ଭାବୁଛକି ତୁମେ ଦେଖୁନାହିଁ କିଏ

ଦେଖୁଛି ଉପରଵାଲା

ସମୟ ଆସିଲେ ନିଶ୍ଚେ ଦଣ୍ଡ ଦେବ

କରିଦେବ ତୁମ ଢିଲା ।


ପଶୁ ବୋଲି ସିନା ଚୁପ ରହିଛି

ଭିତରେ ଭିତରେ କାନ୍ଦୁଛି

କାନ୍ଦି କାନ୍ଦି ସିଏ ଉପର ଵାଲା କୁ

ତା ଦୁଃଖ କାହାଣୀ କହୁଛି ।


ମାଆ ଟିଏ ସିଏ କେମିତି ସହିବ 

ଦେଖି ପିଲାଙ୍କର ମରଣ

ଦୁଃଖରେ କାନ୍ଦୁଛି ଜଗି ସେ ବସିଛି

କାଳେ ଆସିଯିବ ପରାଣ ।


ସେ କାହୁଁ ଜାଣିବ ଚାଲିଗଲା ଯିଏ

ଆଉ ଜମା ଫେରିବନି

ମାଆର ମମତା ଦାଣ୍ଡରେ ଝୁରୁଛି 

ହୋଇଯାଇ ବଡ଼ ଦୁଃଖିନୀ ।


Rate this content
Log in