Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

3  

ବି. ନିରୁପମା

Action Inspirational Others

ଆସିଲେ ଜମାଇଁ ରାଜା

ଆସିଲେ ଜମାଇଁ ରାଜା

1 min
178


ଆସିଲେ ଜମାଇଁ ରାଜା


        ବି. ନିରୁପମା

ମାଆ କହୁଥିଲା ମଉସା ଆମର

ତାଙ୍କ ବାହାଘର ବେଳେ,

ଘୋଡା ଚଢ଼ି କରି ଆସିଥିଲେ ପରା

ବାଜା ରୋଷଣୀର ତାଳେ ।


ଗାଆଁଲୋକ ବନ୍ଧୁବାନ୍ଧବ ସମେତ

ମାଉସୀ ତାହାଙ୍କୁ ଦେଖି,

ଭାରି ଖୁସି ହୋଇ ମତଟି ରଖିଲେ

ଜୋଇଁ ଅଟେ ମନଲାଖି ।


ନଡ଼ିଆ ଉଖୁଡା କଦଳୀ ଓ ମିଠା

ଜୋଇଁ ଘର ଭାର ଆଣି,

ମାମୁଁଘର ଅଗଣାରେ ରଖୁଥା'ନ୍ତି

କେତେ ଗୋଟା ବୋଲି ଗଣି ।


ସେତିକି ବେଳକୁ ତାଳ ଫୋଟକାଟେ

ଜାଳି ଫିଙ୍ଗି ଦେଲା କିଏ,

ଘୋଡ଼ା ଆଗେ ସେଟା ଢୋଅକି ଫୁଟିଲା

ଚମକି ଧାଇଁଲା ସିଏ ।


ହାଆଁ ହାଆଁ କରୁ କରୁ ବରଯାତ୍ରୀ

କନ୍ୟାପକ୍ଷ ଲୋକ ଯେତେ,

ମଉସାଙ୍କୁ ତଳେ ଫୋପାଡ଼ି ଦେଇ ସେ

ଧାଇଁଲା ତା' ଇଚ୍ଛା ମତେ ।


ଜୋଇଁଙ୍କୁ ଧରିକି ଉଠାଇଲେ ଲୋକ

ସିଏ ହସୁଥା'ନ୍ତି ଚାହିଁ,

ଭାଗ୍ୟ ଭଲ ବେଶୀ ଅସୁବିଧା କିଛି

ନ ଥିଲା ତାଙ୍କର ହୋଇ ।


ପେଟ୍ରୋମାକ୍ସ ବତି ଧରି କେତେ ଜଣ

ଘୋଡାକୁ ଖୋଜିଲେ ମିଶି,

ଗାଆଁ ଇସ୍କୁଲ ପାରି ହୋଇକି ସେ 

ଥିଲା ବିଲମାଳେ ପଶି ।


କଉଶଳ କରି ଲଗାମ ଧରିକି 

ଚଳିଲେ ପଛକେ ଜନ,

ଘୋଡ଼ାରେ ନ ବସି ପାଲିଙ୍କିରେ ଚଢ଼ି

ମଉସା କଲେ ଗମନ ।


କିଛି ବେଳ ପାଇଁ ଥମି ଯାଇଥିଲା

ବରଯାତ୍ରୀ ନାଚ ବାଜା,

ଶଙ୍ଖ ହୁଳହୁଳି ଦେଇ ପାଛୋଟିଲେ

ଆସିଲେ ଜମାଇଁ ରାଜା ।



Rate this content
Log in

Similar oriya poem from Action