Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟରଞ୍ଜନ ନାୟକ

Classics Fantasy Others

4.5  

ସୌମ୍ୟରଞ୍ଜନ ନାୟକ

Classics Fantasy Others

ଆସୁଛନ୍ତି ରାମଲାଲା

ଆସୁଛନ୍ତି ରାମଲାଲା

1 min
13


କେତେ ଯୁଗ ଅପେକ୍ଷାର ଅନ୍ତପରେ

ରାମଲାଲାଙ୍କ ଆଗମନ

ପ୍ରତିଗୃହେ ପ୍ରଜ୍ଜ୍ଵଳିତ ପ୍ରଦୀପ ଆଲୋକରେ

ହେବ ଅଭିନନ୍ଦନ ।


ପ୍ରକମ୍ପିତ ହେବ ଗଗନ ପବନ

ବିରାଜିବେ ରଘୁକୂଳ ନନ୍ଦନ 

ତୃପ୍ତ ହେବ ଦର୍ଶନାଭିଳାଷୀ

କୋଟି କୋଟି ବ୍ୟାକୁଳ ନୟନ ।


ସରଜୁ ନଦୀତୀରେ ଅଯୋଧ୍ୟା ନଗରେ

ଭବ୍ୟମନ୍ଦିର ପ୍ରତିଷ୍ଠା

କୋଟିପ୍ରାଣ ଆଜି ହେବେ ଏକାକାର

ରାମନାମେ ରଖି ଆସ୍ଥା ।


ପ୍ରାଣପ୍ରତିଷ୍ଠା ଉତ୍ସବରେ ସବୁ ଦେବାଦେବୀଙ୍କ

ଶୁଭ ଆଗମନ

ଝଲସିବ ଭାରତବର୍ଷ ନୂତନଢାଞ୍ଚାରେ ଦୀପାବଳି

ହେବ ପାଳନ ।


ରାମରାଜ୍ୟ ଅଭିଳାଷେ ଯୋଗଦେବେ

ବହୁ ସାଧୁସନ୍ଥମୁନୀ

ଶ୍ରଦ୍ଧାଳୁ ଭିଡରେ ଜନ୍ମଭୂମିରେ ଶୁଭିବ

ଜୟ ସୀତାରାମ ଧ୍ୱନି ।


ମୋକ୍ଷ ପ୍ରାପ୍ତି ହେବେ ପାଷାଣୀ ଅହଲ୍ୟା

ତବ ପଦ ସ୍ପର୍ଶ ପାଇ

ଦସ୍ୟୁ ରତ୍ନାକର ବାଲ୍ମିକୀ ହୋଇବେ

ରାମ ନାମ ତୁଣ୍ଡେ ଗାଇ ।

 

ପତିତଜନଙ୍କୁ ଉଦ୍ଧାରିବେ ମର୍ଯ୍ୟାଦା ପୁରୁଷୋତ୍ତମ

ବିଶ୍ଵବିହାରୀ

ଆଶୀର୍ବାଦ ଭିକ୍ଷାକରି ତବ ପଦଯୁଗଳେ ଭକତ

କରେ ଗୁହାରୀ ।


ମୁକତି ଲଭିଲା ବିଜ୍ଞାନୀ କୈବର୍ତ୍ତ

ପ୍ରଭୁପଦ ପ୍ରକ୍ଷାଳନ କରି

ରାମ ନାମ ଏକା ଜଗତେ ସତ୍ୟ

ଜପି ଭବସାଗରୁ ହେବା ପାରି ।



Rate this content
Log in