Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

3  

Jayashree Maharana

Romance

ଅଭିମାନୀ ପ୍ରିୟା

ଅଭିମାନୀ ପ୍ରିୟା

1 min
54


ମୁରୁକି ମୁରୁକି ହସୁଛି ସୁନ୍ଦରୀ

ଆସିବେ ତାହାରି ପ୍ରିୟ

ନାନା ଆଭୂଷଣେ ସଜେଇ ହୋଇଛି

କରିବ ମନକୁ ଜୟ ।


ଗଲା ଫଗୁଣରୁ କର୍ମ ସନ୍ଧାନରେ

ଦୂର ଦେଶେ ପ୍ରିୟତମ

ବିରହର ନଈ ହୃଦୟରେ ବହି

ଜଳାଉଛି ଅଗ୍ନି ସମ ।


ଅପେକ୍ଷାର ଅନ୍ତ ପ୍ରେମାତୁର ନାଥ

ଫେରୁଛନ୍ତି ତା' ପାଶକୁ

ଅଭିମାନୀ ପ୍ରିୟା ବଖାଣିବ ବସି

ହୃଦୟର ଆବେଗକୁ ।


ଆଖି କହୁଅଛି ମନର କଥାକୁ

ଓଠେ ଭରିଅଛି ପ୍ରେମ

ପ୍ରଣୟର ଗୀତି ଗାଉଥିବ ରାତି

ନୀରବେ ଦୁହିଁଙ୍କ ନାମ ।


Rate this content
Log in

Similar oriya poem from Romance