Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Action Inspirational

4.0  

Jayashree Maharana

Abstract Action Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
419


ଈଶ୍ୱରଙ୍କ ଦାନ ମଣିଷ ଜୀବନ

ଧରାବକ୍ଷେ ଆତଜାତ

ନୀତି ଆଦର୍ଶରେ ପଥ ଚାଲୁଥିଲେ

ସାର୍ଥକତା ମିଳେ ସତ୍ୟ ।


ଆଦର୍ଶ ଜୀବନେ କୋଟି ପୂଣ୍ୟ ପ୍ରାପ୍ତି

ଯୁଗେ ଯୁଗେ ଅମରତ୍ୱ

ସତ୍ୟ ନ୍ୟାୟ ଧର୍ମ କର୍ମ ସଦାଚାର

କରି ଜୀବନର ବ୍ରତ ।


ସେବା ତ୍ୟାଗ ଦୟା ପର ଉପକାର

ମାନବିକତାର ବଳେ

ସୁନାମ ସୁଖ୍ୟାତି ସ୍ନେହଶ୍ରଦ୍ଧା ପ୍ରେମ

ସମାଜରେ ଦାନ ମିଳେ ।


ଗୁରୁଜନ ଭକ୍ତି ଅତିଥି ସତ୍କାର

ପ୍ରଥା ପରମ୍ପରା ମାନି

ସଂସାର ସଂସ୍କୃତି ଆପଣାଉଥାଏ

ଜୀବନେ କର୍ତ୍ତବ୍ୟ ମଣି ।


ସ୍ୱାର୍ଥ,ଲୋଭ,ଈର୍ଷା, ଗର୍ବ ଅହଂକାର

ନିନ୍ଦା ଅପଯଶ ଶୂନ୍ୟ

ଷଡ଼ରିପୁଠାରୁ ଦୂରେ ରହିଥାଏ

ସ୍ୱଚ୍ଛ ରଖି ମନପ୍ରାଣ ।


ଆଦର୍ଶ ଜୀବନ ତପସ୍ୟା ସମାନ

ଇନ୍ଦ୍ରିୟର ନିୟନ୍ତ୍ରଣ

ଆଦର୍ଶ ମଣିଷ ସଂସାରେ ଅମର

ରହିଥାଏ ଚିରଦିନ ।


Rate this content
Log in

Similar oriya poem from Abstract