ଅବ୍ଯକ୍ତ କୋହ
ଅବ୍ଯକ୍ତ କୋହ
ଯନ୍ତ୍ରଣା ଜର୍ଜରିତ ଶରୀରେ
ଅବ୍ଯକ୍ତ କୋହ ଯାଉଛି ସଢି
କୋହରେ ଘୃଣାର ସଳିତା
ଯାଉଛି ଜଳି
ବଞିବାର ନିଶାରେ ବଞ୍ଚିରହିଛି
ଖାଲି
ଭଗ୍ନ ସ୍ତୁପର ଅବଶ ରୂପ ନେଇ
ହସିଯାଇଛି ଦିନ ଚୂର୍ଣ୍ଣ ବିଚୂର୍ଣ୍ଣ
ହୋଇ
ହସର ପଲକ ଦେଇଛି ଆଖି
ମୁଦି
ଦୁଃଖର ସ୍ରୋତରେ ଯାଇଛି
ଭାସି
ପାଉନି ଆହୁଲା ଆଉକି
ପାରିବ ବଞ୍ଚି
କୋହର ବିଷ ଜ୍ଵାଳା ବିସ୍ତାରିତ
ରୂପ ନେଇ ଯାଉଛି ମାଡି
କହିପାରୁନି ମନ ଖୋଲି
କହିଦେଲେ କାଳେ ଫାଟି
ପଡିବ ଚୁରମାର ହୋଇ
ଲିଭାଇ ଦେବ ସମ୍ପର୍କର
ସେତୁ ଦେବ ଉଜାଡି
ତାଡନା ଘୂରି ବୁଲିବ
ଚକାଭଉଁରୀ ହୋଇ
ବାଡ ବାଗ୍ନିର ରୂପ ନେଇ ।