ଅଳ୍ପ ଅଳ୍ପ ଅନ୍ୟମନସ୍କତା
ଅଳ୍ପ ଅଳ୍ପ ଅନ୍ୟମନସ୍କତା
1 min
237
ବେଳେବେଳେ ମିଛଗୁଡା ସତସତ ଲାଗେ
ସତ ଲାଗେ ମିଛମିଛ ଗପ
ଦିନ ଶୂନ୍ ଶାନ୍ ଲାଗେ
ରାତି ହୁଏ ଶାସ୍ତ୍ରୀୟ ସଂଗୀତ
ବେଳେବେଳେ
ଶବ୍ଦଙ୍କର ନୀରବ ନିର୍ବାଣ
କୋଳାହଳ ମୟ କରେ
ହୃଦୟର ନିଶୁନ ଇଲାକା
ମାଟିମଗ୍ନ ମଧ୍ୟାହ୍ନରେ
ବେଳେବେଳେ ଭଲ ଲାଗେ
ମୌସୁମୀର ଅଳ୍ପ ଅଳ୍ପ ଅନ୍ୟମନସ୍କତା ।।