Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ଅନଲାଇନ ଆସର

ଅନଲାଇନ ଆସର

1 min
393


ଧନ୍ୟ ଏ ବିଜ୍ଞାନ ଯୁଗ ଭଲା

ଅନଲାଇନରେ ଚାଲେ ପାଲା

ଘରେ ବସି ସବୁ କାମ ହେଲା

ମଞ୍ଚ ସଜାଡ଼ିବା ବନ୍ଦ ହେଲା

ଯେଝା ଘରେ ବସି ଲିଙ୍କ ଖୋଲିଲେ

ସଭାର ଆସର ଜମିଗଲା |

ଆଭାଷୀ ସଭା ଏ ମନୋହର

ଦୃଶ୍ୟ ଶ୍ରାବ୍ୟ ହୁଏ ସୁଖକର

ଯଥାବିଧି ହୁଏ ଏ ଆସର

ସଂଯୋଜନା ଚାଲେ ଚମତ୍କାର

କାଗଜ ଦେଖିକି ବକ୍ତବ୍ୟ ଦେବାର

ମଉକା ଏ ବଡ଼ ମନୋହର |

ସଦେହରେ ଯିବା ଲୋଡ଼ା ନାହିଁ

ନାହିଁ ଚିନ୍ତା ଗସ୍ତ ଖର୍ଚ୍ଚ ପାଇଁ

ପ୍ରତିକୂଳ ସ୍ଥିତି ବାଧା ନାହିଁ

ପ୍ରସ୍ତୁତିକରଣ ଲୋଡ଼ା ନାହିଁ

ହେଉ ରାସ୍ତାବନ୍ଦ ଅବା ବର୍ଷା ଝଡ଼ 

ନିର୍ବିଘ୍ନେ ଆସର ଚାଲିଥାଇ |

ସତୁରି ବରଷ ବୁଢ଼ା ମୁହି

ଆସରରେ ଯୋଗ ଦେବାପାଇଁ 

ନାତିକୁ ପାଖରେ ରଖିଥାଇ

ନେଟ କୌଶଳ ଜଣାନାହିଁ

ପାଳି ପଡ଼ିଗଲେ କହିବାପାଇଁକି

ବୁଦ୍ଧି ବାଟ ମୋତେ ଦିଶେ ନାହିଁ |

ପ୍ରଚାର ପ୍ରସାର ଯୁଗ ଏହି

ଯଦି ନପାରିବ ତାଳ ଦେଇ

ଲୁଚିଯିବ ତୁମେ ପ୍ରଜ୍ଞା ଥାଇ

ଯେତେ ବୁଝେଇଲେ ମନେ ରହୁନାହିଁ

ଅନଲାଇନକୁ ଯାଉନାହିଁ |



Rate this content
Log in

Similar oriya poem from Inspirational