Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4.2  

Birakishore Nayak

Inspirational

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
419


ଜୀବନର ପଥ ନୁହେଁ ତ ସରଳ

     କେବେ ଦୁଃଖ କେବେ ସୁଖ,

ସୁଖ ବେଳେ ଖୁସି ଦୁଃଖ ବେଳେ ଦୁଃଖୀ

     ଭାବନାରେ ସବୁ ଭୋଗ ।


ବିପଦ ଆଗମେ ମଣିଷର ମନ

     କେବେ ହୁଏନାହିଁ ସ୍ଥିର,

ଅସ୍ଥିର ଭାବନା ବାଟବଣା କରେ

     ଝୁଣ୍ଟିବା ହୁଅଇ ସାର ।


ଏମିତି ସମସ୍ୟା ଆସେ ଜୀବନରେ

     କଷ୍ଟ ତାର ସମାଧାନ,

ବିଭିନ୍ନ ଚିନ୍ତାରେ ବ୍ୟତିବ୍ୟସ୍ତ ହୁଏ

     ଅସ୍ଥିର ହୁଅଇ ମନ ।


ପରିବାରେ ଯଦି ପତି ପତ୍ନୀ ମଧ୍ୟେ

     ମାନ ଅଭିମାନ ହୁଏ,

ଉଭୟଙ୍କ ମନ ଅଶାନ୍ତି ଭିତରେ

      ବିଚଳିତ ହୋଇଥାଏ ।


ଜୀବନ ଜଞ୍ଜାଳ ଭିତରେ ବି ଯଦି 

      ଭୁଲ ହୁଏ ଅଜାଣତେ,

ପରିଣାମ ପାଇଁ ବିଚଳିତ ମନେ

      ସମୟ ଉଦ୍ବିଘ୍ନେ ବିତେ ।


ଅସ୍ଥିର ଭାବନା ପ୍ରତି ପଦକ୍ଷେପେ

      ବିଭ୍ରାନ୍ତ ନିଷ୍ପତ୍ତି ନିଏ,

ଯାହା ନିଜ ପାଇଁ ବିପଦକୁ ଡାକେ

      ସହିବାକୁ ବାଧ୍ୟ ହୁଏ ।


ଜୀବନର ସବୁ ଅନୁଭୂତି ନେଇ

      କାର୍ଯ୍ୟ କରିବାଟା ଭଲ,

ଅସ୍ଥିର ନହେଲେ ବିପଦ ଆପଦେ

      ହୋଇବ ସବୁ ମଙ୍ଗଳ ।


Rate this content
Log in

Similar oriya poem from Inspirational