Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ମୋ ଦେଶ

ମୋ ଦେଶ

1 min
396



ମୋ ଦେଶର ମାଟି ପାଣି ପବନରେ

   ଗଢ଼ା ତ ହୋଇଛେ ଆମେ ସରବେ,

ଦେଇଛି ସେ ବାସ ଖାଦ୍ୟ, ବସ୍ତ୍ର ସବୁ

     ତା'ପାଇଁ ବଞ୍ଚିଛେ ବଡ଼ ଗରବେ |

ଶ୍ୟାମଳ ପ୍ରାନ୍ତର ଦେଇଛି ଆମକୁ

    ଖେଳିବାକୁ ସେଠି ଆହ୍ଲାଦ ମନେ,

ବିଜୟର ବାନା ବିଶ୍ୱେ ଉଡେ ଆଜି

    ଏ ଦେଶ ଖେଳାଳି ଉଡେ ଗଗନେ |

ତା ନଦୀ ଜଳରେ ଫସଲର କ୍ଷେତ

    ସୁନେଲି ରଙ୍ଗରେ ଉଠଇ ହସି,

କୃଷକ ଆଖିରେ ଆତ୍ମତୃପ୍ତି ଭାବ

    ପ୍ରାଣେ ଭରିଯାଏ ଅଦମ୍ୟ ଖୁସି |

ମୋ ଦେଶରେ ଅଛି ଶ୍ୟାମରଙ୍ଗେ ଭରା

    ଗହଳ ବନର ଶୀତଳ ଛାୟା,

ଜୀବଜନ୍ତୁଙ୍କୁ ସେ ଦେଇଛି ଆଶ୍ରୟ

    ଦେଇଛି ଆମକୁ ବଞ୍ଚିବା ରାହା |

ଏ ଦେଶ ମାଟିକୁ ଛୁଇଁଛି ସାଗର

  ତା' ଜଳରାଶିରେ ଭାସେ ବୋଇତ ,

ରତ୍ନଗର୍ଭା ସିଏ ନାନା ରୂପେ ଦିଏ

     ଅସରନ୍ତି ତାର ଧନ ସମ୍ପଦ |

   


Rate this content
Log in

Similar oriya poem from Inspirational