Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

S. S creation

Inspirational

3  

S. S creation

Inspirational

ବାପା

ବାପା

1 min
202



କେତେ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଇଛ

ସବୁ ସୁଖ ତ୍ୟାଗ କରି,

ନିରନ୍ତର ସୁଖ କାମନା କରିଛ

କିଏ ହେବ ତୁମ ସରି ।


ତୁମ ଉପଦେଶ ଶାସ୍ତ୍ରଠୁ ଅଧିକ

ମୋ ଜୀବନେ ଲୋଡା ହୁଏ,

ହିତକାଂକ୍ଷୀ ତୁମେ ଶୁଭକାଂକ୍ଷୀ ତୁମେ

ତୁମ ମୂଲ୍ୟ ଦେବ କିଏ ।


ଶରୀର ରୁ ରକ୍ତ ନିଗାଡ଼ି

ମୁଁ ଦୁନିଆ ଦେଖିବା ପାଇଁ,

ଯେତେ କୃତଜ୍ଞତା ସେବା କଲେ ମଧ୍ୟ 

କେବେ ତାହା ସମ ନୋହିଁ ।


ମତେ ଭଲଲାଗେ ଯେତେ ଦ୍ରବ୍ୟ ସବୁ 

ନଯାଏ ତୁମର ପାଟିକୁ,

ମୋ ଲୁହ ଦେଖିଲେ ତୁମ ହୃଦ କାନ୍ଦେ

ପୋଛି ଦିଅ ମୋର ମୁହଁକୁ ।


କଳପି କଳପି ଜଳପିଲେ ମଧ୍ୟ

ନୋହିଁବ ଯଶ ପୂରଣ,

ଚେଷ୍ଟା କଲେ ଯେତେ ଶୁଝି ପାରିବିନି

ଜନ୍ମଦାତାଙ୍କର ଋଣ ।


କରୁଛି ମିନତୀ ଭକତି ପ୍ରଣତି

ନମ୍ର ଭାବ ହୃଦେ ବହି,

ଗତି, ମୁକ୍ତି ଦାତା ପରାୟେ ଦେବତା

ସଦାଭାବୁଥିବି ମୁହିଁ ।


Rate this content
Log in

Similar oriya poem from Inspirational