Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Others Children

4  

Kailash Chandra Behera

Others Children

ବାପୁ

ବାପୁ

1 min
281



ଜାତିର ଜନକ   ବାପୁଜୀ ଆମର

 ସତ୍ୟ ଅହି°ସାର ପୂଜାରୀ ତୁମେ ,

ତୁମରି ବିୟୋଗେ  ଅସହାୟ ଭାବେ

  ଦିବାନିଶି ଝୁରି ହେଉଛୁ ଆମେ ।

ବାଲ୍ୟକାଳୁ ଗୀତା  ଭାଗବତ ପଢ଼ି

  ହୋଇଥିଲ ତୁମେ ଆଧ୍ୟାତ୍ମବାଦୀ ,

ସରଳ ଜୀବନ   ବିତାଇଥିଲ ହେ

  କେ ନଥିଲା ତୁମର ପ୍ରତିବାଦୀ ।

ନିରାମିଷ ଖାଇ  ଆଣ୍ଠୁ ଡିଆଁ ପିନ୍ଧି

  ଆଦର୍ଶ ଜୀବନ କଟାଇ ଥିଲ ,

ଏକଜୁଟ କରି   ଦେଶ ଜନତାଙ୍କୁ

  ବିଦେଶୀଙ୍କୁ ଦେଶୁ ହଟାଇଥିଲ ।

କି ଦୋଷ କରିଲ  ଶତ୍ରୁ ହୋଇଗଲ

  ନାଥୁରାମ ହାତେ ଦେଲ ଜୀବନ ,

ହା 'ରାମ କହିଣ   ଟଳି ପଡ଼ିଥିଲ।  

   ଦେଶ କିନ୍ତୁ କରିଥିଲ ସ୍ବାଧୀନ ।

ଆଜି ତୁମ୍ଭ ଜନ୍ମ   ଦିବସରେ ସର୍ବେ

   ମନେ ପକାଉଛୁ ଆଦର୍ଶପଣ ,

ସରଗ ରାଇଜେ   ସୁଖେ ରହିଥାଇ

  ଆମକୁ ସସ୍ନେହେ କର କଲ୍ୟାଣ ।


Rate this content
Log in