Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ବଡଦେଉଳର କାଳିଆରାଜା

ବଡଦେଉଳର କାଳିଆରାଜା

1 min
229



ରତ୍ନ ପଲଙ୍କରେ ଶୋଉଛୁ କାଳିଆ

ରତନ ବେଦୀରେ ବସୁ

ଯିବା ଆସିବା ତୋ ରତ୍ନ ପାଲିଙ୍କିରେ

ରତ୍ନଚୂର୍ଣ୍ଣେ ଦାନ୍ତ ଘସୁ I


ଛତିଶ ନିଯୋଗ ତୋପାଖରେ ବନ୍ଧା

କେତେ ସେବା ପାଉ ବସି

ନାନାଜାତି ଖାଦ୍ୟ ତୋପାଇଁ ଖଞ୍ଜାରେ

ଖାଉଥାଉ ହସି ହସି I


ମୁରୁକି ମୁରୁକି ହସୁଥାଉ ସଦା

ଗଜମୋତି ପାନ ଖାଉ

ନିତି ନିଶିଥରେ ଦେବଦାସୀ ନୃତ୍ୟ 

ଦେଖି ଦେଖି ନିଦ୍ରା ଯାଉ I


ରାଜକୀୟ ତୋର ଚଳଣିରେ ଜଗା

ତୁ କାହୁଁ ବୁଝିବୁ ଦୁଃଖ

ଦୁଃଖୀ ଜନ ଦୁଃଖ ଶୁଣୁଛୁ କି ନାହିଁ

କହ ଥରେ ପଦ୍ମମୁଖ ।


ତୁ ବଡ ଠାକୁର ବଡଦାଣ୍ଡ ତୋର

ତୋ ଘର ବଡ ଦେଉଳ

ମନୋବାଞ୍ଛା ପୂର୍ଣ୍ଣ କରେ କଳ୍ପବଟ

ବେଶ ତୋ ବଡ ସିଂହାର I


ସାରା ଜଗତର ନାଥ ବୋଲାଉଛୁ

ଭକତର ଭଗବାନ

ଜାଣିନି କିପରି ପୂଜିଲେରେ ତୋତେ

ତୁଷ୍ଟ ହେବ ତୋର ମନ I

     


Rate this content
Log in

Similar oriya poem from Fantasy