ଭାବର୍ ଡୋର୍
ଭାବର୍ ଡୋର୍
ଆଗ୍ ପଛକେ ବିଚାର୍ ନାଇ କରି
କହେ ଟଚୋ ଟାଚୋ,
ସମସ୍ୟା ହେଲେ ଦେଖ୍ ତ ବୁଆ
ମୁଁହୁଟା କେଚୋ କାଚୋ ।
ଭାବି ଚିନ୍ତି କହ ଲୋକ୍ ମାନକେ କଥା
ଦିହେଁ ଯିବା ଯେନ୍ତା ସୁହା,
ଅଣଙ୍ଗ୍ ଠଣଙ୍ଗ୍ ଯଧରି କହେବୁ କଥା
ଲୋକ୍ ତ କହେବେ କୁହା ।
ମୁଁହୁନୁ ଥରେ ବାହାରଲେ ଶବଦ୍
ନାଇଁ ଆସେ ଆରୁ ଫେରି,
ବୁଝବାରକେ କେତେ ସମିଆ ଲାଗେ
ନାଇଁ କର ଆର୍ ଡେରି ।
ମୁହେଁ ଲଗେଇ ସଂଯମ୍ ଶିକଲା
କଥା ବାହାରୁ ମଧୁର୍,
ଶୁନଲା ଲୋକ୍ କେ ଲାଗବା ବନେ
କଥା ହେବା ଆତୁର୍ ।
ହିଁସା ଅହଁକାର୍ ଛନ୍ କପଟ୍
ନାଇଁ ରହୁ ରାଗ୍ ରିସମି,
ଭାବର୍ ଡୁରେ ବାନ୍ଧି ହଇ କରି
ଭାବନା ଥାଉ ମିଶମି ।
ଗାଲି ଝଗର୍ ଥି କାଏଁ ଟା ଲାଭ
ନୁକସାନ୍ ଖାଲି ନିଜର୍,
ନିଜର୍ ଲୋକ୍ ବି ହେବେ ଦୁରିଆ
ଭାବି ଦେଇ କରି ପର୍ ।
ଭାବର୍ ଡୁରେ ତ ସଂସାର୍ ବନ୍ଧା
ଅଲଗା ହେବୁ କାଏଁ ଯେ,
ଏକଲା ଚଲମି ବଏଲେ ନି ପାରୁ ଚଲି
ଲୁକର୍ ବିନା ସାହେଜେ ।