Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.0  

Gyanendriya Dash

Inspirational Others Children

ଭାଇ ଜୀଉନ୍ତିଆ

ଭାଇ ଜୀଉନ୍ତିଆ

1 min
175



ଜନ୍ମ ଜନ୍ମାନ୍ତର

ମଧୁର ସମ୍ପର୍କ

ଭାଇ ସଙ୍ଗେ ଭଉଣୀର ।

ଭଉଣୀ ସୁରକ୍ଷା

ଭାଇର କର୍ତ୍ତବ୍ୟ

ନୀତି ଯୁଗ ଯୁଗାନ୍ତର ।।

ସେଥିପାଇଁ ରକ୍ଷା

ବନ୍ଧନ ଉତ୍ସବେ

ଭଗ୍ନୀ ବାନ୍ଧିଥାଏ ରାକ୍ଷୀ ।

ଭାଇ ଜୀଉନ୍ତିଆ

ଉପବାସ କରେ

ମାଁ ଦୁର୍ଗାଙ୍କୁ ରଖି ସାକ୍ଷୀ ।।

ଉପବାସ ରହି

ନିର୍ଜଳା ଭାବରେ

ନିଷ୍ଠାର ସହ ଭଉଣୀ ।

ଦୀର୍ଘାୟୁ କାମନା

ମନାସିଣ ଭଗ୍ନୀ

ଉପବାସ କରେ ପୁଣି ।।

ଦୁବ ଚଢାଇଣ

ଦୁର୍ଗାଙ୍କ ଚରଣେ

ମାଗିଥାଏ ଆଶୀର୍ବାଦ ।

ଭାଇର ଆୟୁଷ

ତା ନିଜ ସୁରକ୍ଷା

ନ ଆସୁ କେବେ ପ୍ରମାଦ ।।

ହେ ସିଂହବାହିନୀ

ଅଭୟ ଦାୟିନୀ

ଦେଉଥିବ ଶୁଭଦୃଷ୍ଟି ।

ଯୁଗ ଯୁଗ ଧରି

ଭାଇଭଗ୍ନୀଙ୍କର

ପଥେ ହେଉ ପୁଷ୍ପବୃଷ୍ଟି ।।

    


Rate this content
Log in

Similar oriya poem from Inspirational