Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଭିଜା ଭିଜା ବର୍ଷାଦିନ

ଭିଜା ଭିଜା ବର୍ଷାଦିନ

1 min
116



ବାଟ ଭୁଲି ଯାଇଛି ମୌସୁମୀ

ଝର ଝର ବରଷୁନି ପାଣି

ଆସୁନାହିଁ ଭିଜା ଭିଜା ବର୍ଷା ଦିନ

ଉତ୍ତପ୍ତ ବି ଆଷାଢ ଶ୍ରାବଣ

ଦହଗଞ୍ଜେ ଜଳୁଛି ଜୀବନ ।

ବହୁନାହିଁ ଶୀତଳ ପବନ

କୁଳୁ କୁଳୁ ବହୁନାହିଁ ପାହାଡି ଝରଣା

ନଈ ନାଳ ପୋଖରୀ ଶୁଖିଲା

ଧାନବିଲ ମାଟି ଶୁଖି କରୁଅଛି ଆଁ

ଚର୍ତୁପାର୍ଶ୍ବେ ପ୍ରଦୂଷଣ 

ହିଂସା ଦ୍ବେଷ ଭୟ ଓ ଆତଙ୍କ 

ହୁତୁହୁତୁ ଜଳୁଅଛି ନିଆଁ ।

ଅଲୋଡା କାଗଜ ଡଙ୍ଗା 

ଭାସି ଭାସି ଯାଉନାହିଁ ଅକାତରେ

ଅଗଣାରେ ପାଣିରେ ସୁଅରେ

ଦିଶେନାହିଁ ଅନ୍ଧକାରେ କୂଳ କି କିନାରା , 

ଅଥୟ ଆସନ୍ତାକାଲି ସୁନ୍ଦର ଭବିଷ୍ୟ

ଭାଙ୍ଗିଯାଏ ସୁଖ ସ୍ବପ୍ନ, ନୂଆ ମନ

ଆଶା ଓ ଆକାଂକ୍ଷା

ଅଧାଗଢା ଜୀବନ

କାଗଜ ଡଙ୍ଗା

ବର୍ଷା ବିନା ଲାଗେ ବେସାହାରା ।

  


Rate this content
Log in

Similar oriya poem from Tragedy