ଭଲ ପିଲା ଯଦି ହେବ
ଭଲ ପିଲା ଯଦି ହେବ
ସୁନାପିଲା ଯଦି ହେବାକୁ ଚାହୁଁଛ
ବାପାମାଆ କଥା ମାନ
ପରିବାରେ ଯଦି ଭଲପିଲା ହେବ
ଭକ୍ତିକର ଗୁରୁଜନ ।।
ପାଖ ପଡ଼ିଶାରେ ସ୍ନେହ ପାଇବାକୁ
ଯଦି ଇଚ୍ଛା ଥାଏ ମନେ
ନମ୍ରତା ସହିତ କଥାବାର୍ତ୍ତା କର
ଦୁଷ୍ଟାମି ନ କରି ଦିନେ ।।
ଭଲକରି ପାଠ ପଢ଼ିକରି ଯଦି
ଶିକ୍ଷିତ ହେବାକୁ ଚାହଁ
ମନଦେଇ କରି ଗୁରୁଜୀ ଗୁରୁମା
ମାନଙ୍କୁ ସମ୍ମାନ ଦିଅ ।।
ବିଦ୍ୟାଳୟ ନୀତି ନିୟମକୁ ମାନି
ପାଠ ପଢ଼ ମନ ଦେଇ
ଜୀବନରେ ତୁମେ ନିଶ୍ଚେ ବଡ଼ ହେବ
ଗୁରୁଜନ ଶିକ୍ଷା ପାଇ ।।
ଜନମ ଭୂଇଁର ମହତ ରଖିବା
ପାଇଁ ଯଦି ଇଚ୍ଛା ତୁମ
ଦେଶସେବା କରି ସମାଜରେ ତୁମେ
ଛାପିଦିଅ ତୁମ ନାମ ।।
ନିଜ ପାଇଁ ଆମେ ଯେତିକି କରିବା
ତା'ଠୁଁ ବଳି ଦେଶ ପାଇଁ
ତେବେ ସିନା ଆମ ଜୀବନ ସାର୍ଥକ
ହେବ ହେ ଭଉଣୀ ଭାଇ ।।