ଭଉଁରୀ
ଭଉଁରୀ
ସମୟ ସ୍ରୋତରେ ଭାସି ଭାସି ମଣିଷ
ଅବିଶ୍ରାନ୍ତ ଭାବରେ ଚାଲିଥାଏ ସମୟ କୁ
ସାଥୀକରି ଏହି ଦୁନିଆଁ ର ରଙ୍ଗମଞ୍ଚରେ,
ମାୟା ମୋହ ର ସଂସାର ରେ ଛନ୍ଦିହୋଇ
କେତେ ବେଳେ ସ୍ବପ୍ନ ର ତରଜୁରେ
ବାନ୍ଧିହୋଇ ଯାଇଥାଏ ଜଣା ନଥାଏ,
କେବଳ ସବୁଥାଏ ମାୟାର ବଳୟ
ତା ମନରେ ସୃଷ୍ଟି ହୋଇଥିବା ସପ୍ତରଙ୍ଗ
ଇନ୍ଦ୍ରଧନୁ ର ସପ୍ତରଙ୍ଗ ବଳୟ ମଧ୍ୟରେ
କେତେ ବେଳେ ଭଉଁରୀ ଖେଳୁଥାଏ
ସେ ଭାବି ବି ନଥାଏ, ହେଲେ ଚାଲିଥାଏ
ଅଣନିଃଶ୍ବାସୀ ହୋଇ ନିୟତିର ନିୟମରେ।
ସୁଃଖ ର ଜୁଆର ଭିତରେ ଦୃଶ୍ୟମାନ ହୁଏ
ଖୁସିର ଭଉଁରୀ, ଦୁଃଖ ର ଛାୟା
କେବେ ଆସି ଅହଂ ର ଭାବ ବିହ୍ୱଳ
ଚିନ୍ତାଧାରା ରେ ଭଉଁରୀ ସୃଷ୍ଟି କରେ
ଠିକ୍ ବୁଢୀଆଣୀ ଜାଲର ଅଡ଼ୁଆ ସୁତା ପରି
ଯାହା ଥାଏ ଭାଗ୍ୟର ବିଡମ୍ବନା ବିଦ୍ରୁପର
ମାୟାଜାଲ ଜୀବନ ର ବେଳାଭୂମିରେ।
ତଥାପି ମଣିଷ କୁ ବଚିବାକୁ ପଡେ
ନିତି ନିତି ଝଡର ବିଭୀଷିକା ମଧ୍ୟରେ
ସାଥୀକରି ବିଭୁନାମ ସବୁ ଦୁଃଖ ସୁଖକୁ
ଏକ କରି ସେହି ଭାବନା ରାଜ୍ୟରେ।