ଭଙ୍ଗା ନୀଡ଼
ଭଙ୍ଗା ନୀଡ଼
ଲୁହରେ ଲେଖା ମୋ
କପାଳର ରେଖା
ଦୋଷ ବା କାହାକୁ ଦେବି
ଜଳିଯିବି ପଛେ
ବିଚ୍ଛେଦ ଲୁହରେ
ତୁମକୁ ପାରିବିନି ଜାଳି।
ସମୟ ସ୍ରୋତରେ
ପଥହରା ହୋଇ
ମାଟିରେ ଯିବି ଯେ ମିଶି
ତୁମ ସ୍ମୃତି ଧାରେ
କୁଆଁରୀ ପ୍ରାଣକୁ
ନଦେବି କେବେ ସମର୍ପି ।
ଶୂନ୍ୟତାକୁ ମୁଁ
ନିଜର କରିବି
ତୁମ ଛଳନାକୁ ସାଇତି
ପ୍ରତି ଅଶ୍ରୁରେ ମୋ
ଲେଖିବି କବିତା
ତୁମ ନାଁ କୁ ରଖି ।
ହୃଦୟ ବଦଳେ
ପ୍ରାଣ ନେଇଗଲ
ଅଧିକାର ଦେଲି ବୋଲି
ସତ ସତିକା ମତେ
ଜାଳିଦେଇଗଲ
ପ୍ରତାରଣା କରି ଦେଇ ।