Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ବନ ମହୋତ୍ସବ

ବନ ମହୋତ୍ସବ

1 min
142



ଆସେ ଝୁମିଝୁମି ମଉସୁମୀ ରାଣୀ

ନାଚେ ଛମଛମ ବନେ ମୟୂର

ଚମକେ ବିଜୁଳି ମାରେ ଘଡଘଡି

ଝିପିଝିପି ହୋଇ ବର୍ଷେ ବାଦଲ ।


ସବୁଜ ପଣତ ଉହାଡେ ପ୍ରକୃତି

ନାଚି ଖିଲି ଖିଲି ଉଠଇ ହସି

କହେ ଚୁପି ଚୁପି ପ୍ରତିଟି କାନରେ

ଦେବିକି ଶୀତଳ ଜଳ ପରଶି ।


ଅନୁକୂଳ ପାଗ ଭୂପୃଷ୍ଠର ମାଟି

ବିଳମ୍ବ କରୁଛ ଆଉ କାହିଁକି

ଜୁଲାଇ ମାସର ପ୍ରଥମ ସପ୍ତାହ

ବନ ମହୋତ୍ସବ ମନେ ନାହିଁ କି ?


ବେଉଷଣ କରି ଯତନେ କୁଣ୍ଡରେ

ରୋପିଦିଅ ଏବେ ଛୋଟିଆ ଚାରା

ଗୋଟି ଗୋଟି କରି ପୋତିଦେବ ନେଇ

ସବୁଜ ଦିଶିବ ଜମି ପଡିଆ ।


ଧରିବି ଜାବୋଡି ମୋ ଚେରମୂଳରେ

ଉର୍ବର ମୃତ୍ତିକା ହେବନି କ୍ଷୟ

ବଢିଗଲେ ଦେବି ଶୁଦ୍ଧ ଅମ୍ଳଜାନ

ବାସ ଫଳଛାୟା ଆଉ ଆଶ୍ରୟ ।


ଯୋଗାଇବି ଖାଦ୍ୟ ବସ୍ତ୍ର ବାସଗୃହ

ପଥି ଓଉଷଧି ପେୟ ମଧୁର

ବନ ମହୋତ୍ସବ ସବୁଜ ଭାବନା

ଜାଗୁ ପ୍ରତିମନେ ସ୍ୱପ୍ନ ସୁନ୍ଦର ।

   



Rate this content
Log in

Similar oriya poem from Inspirational