Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ମା ଦୁର୍ଗା ପ୍ରାର୍ଥନା

ମା ଦୁର୍ଗା ପ୍ରାର୍ଥନା

1 min
106



ଆହେ ପ୍ରେମ ମୟୀ

ମୋତେ ଦୟା ବହି

କେତେ ତୁମେ ପାଅ ଭଲ ।


ନିଜର କରି ମୋ

ଚୁନା ସଂସାରକୁ

ସୁନା କରି ଗଢି ଦେଲ ।


ଚିନ୍ମୟୀ ସୁ ମାତା

ଥିଲେ ନାହିଁ ଚିନ୍ତା

ସୁଖ ଆଣୁ ଏ ଜଗତେ ।


ଭୁବନ ମୟୀ ତୁ

ଆହେ ଜ୍ୟୋତିର୍ମୟୀ

ଆନନ୍ଦ ବାଣ୍ଟୁ ତୁ କେତେ ।


ମୋ ମନ ମନ୍ଦିରେ

ବିଜେ ହୁଅ ବାରେ

ବିଶ୍ୱାସ ଆସୁ ପରତେ ।


ମିନତୀ କରୁଛି

ଆରତୀ ବାଢୁଛି

ମୁଁ ଭାରି ଖୁସି ମରତେ ।


ଅସୀମରୁ ଆସ

ସସୀମ ରେ ବସ

ଜଗତ କାରିଣୀ ମାତା ।


ଧୂପ ହୋଇ ମୁହିଁ

ପାଶେ ଜଳିବଇଁ

ଆମ୍ଭର ଜୀବନ ତ୍ରାତା ।


ତଵ ଅରଚନା

ପଦ କୁ ବନ୍ଦନା

ହେବି ପଛେ ମୁଁ ସଳିତା ।


ଅଭୁଲା ପରଷ

ତୋହରି ଆଶ୍ୱାସ

ବୁଦ୍ଧି ପାଉ ନାହିଁ ପତ୍ତା ।


ନାମର ସ୍ପନ୍ଦନ

ଦୁର୍ଗା,ରେ କମ୍ପନ

ଶିହରଣ ନୂତନ ତା ।


ମୋ ମନର ବନ

ଅଛି ଛିନ୍ନ ଭିନ୍ନ

ଭକ୍ତି ପ୍ରୀତିର ମମତା ।


ବରଷକ ଥରେ

ଆସ ଶାରଦରେ

ପ୍ରିୟ ପରମ ଦେବତା ।


ଦୁଃଖ ତ ନଥାଏ

ଏ ପୁର ପଲ୍ଲୀରେ

ତୁମେତ ସଭିଙ୍କ ମାତା ।


Rate this content
Log in

Similar oriya poem from Inspirational