Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ବଂଧୁସଂଜୟ କୁମାର ତ୍ରିପାଠୀଉତ୍ତେଜନାର ଚରମ ମୁହୂର୍ତରେମ

ବଂଧୁସଂଜୟ କୁମାର ତ୍ରିପାଠୀଉତ୍ତେଜନାର ଚରମ ମୁହୂର୍ତରେମ

1 min
4



ଉତ୍ତେଜନାର ଚରମ ମୁହୂର୍ତରେ

ମଜ୍‌ବୁତ ଲୋକ ବି ଆତ୍ମହତ୍ୟା କରି ପକାଏ

ସେହି ଲୋକମାନେ- ଯେଉଁମାନଂକ ପାଖରେ

ସବୁ କିଛି ଅଛି- ଯଶ, ଖ୍ୟାତି, ସଂଭ୍ରମ

ଧନ ଅର୍ଥ ଇଜ୍ଜତ- ଏ ସବୁ ସେମାନଂକୁ ରୋକି ନ ପାରେ

ତ କ’ଣଟା ବା ଅଭାବ ରହିଗଲା ?

ସେହି ଶିଖରରେ ଏକ ପ୍ରକୃତ ବଂଧୁର ଆବଶ୍ୟକତା ଥାଏ

ଏକ ଉତ୍ତ ସହଭାଗୀର

ଏପରି ବଂଧୁ ଯା ପାଖରେ ରୂପାର କପ୍ ନ ଥିବ

ଏକ ଛୋଟ ଚା’ ଦୋକାନରେ ବି ବସିପାରେ

ସେହି ବଂଧୁ, ସେହି ସଖା

ସେହି ଚା’ ସାଥୀ

ଯିଏ କି ଅର୍ଥହୀନ କଥା କହି ଜୋକର୍ ପରି ତାଂକୁ ହସାଇପାରେ

ଯାହାକୁ ହୃଦୟଭିତରର କଥା କହିଦେଲେ ମନ ହାଲ୍‌କା ହୋଇଯାଏ

ଯାହାକୁ ଦେଖୁଲେ ତାଂକର ପଂତ୍ରଣା ଅପସରି ଯାଏ

ସେହି ଗୁମର ସାକ୍ଷୀ


ଯାହା ପାଖରେ ନାହିଁ

ଯେ କହି ପାରିବ ମୁଁ ରହିବି ତା ସାଥ୍‌ରେ

ମୂଲରୁ ଶେଷ-ଜନ୍ମ ଜନ୍ମାତର

ପୃଥିବୀର ସମସ୍ତ ଧନ ଗୋଟିଏ ପରେ- ସବୁ ଉତ୍ତେଜନା ଆର ପଟେ

ଆଉ ସେ ବଂଧୁ ନିଜ ପାଖେ

ଆପଣଂକ ପାଖରେ ସେହି ବଂଧୁ - ସେହି ସଖା ଥିଲେ

ଜୀବନ ବହୁତ ରଂଗୀନ- ସୁଂଦର ହୋଇଯିବ

ତେଜୁ ଉତ୍ତେଜନା- ମାନସିକ ଦୁଃଶ୍ଚିତାର ଔଷଧ

ସେହି ବଂଧୁ ସହିତ ଗୋଟିଏ କପ୍ ଗରମ ଚା’ ।


Rate this content
Log in

Similar oriya poem from Classics